ମହାମାରୀ ସମୟରେ ସେବା ହିଁ ଧର୍ମ : ବିଜୁ ଯୁବ ଜନତା ଦଳର କେଉଁଠି ଶବସତ୍କାର ତ’ କେଉଁଠି ଶୁଖିଲା ଖାଦ୍ୟ ବଣ୍ଟନ

କରୋନା କାଳରେ ଲୋକଙ୍କ ସହ ସବୁବେଳେ ‘ବିଜୁ ଯୁବ ଜନତା ଦଳ’

ଭୁବନେଶ୍ୱର: କରୋନା ମହାମାରୀ ସବୁକିଛି ବଦଳାଇ ଦେଇଛି । ସଂକ୍ରମଣର ଭୟ ଲକଡାଉନ୍ ଆଣିଛି । ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପାଖରେ ଲକଡାଉନ୍ ଛଡା ଅନ୍ୟ ଉପାୟ ନଥିଲା । କାରଣ ଲକଡାଉନ୍ ହିଁ ସଂକ୍ରମଣ ଚେନରେ ବ୍ରେକ୍ କରିପାରେ । ତେବେ ଏହା ମଧ୍ୟ ସତେ ଯେ, ଲକଡାଉନ୍ ପାଇଁ ଅନେକ ରୋଜଗାର ହରାଇଛନ୍ତି । ରୋଜଗାର ହରାଇଥିବା ଲୋକଙ୍କୁ ରାଜ୍ୟ ସରକାର ସାହାଯ୍ୟ ମଧ୍ୟ ଦେଉଛନ୍ତି । ସରକାରୀ ସାହାଯ୍ୟ ବାଦ ମଧ୍ୟ ଗୋଟିଏ ସାମାଜିକ ଉତ୍ତରଦାୟିତ୍ୱ ରହିଛି । ଆଉ ସେହି ସାମାଜିକ ଉତ୍ତରଦାୟିତ୍ୱକୁ ପୁରା କରିବା ପାଇଁ ସାମ୍ନାକୁ ଆସିଛି ବିଜୁ ଯୁବ ଜନତା ଦଳ

ରାଜନୀତିର ଅର୍ଥ କେବଳ ଭୋଟ୍ ରାଜନୀତି ନୁହେଁ । ଭୋଟ ବେଳେ ସାଂଗଠନିକ ଶକ୍ତି ପ୍ରଦର୍ଶନ ହିଁ ରାଜନୀତି ନୁହେଁ । ରାଜନୀତିର ଅର୍ଥ ହେଉଛି ସମାଜ ସହିତ ଯୋଡି ହୋଇ ରହିବା । ସାମାଜିକ କାର୍ଯ୍ୟରେ ସମାଜର ସବୁଠାରୁ ତଳେ ଥିବା ବର୍ଗ ନିକଟରେ ପହଂଚିବା । ଯାହାକୁ ନିଜ କାର୍ଯ୍ୟରେ ପ୍ରମାଣିତ କରୁଛି ବିଜୁ ଜନତା ଦଳ

ମହାମାରୀର ଭୂତାଣୁ ଭୟ ଭିତରେ ଲୋକଙ୍କ ପାଖରେ ଛିଡା ହୋଇଛି ବିଜୁ ଯୁବ ଜନତା ଦଳ । ରାଜ୍ୟର ବିଭିନ୍ନ ଅଂଚଳରେ ଯୁବ ଜନତା ଦଳର କର୍ମୀ ରିଲିଫ୍ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ଜଡ଼ିତ କରିଛନ୍ତି । ନିକଟରେ  ନୟାଗଡ଼ ଜିଲ୍ଲାର ବଡପାଣ୍ଡୁସର ଗ୍ରାମପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ମାସ୍କ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ଜିଲ୍ଲା ଡିଜିଟାଲ ସମ୍ପାଦକ ମନୋଜ ନାୟକଙ୍କ ସହିତ ଅନ୍ୟକର୍ମୀ ସାମିଲ ହୋଇ ମାସ୍କ ବଣ୍ଟନ କରିଥିଲେ ।

ସେହିଭଳି ବାତ୍ୟା ୟାସ୍ ପ୍ରଭାବିତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ରାଜ୍ୟ ସମ୍ପାଦିକା ଲଗ୍ନାଦୀପା ମିଶ୍ର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ସେହିଭଳି ବିଜୁ ଯୁବ ଜନତା ଦଳ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ମଧ୍ୟ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ପୁଡିଆ ଓ ତାରପୁଲିନ୍ ବଣ୍ଟା ଯାଇଥିଲା ।

କରୋନା ସମୟରେ ନିଜ ଲୋକ ପର ହୋଇଯାଉଛନ୍ତି । ଭୂତାଣୁର ଭୟ ପରିବାର ଭିତରେ ତିଆରି କରିଛି ବାଡ । କରୋନା ନେଗେଟିଭ୍ ମୃତବ୍ୟକ୍ତିଙ୍କୁ ମଧ୍ୟ ମିଳୁନାହିଁ କାନ୍ଧ । କାରଣ ହେଉଛି ସଂକ୍ରମଣର ଭୟ । କିନ୍ତୁ ସନ୍ଦେହ ଓ ସଂକ୍ରମଣର ଭୟ ଭିତରେ ନିଜ ସାମାଜିକ ଦାୟିତ୍ୱକୁ ଭୁଲିନି ବିଜୁ ଯୁବ ଜନତା ଦଳ । ନିକଟରେ ସେହିଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଥିଲା ରେମୁଣା ନିର୍ବାଚନ ମଣ୍ଡଳୀ କୁରୁଡ଼ା ପଞ୍ଚାୟତ ରେ ଅଜୟ ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କ ର କ୍ୟାନ୍ସର ରେ ଦେହାନ୍ତ  ହୋଇଥିଲା କିନ୍ତୁ କୋରନା ଭୟ ରେ ବନ୍ଧୁବାନ୍ଧବ ସହିପଡ଼ିଶା ଅନ୍ତିମ ସଂସ୍କାର କରିବା କୁ ଆସିନଥିଲେ ।  ଏହି ଖବର ପାଇ ବାଲେଶ୍ବର ଜିଲ୍ଲା ଯୁବ ବିଜେଡ଼ି ଯୁବ ସଭାପତି ତାପସ କୁମାର ପରିଡା ଏବଂ ଯୁବ ସାଥୀମାନେ ସେଠାରେ ପହଂଚିଥିଲେ । ସେମାନେ  ଅବିନାଶ ନାୟକ ଙ୍କ ସାହାଯ୍ୟରେ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରିଥିଲେ ।  କରୋନା ଭୟ ରେ ପାଖ ପଡୋଶୀ କିମ୍ବା ସଂପର୍କୀୟ କେହି ମଧ୍ୟ ପାଖ ମାଡିନଥିଲେ । କିନ୍ତୁ ଯୁବ ବିଜେଡି କର୍ମୀ ଏହି ସମୟରେ ମୃତକଙ୍କ ପୁଅ ସ୍ୱରାଜ ମହାକୁଡ଼ଙ୍କ ପାଖରେ ଛିଡା ହୋଇଥିଲେ ।  ଅନ୍ତିମ ସଂସ୍କାର ଆଇ ଟି ଆଇ ପାଖ ଏଫ ଏମ ନଗର ଶ୍ମଶାନରେ ରେ କରାଯାଇଥିଲା ।

Biju Yuva Janata DalBiju Yuva Janata Dal PresidentByomkesh RayCyclone YaasFood DistributionMask Distributionକରୋନା କାଳଖାଦ୍ୟ ବଣ୍ଟନଡିଜିଟାଲ ସମ୍ପାଦକ ମନୋଜ ନାୟକତାପସ କୁମାର ପରିଡାନୟାଗଡ଼ ଜିଲ୍ଲାର ବଡପାଣ୍ଡୁସରବାତ୍ୟା ୟାସ୍ବାଲେଶ୍ବର ଜିଲ୍ଲା ଯୁବ ବିଜେଡ଼ି ଯୁବ ସଭାପତିବିଜୁ ଯୁବ ଜନତା ଦଳବିଜୁ ଯୁବ ଜନତା ଦଳ ସଭାପତିବିଧାୟକ ବ୍ୟୋମକେଶ ରାୟମହାମାରୀ ସମୟମାସ୍କ୍ ବଣ୍ଟନଯୁବ ଜନତା ଦଳର କର୍ମୀଯୁବ ବିଜେଡି କର୍ମୀରାଜ୍ୟ ସମ୍ପାଦିକା ଲଗ୍ନାଦୀପା ମିଶ୍ରରିଲିଫ୍ଶବସତ୍କାର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami