ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ: ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ରାହୁଲଙ୍କୁ ଦେଖିବା ପାଇଁ କୋର୍ଟ ବାହାରେ ଲୋକଙ୍କ ଭିଡ଼ ଜମିଥିଲା ।

ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ସେ ତତ୍କାଳୀନ ଭାଜପା ରାଷ୍ଟ୍ରୀୟ ସଭାପତି ତଥା ବର୍ତ୍ତମାନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ । ଏହାଦ୍ୱାରା ଭାଜପା ନେତା ତଥା ପୂର୍ବତନ ସମବାୟ ଅଧ୍ୟକ୍ଷ ବିଜୟ ମିଶ୍ର ସିଭିଲ କୋର୍ଟର ଏମପି-ଏମଏଲଏ କୋର୍ଟରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି ହୋଇଥିଲା । ତେଣୁ ସେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଅଭିଯୋଗ ଦାଖଲ କରିଥିବା ବିଜୟ ମିଶ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏକ ଜାତୀୟ ଦଳର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି । ସେ ଅମିତ ଶାହାଙ୍କୁ ହତ୍ୟାକାରୀ ବୋଲି କହିଥିଲେ । ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଦ୍ୱାରା ସେ ଆଘାତ ପାଇଛନ୍ତି । ଏହି ମାମଲାରେ ରାହୁଲ ଗାନ୍ଧୀ ମଙ୍ଗଳବାର କୋର୍ଟରେ ହାଜର ହୋଇଥିଲେ ।

bharat jodo yatra rahul gandhicongerss leader rahul gandhicongress mp rahul gandhiRahul appeared in the court
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami