ଜାତୀୟ ରାଜପଥ କଡ଼କୁୂ ସ୍ଥାନାନ୍ତର ହେବ ମାଲଗୋଦାମ ,ବ୍ୟବସାୟୀ ହେବେ ଉପକୃତ

କଟକ: କଟକ ସହରର ପରିଚୟ ମାଲଗୋଦାମ । ଆଉ କିଛି ଦିନ ପରେ କଟକ ସହରରୁ ହଜିଯିବ ମାଲଗୋଦାମ । ଏହା ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ସ୍ଥାନାନ୍ତର ହେବ । ଏ ନେଇ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ବ୍ୟବସାୟୀଙ୍କ ସଂଖ୍ୟା ବି ବଢୁଛି । ହେଲେ ଏଇ ପୁରୁଣା ମାଲଗୋଦାମ ବ୍ୟବସ୍ଥିତ ହୋଇ ରହିନାହିଁ । ତେଣୁ ଏହାର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି । ନୂଆ ମାଲଗୋଦାମ ପାଇଁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇ ସାରିଛି । ଖୁବ୍‌ଶୀଘ୍ର ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।

ବର୍ଷା ଯୋଗୁ ଲକ୍ଷାଧିକ ଟଙ୍କାର ଜିନିଷ ହେଉଛି ନଷ୍ଟ

ନଅଙ୍କ ଦୁର୍ଭିକ୍ଷ ସମୟରେ କଟକରେ ପ୍ରାୟ ୬୦ ଏକର ଜମିରେ ବସିଥିଲା ମାଲଗୋଦାମପ୍ରଥମେ ୫ଟି ଗୋଦାମ ଏବଂ ୧୫ଟି ଦୋକାନ ଥିଲା । ଏବେ ସେଠାରେ ପ୍ରାୟ ୭୮୦ ଗୋଦାମ ଓ ଖୁଚୁରା ଦୋକାନ ରହିଛି । ଏହି ମାଲଗୋଦାମରେ ଦୈନିକ ୨୦ ଲକ୍ଷ ଟଙ୍କାର କାରବାର ହୋଇଥାଏ । ପ୍ରତ୍ୟେକ ଦିନ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଚଳପ୍ରଚଳ କରିଥାନ୍ତି । ଏଠାକୁ ଛତିଶଗଡ, ତାମିଲନାଡୁ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରରୁ ୬୦ରୁ ଊର୍ଦ୍ଧ୍ୱ ଟ୍ରକ ଆସୁଛି । ଓଡ଼ିଶାର ପ୍ରାୟ ଦେଢଶହରୁ ଅଧିକ ଟ୍ରକ ମାଲଗୋଦାମ ଭିତରକୁ ପ୍ରବେଶ କରୁଛି । ସବୁ ବୃଦ୍ଧିପାଇଛି, ହେଲେ ମାଲଗୋଦାମର କଳେବର ବଢିନି । ଫଳରେ ଭିଡ ଅଣାୟତ୍ତ ହୋଇ ପଡୁଛି । ଗୋଟିଏ ଗାଡିରୁ ମାଲ ଅନଲୋଡ କରିବା ପାଇଁ ୨ରୁ ୩ ଦିନ ଲାଗି ଯାଉଛି । ସେତିକି ନୁହେଁ, ବର୍ଷା ଦିନେ ଏଠାରୁ ଜଳ ନିଷ୍କାସନ ବି ଏକ ବଡ ସମସ୍ୟା ହୋଇଛି । ଜଳବନ୍ଦୀ ଯୋଗୁ ଥରକେ ୮ରୁ ୧୦ ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସମାଗ୍ରୀ ନଷ୍ଟ ହେଉଛି । ତେଣୁ ଏହାର ସମାଧାନ ପାଇଁ ବ୍ୟବସାୟୀମାନେ ସିଏମସିକୁ ଅନୁରୋଧ କରିଥିଲେ ।

ଶ୍ରମିକଙ୍କ ପାଇଁ ରହିବ ସ୍ୱତନ୍ତ୍ର ପ୍ରକୋଷ୍ଠ

କେବଳ ଖୁଚୁରା ବ୍ୟବସାୟୀମାନେ ମାଲଗୋଦାମରେ ରହିବେ । ୨୦୦ ଛୋଟ ଗୋଦାମ ଓ ୧୦୦ ବଡ ଗୋଦାମକୁ ସ୍ଥାନାନ୍ତର କରାଯିବ । ନୂଆ ବ୍ୟବସାୟ ପ୍ରତିଷ୍ଠାନରେ ଗୋଟିଏ ସ୍ଥାନରେ କାଉଣ୍ଟର ସହିତ ଗୋଦାମ, ଅଫିସ ନିର୍ମାଣ ହେବ । ରାଜ୍ୟ ଭିତରୁ କିମ୍ବା ବାହାରୁ ଆସୁଥିବା ଗାଡି ସିଧା ଗୋଦାମରେ ଲାଗିବ । ଶ୍ରମିକଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ଶୌଚାଳୟ ବ୍ୟବସ୍ଥା ମଧ୍ୟ ରହିବ । ଧାନ, ମୁଗ, ବିରି, କୋଳଥ ଇତ୍ୟାଦି ପାଇଁ ମଣ୍ଡି ବ୍ୟବସ୍ଥା ବି ଏଠାରେ ରହିବ । ଏ ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବାକୁ ବ୍ୟବସାୟୀ ସଂଘ ପ୍ରସ୍ତୁତ ହେଉଛନ୍ତି ।

cuttack storymalgodown shiftshift 150 year old malgodown
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami