ବେକାରୀ ଯୋଗୁଁ ପାର୍ଲାମେଣ୍ଟ୍ ସୁରକ୍ଷା ଉଲ୍ଲଂଘନ ହେଲା: ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଯୋଗୁଁ ସୃଷ୍ଟି ହୋଇଛି ବେକାରୀ ସମସ୍ୟା । ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବେକାରୀ ହିଁ ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ପାଇଁ ଦାୟୀ ବୋଲି ଆଜି ସାମ୍ବାଦିକମାନଙ୍କୁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କହିଛନ୍ତି । ମୋଦୀଙ୍କ ନୀତି ଯୋଗୁଁ ଦେଶର ନାଗରିକମାନେ କର୍ମସଂସ୍ଥାନ ପାଉ ନାହାନ୍ତି । ବେକାରୀ ହିଁ ସୁରକ୍ଷା ଉଲ୍ଲଂଘନର କାରଣ । ଭାରତୀୟ ଜନସମୂହ ସମ୍ପ୍ରତି ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ସମସ୍ୟା ହେଉଛି ବେକାରୀ । ଅବଶ୍ୟ ସୁରକ୍ଷା ଉଲ୍ଲଂଘନ ହୋଇଛି । କିନ୍ତୁ, ଅସଲ କଥା ହେଉଛି, ତାହା କ’ଣ ପାଇଁ ହେଲା ମୁଖ୍ୟ ସମସ୍ୟା ହେଉଛି ବେକାରୀ । ମୋଦିଜୀଙ୍କ ନୀତି ଯୋଗୁଁ, ଭାରତବାସୀ କର୍ମସଂସ୍ଥାନ ପାଉନାହାନ୍ତି ।

ମୁଦ୍ରାସ୍ଫୀତି ମଧ୍ୟ ସଂସଦ ସୁରକ୍ଷା ଉଲ୍ଲଂଘନର ଅନ୍ୟ ଏକ କାରଣ

ରାହୁଲ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନୀତି ଯୋଗୁଁ ବେକାରୀ ସମସ୍ୟା ସହିତ ମୁଦ୍ରାସ୍ଫୀତି ମଧ୍ୟ ସଂସଦ ସୁରକ୍ଷା ଉଲ୍ଲଂଘନର ଅନ୍ୟ ଏକ କାରଣ । ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଉପରୋକ୍ତ ଘଟଣା ବିଷୟରେ କହିବା ବେଳେ କହିଛନ୍ତି ଯେ, ଏଭଳି ସାଙ୍ଘାତିକ ଘଟଣା ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ । ଏହି ଘଟଣା ସଂକ୍ରାନ୍ତରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତି ଦିଅନ୍ତୁ ବୋଲି ବହୁବାର ଅନୁରୋଧ କରାଗଲା । କିନ୍ତୁ, ସେ ଆସିବାକୁ ଚାହିଁଲେ ନାହିଁ । ବିଜେପି ଗୃହ ଚଳାଇ ଦେବାକୁ ଚାହୁଁ ନାହାନ୍ତି । ଏଇଟା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । କିନ୍ତୁ ଗଣତନ୍ତ୍ର ଉପରେ ବିଶ୍ୱାସ କରୁ ନ ଥିବା ଲୋକଙ୍କୁ ଏସବୁ କହିବା ନିରର୍ଥକ ।

congress rahul gandhiparliament security breach happened due to unemployment says rahul gandhirahul gandhi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami