ପ୍ୟାରିସରେ ପରସା ହେବ ମାଣ୍ଡିଆ

ବିଦେଶୀ ଚାଖିବେ ମାଣ୍ଡିଆ ସ୍ୱାଦ

ଏବେ ବିଦେଶୀବି ଚାଖିବେ ମାଣ୍ଡିଆ ସ୍ୱାଦ। ଏହାକୁ ନିଜ ହାତରେ ତିଆରି କରି ବିଦେଶୀଙ୍କ ଥାଳିରେ ପରସିବେ ଆମ ରାଜ୍ୟର ମିଶନଶକ୍ତିର ମହିଳା।ପ୍ୟାରିସ ଯିବ ଓଡ଼ିଶା ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ। ପ୍ୟାରିସ୍‌‌ରେ ପ୍ରଦର୍ଶିତ ହେବ ଓଡ଼ିଶା ମିଲେଟ୍‌‌ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ। ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦେଶ ଯାଇ ସେମାନଙ୍କ ପାରଦର୍ଶିତା ଦେଖାଇବେ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ର ସଫଳତା କ୍ଷେତ୍ର ଏହା ଆଉ ଏକ ପାଦ ଆଗକୁ ବଢ଼ାଇବାରେ ସହଯୋଗ କରିବ। ଓଡ଼ିଶାର ମିଲେଟ୍‌‌ ବା ଲଘୁ କ୍ଷୁଦ୍ରଶସ୍ୟ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟି ସାରିଛି। ଏବେ ପ୍ୟାରିସ୍‌‌ର ଫ୍ରାନ୍ସ୍‌‌ରେ ଆୟୋଜିତ ବିଶାଳ ଅନ୍ତର୍ଜାତୀୟ ଖାଦ୍ୟ ଉତ୍ପାଦନ ପ୍ରଦର୍ଶନୀ ‘ସିଆଲ୍‌‌ ୨୦୨୨’ରେ ଓଡ଼ିଶାର ମିଲେଟ୍‌‌ ସାମିଲ ହେବ।

mandia food benefitsodisha foododisha millet missionodisha millet mission reportsial food show 2022sial paris 2022 exhibitors
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami