ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’

ଗୋଟିଏ ଅପରାଧିକ କାଣ୍ଡ । କାଣ୍ଡ ପଛରେ ଜଣେ ଭ୍ରଷ୍ଟ ବ୍ୟକ୍ତିର ହାତ । ପୋଲିସ ତଦନ୍ତରୁ ସତ କ’ଣ ସବୁ ଜଳଜଳ ଦିଶୁଛିକିନ୍ତୁ ନିଜ ନ୍ୟାରେସନ ଓ ନିଜ ହିସାବର ସତ ଖୋଜୁଥିବା ଓ ‘ସତ’ ତିଆରି କରୁଥିବା ରାଡନୈତିକ ଦଳ ତଥା ନେତାଙ୍କ ପାଇଁ ଏହି ‘ସତ’ ସତ ନୁହେଁ । ସେମାନେ ମେକ୍ ଇନ୍ ଇଣ୍ଡିଆ ଭଳି ନିଜ ’ସତ’ ନିଜ ମିଛ କାରଖାନାରେ ତିଆରି କରିବାକୁ ଚାହାନ୍ତି । ଆଉ ଯେତେବେଳେ ସେମାନଙ୍କ ନାଟକ ଚାଲେ ନାହିଁ ସେତେବେଳେ ଅଭିନବ ପ୍ରତିବାଦର ନାଟକ ପଛରେ ଲୁଚିବାର ପ୍ରୟାସ ହୁଏ । ଯାହାକି ଗତ ଦୁଇ ଦିନ ଧରି ବିଧାନସଭାରେ ଦେଖିବାକୁ ମିଳୁଛିକରଦାତ୍ତାଙ୍କ ଟଙ୍କାର ସ୍ୱାହା ହେଉ ପଛେ ଆମ ନାଟକ ଚାଲୁ । ତେଣୁ ଜଣେ ବିଧାୟକ ଚିତା-ଚୈତନ୍ୟ କାଟି ଧୋତି ପିନ୍ଧି ବିଧାନସଭାକୁ ଶୋଧନ କରନ୍ତି । ଏସବୁ ଦେଖି ଆଉ ଜଣେ ବିଧାୟକ ଓ ଦଳକୁ ଲାଗେ ଇଏ ଆମ ବିରୋଧକୁ ହାଇଜ୍ୟାକ୍ କରିନେଲେଣି । ତେଣୁ ପାଟିରୁ ସତସତିକା ‘ସତ’ ବାହାରିଯାଏ । କୁହନ୍ତି ରାଜନୀତି ମାନେ ନାଟକ । ସିଏ ଗୋଟଏ ନାଟକ କରୁଛନ୍ତି । ଅଭିନବ ପ୍ରତିବାଦ କରୁଛନ୍ତି ଆମେ ବି କରିବୁ । ଏହି ଗୋଟିଏ କଥାରୁ ଜଣା ପଡୁଛି ଯେ, ଓଡ଼ିଶାରେ ବିରୋଧୀ ଦଳ ନିଜ ଭୂମିକାକୁ ନେଇ କେତେ ସଚେତନ ଓ ଲୋକଙ୍କ ପ୍ରସଙ୍ଗକୁ ନେଇ କେତେ ସମ୍ବେଦନଶୀଳ ।

କମ୍ ବ୍ୟାକ୍ ପଲିଟିକ୍ସ ଓ ମାଇଲେଜ୍ ରାଜନୀତି

ଗୋଟିଏ ସମୟରେ ରାଜ୍ୟ ରାଜନୀତିରେ କଂଗ୍ରେସର ହିଁ ଚାଲୁଥିଲା । ୧୯୯୦ ଦଶକ ପର୍ଯ୍ୟନ୍ତ କାଁଭାଁ କିଛି ବର୍ଷକୁ ଛାଡିଦେଲେ କ୍ଷମତାର ମଙ୍ଗ କଂଗ୍ରେସ ହାତରେ ହିଁ ଥିଲା । ବିରୋଧୀ ଦଳ କହିଲେ ଜଣେ ବିଜୁ ପଟ୍ଟନାୟକଙ୍କୁ ବୁଝାଉଥିଲା । କିନ୍ତୁ ନୂଆ ସହସ୍ରାବ୍ଦିର ଆରମ୍ଭ ସହିତ ଓଡ଼ିଶା ରାଜନୀତି ଏମିତି କରଲେଉଟାଇଲା ଯେ, କଂଗ୍ରେସକୁ ଭୋଟର କରଛଡା ଦେବାକୁ ଆରମ୍ଭ କରିଥିଲେ । ଏକକ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଦଳ ପାଇଁ ଏମିତି ସମୟ ଆସିଛି ଯେ, ଏହା ବିରୋଧୀ ଦଳର ମାନ୍ୟତା ମଧ୍ୟ ପାଇନାହିଁ । ଏମିତିରେ କଂଗ୍ରେସ ଓ ଏହାର ରାଜ୍ୟ ନେତ୍ରୁବୃନ୍ଦଙ୍କ ଅବସ୍ଥା ବଡ଼ ବିକଳକଂଗ୍ରେସର ସ୍ଥାନ ନେଇଛି ବିଜେପି । ରାଜ୍ୟ ରାଜନୀତିରେ ଗତ ୨୦ ବର୍ଷ ଧରି ଅପ୍ରାସଙ୍ଗିକ ହୋଇଯାଇଥିବା କଂଗ୍ରେସ ଏବେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି । ଆଉ ସବୁଠୁ ବଡ଼ କଥା ହେଉଛି ଦେଶର ସବୁଠାରୁ ପୁରୁଣା ଦଳ ବୋଲି କୁହାଯାଉଥିବା ଦଳ କଂଗ୍ରେସ ଏବେ ବିଜେପିର ବି-ଟିମ୍ ଭଳି କାମ କରୁଛି । ବିଜେପି ଯେଉଁ ପ୍ରସଙ୍ଗ ଉଠାଉଛି ତାକୁ ନେଇ ଆଗକୁ ବଢୁଛି ।

ରାଜନୈତିକ ଡ୍ରାମାରେ ’ସ୍ୱାହା’ ଜନ ପ୍ରସଙ୍ଗ

ବିଧାନସଭାରେ ଜନସ୍ୱାର୍ଥ ପ୍ରସଙ୍ଗ ଉଠିଥାଏ । କିନ୍ତୁ ତିନି ଦିନ ଧରି ବିଜେପି ଓ କଂଗ୍ରେସ ଏହାକୁ ଅଚଳ କରି ରଖିଛନ୍ତି । ଶନିବାର ଦିନ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନେତା କମ ଅଭିନେତା ଅଧିକ ଲାଗୁଥିଲେ । ବ୍ରାହ୍ମଣ ବେଶରେ ତାରା ବିଧାନସଭାର ବିଶୋଧନ କରୁଥିଲେ । ଲକ୍ଷ୍ୟ ଥିଲା ରାଜନୈତିକ ରୁଟି ସେକିବା । କିନ୍ତୁ ତାରାଙ୍କ ଏହି ନାଟକବାଜୀ ବିଜେପିକୁ ବିପଦ ଘଣ୍ଟି ଲାଗିଲା । ତେଣୁ ବିଜେପି ନେତା ବିଷ୍ପୁ ସେଠୀ ତୁରନ୍ତ ରାଜନୈତିକ କୁସ୍ତି ଆଖଡାକୁ ଡେଇଁଥିଲେ । ଆଉ କହିଥିଲେ କଂଗ୍ରେସ କମବ୍ୟାକରେ ଥିଲା । ତେଣୁ ଆଜି ଆମକୁ ଅନୁସରଣ କରି ଅଭିନବ ପ୍ରତିବାଦ କରୁଛି । ଆମେ ମଧ୍ୟ ଅଭିନବ ପ୍ରତିବାଦ କରିବୁ । ସେ ଏହା ମଧ୍ୟ କହିଥିଲେ ରାଜନୀତି ମାନେ ନାଟକ । ସବୁ ନାଟକ ବିଜେପି ନେତାଙ୍କ ଏହି ଗୋଟିଏ ବୟାନ କହୁଛି ଯେ, ବିରୋଧୀ ଦଳ ନେତା ପ୍ରକୃତରେ ଜନସ୍ୱାର୍ଥକୁ ନେଇ ଚିନ୍ତିତ ନା ନିଜ ରାଜନୈତିକ ଦୋକାନ ଚଳାଇବାକୁ ଅଧିକ ବ୍ୟଗ୍ର

ପର ବୁଦ୍ଧି….

ବିଜେପି ନେତାଙ୍କ କଥାକୁ ଯଦି ବିଶ୍ୱାସ କରିବା ତେବେ କଂଗ୍ରେସର ରାଜ୍ୟ ନେତା ଏବେ ବେସି କିଛି ହୋମ୍ ୱାର୍କ କରୁନାହାନ୍ତି । ସେମାନେ ଜେଣତେଣ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି । ତେଣୁ ବିଜେପିର ବି-ଟିମ୍ ଭଳି ବ୍ୟବହାର କରୁଛନ୍ତି । ନିଜ ରାସ୍ତା ନିଜେ ତିଆରି ନକରି ଯଦି କଂଗ୍ରେସ ଏମିତି ବିଜେପି ରାସ୍ତାରେ ଚାଲିବ ତେବେ ଦଳ ଡେଡ୍ ଏଣ୍ଡ୍ ରେ ପହଂଚିବ ସେଥିରେ ସନ୍ଦେହ ନାହିଁ ।

ଦିଗହୀନ କଂଗ୍ରେସ ବିଜେପିକୁ କରୁଛି ଅନୂସରଣ

ମମତାଙ୍କଠାରୁ କେଜ୍ରିୱାଲ ସମସ୍ତଙ୍କ ଅଭିଯୋଗ କଂଗ୍ରେସ ବିଜେପିର ବି-ଟିମ୍ । ଏହି ଅଭିଯୋଗରେ କିଛିଟା ସତ୍ୟତା ରହିଛି । ୨୦୧୪ ନିର୍ବାଚନ ହାରିବାଠାରୁ କଂଗ୍ରେସ ନେତୃତ୍ୱ କେଉଁ ଆଡେ ଯିବେ ତାହା ନିର୍ଧାରିତ କରି ପାରୁନାହାନ୍ତି । ତେଣୁ କେତେବେଳେ ରାହୁଲ ନିଜକୁ ପଇତାଧାରୀ ବ୍ରାହ୍ମଣ କହୁଛନ୍ତି ତ’ ପୁଣି ମନ୍ଦିରରୁ ମନ୍ଦିର ବୁଲୁଛନ୍ତି । ବିଜେପିର ହାର୍ଡ୍ ହିନ୍ଦୁତ୍ୱର ମୁକାବିଲା ପାଇଁ କଂଗ୍ରେସ ସଫ୍ଟ ହିନ୍ଦୁତ୍ୱକୁ ଅସ୍ତ୍ର କରିଛି । କିନ୍ତୁ କଂଗ୍ରେସ ବୁଝି ପାରୁନାହିଁ ଯେ, ନିଜ ଭୋଟରଙ୍କୁ ଉଗ୍ରହିନ୍ଦୁତ୍ୱର ଟନିକ୍ ପିଆଇବାରେ ସଫଳ ହୋଇଥିବା ବିଜେପିର ମୁକାବିଲା ସଫ୍ଟ ହିନ୍ଦୁତ୍ୱ ଦ୍ୱାରା ସମ୍ଭବ ନୁହେଁ । ରାଜ୍ୟ କଂଗ୍ରେସ ମଧ୍ୟ ସେହିଭଳି ବିଜେପି ପଛରେ ଚାଲ ନୀତି ଆପଣାଇଛି । ଯାହାକି ଆଗକୁ ଚାଲି ’ଗ୍ରାଣ୍ଡ୍ ଓଲ୍ଡ ପାର୍ଟି’ ପାଇଁ ରାଜନୈତିକ ହାରାକାରୀ ( ଜାପାନୀ ଭାଷାରେ ହାରାକାରୀର ଅର୍ଥ ଆତ୍ମହତ୍ୟା) ସାବ୍ୟସ୍ତ ହେବ ।

biju janata dalbiju patnaikbjdbjp and congress alliancebjp b teambjp leader bishnu sethicongress mla tara prasad bahinipatimake in indiaodisha bjpodisha bjp leadersodisha congressodisha congress and bjpodisha congress leadersodisha political dramaodisha politicspolitical partiesଓଡ଼ିଶା ରାଜନୀତିକଂଗ୍ରେସକଂଗ୍ରେସ ବିଜେପିର ବି-ଟିମ୍କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିବିଜୁ ପଟ୍ଟନାୟକବିଜେପିବିଜେପି ଓ କଂଗ୍ରେସବିଜେପି ନେତା ବିଷ୍ପୁ ସେଠୀବିଜେପିର ବି-ଟିମ୍ମେକ୍ ଇନ୍ ଇଣ୍ଡିଆରାଡନୈତିକ ଦଳ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami