କାନ୍‌ଭାସ୍‌ରେ ସତ୍ୟଙ୍କ ସଚେତନତା

କରୋନାର ସମ୍ଭାବ୍ୟ ତୃତୀୟ ଲହର ଛୋଟ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ଦେଇଛନ୍ତି । ମହାମାରୀ କବଳରୁ ଛୋଟ ପିଲାମାନଙ୍କୁ ସୁରକ୍ଷିତ ରଖିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଏଥିପାଇଁ ପ୍ରତ୍ୟେକ ମା’ମାନଙ୍କର ପ୍ରମୁଖ ଦାୟିତ୍ୱ ହେବା ଉଚିତ୍ । ଏହି ସମୟରେ ମା’ ମାନେ ହିଁ ପିଲାମାନଙ୍କ ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଜରୁରୀ ବୋଲି ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯୁବ ଚିତ୍ରଶିଳ୍ପୀ ସତ୍ୟରଞ୍ଜନ ଦାସ ।

ପ୍ରଥମ ଓ ଦ୍ୱିତୀୟ ଲହରରେ କରୋନାର ଭୟଙ୍କର ରୂପ ବିଶ୍ୱବାସୀଙ୍କ ମନରୁ ନ ଲିଭୁଣୁ ତୃତୀୟ ଲହର ଆଶଙ୍କା ପାଇଁ ସମସ୍ତଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । ତେଣୁ ଏଥିପାଇଁ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ଚିତ୍ର ମାଧ୍ୟମରେ ସଚେତନତା ବାର୍ତା ଦେଇଛନ୍ତି ଚିତ୍ର ଶିଳ୍ପୀ ସତ୍ୟ । କାନ୍‌ଭାସ୍‌ରେ ପ୍ରସ୍ତୁତ କରିଥିବା ଏହି କଳାକୃତିରେ କରୋନା ଟିକାର ଗୁରୁତ୍ୱ ସମ୍ପର୍କରେ ସେ ବର୍ଣ୍ଣନା କରିଛନ୍ତି । ଟିକା କିଭଳି କରୋନା ସଞ୍ଜିବନୀ ସାଜିଛି ତାହାକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି । ତେଣୁ ଛୋଟ ପିଲାମାନଙ୍କ ଟିକାକରଣ କରାଗଲେ କରୋନା ଯୁଦ୍ଧରେ ସେମାନେ ଜିତିପାରିବେ ବୋଲି ଚିତ୍ରରେ ଦର୍ଶାଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ଛୋଟ ପିଲାମାନଙ୍କୁ କରୋନା କବଳରୁ ରକ୍ଷା କରିବା ପରିବାର ସଦସ୍ୟଙ୍କ ସମେତ ବିଶେଷ କରି ମା’ମାନଙ୍କର ପ୍ରମୁଖ ଭୂମିକା ସମ୍ପର୍କରେ ସେ ଚିତ୍ରଣ କରିଛନ୍ତି । ସାଧାରତଃ ପରିବାରର ଅନ୍ୟ ସଦସ୍ୟଙ୍କ ଅପେକ୍ଷା ମା’ମାନେ ଅଧିକ ସମୟ ପିଲାଙ୍କ ସଂସ୍ପର୍ଶରେ ଆସିବା ସହ ନିକଟତର ହୋଇଥାନ୍ତି । ତେଣୁ ପ୍ରଥମେ ମା’ମାନେ ନିଜେ ସୁସ୍ଥ ଏବଂ ସୁରକ୍ଷିତ ରହିବା ଉଚିତ୍ । ବାଲିଆନ୍ତା ବ୍ଲକ୍ ବ୍ରାହ୍ମଣ ସୁଆଁଲୋ ଗ୍ରାମର ସୁଦର୍ଶନ ଦାସ ଏବଂ ବାସନ୍ତୀ ଦାସଙ୍କ ପୁଅ ସତ୍ୟରଞ୍ଜନ ଭୁବନେଶ୍ୱରସ୍ଥିତ ବିକେ ଆର୍ଟ କଲେଜରେ ଗ୍ରାଜୁଏସନ୍ କରିବା ପରେ ନୂଆଦିଲ୍ଲୀସ୍ଥିତ କଲେଜ ଅଫ୍ ଆର୍ଟରେ ସ୍ନାତକୋତର କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ସଚେତନତାମୂଳକ ଚିତ୍ର ଜୀବନ୍ତ ରୂପ ଦେଇ ବହୁ ପ୍ରଶଂସା ସାଉଁଟିଛନ୍ତି ସତ୍ୟ ।

artistbalianta blockbhubaneswar bk art collegecanvascanvas artscanvas paintingschildrens covid infectedcorona 3rd wavecorona awarenesscovid 19covid third wavenew delhi college of artsatyaranjan dasvaccination for childrensକରୋନା ଟିକାର ଗୁରୁତ୍ୱକରୋନା ସଞ୍ଜିବନୀକରୋନାର ସମ୍ଭାବ୍ୟ ତୃତୀୟ ଲହରକାନ୍‌ଭାସ୍‌ଚିତ୍ରଶିଳ୍ପୀଛୋଟ ପିଲାମାନଙ୍କୁ ସୁରକ୍ଷିତ ରଖିବାଟିକାକରଣନୂଆଦିଲ୍ଲୀ କଲେଜ ଅଫ୍ ଆର୍ଟବାଲିଆନ୍ତା ବ୍ଲକ୍ଭୁବନେଶ୍ୱର ବିକେ ଆର୍ଟ କଲେଜସତ୍ୟରଞ୍ଜନ ଦାସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami