ପୁରୁଣା ଟାୟାରରୁ ଆରାମ ଚେୟାର

ଆବର୍ଜନାରୁ ଆକର୍ଷଣ

ଯାହାକୁ ଆମେ ଅଦରକାରୀ ଜିନିଷ ବୋଲି ଭାବି ବାହାରେ ଫିଙ୍ଗି ଦେଇଥାଉ ସେଥିରୁ ତିଆରି ହୋଇଛି ବ୍ୟବହାର୍ଯ୍ୟ ସାମଗ୍ରୀପରିବେଶକୁ ନଷ୍ଟ କରୁଥିବା ଟାୟାରରୁ ପ୍ରସ୍ତୁତ ହୋଇଛି ଟିଂପଏ ସେଟ୍ । ଗ୍ୟାରେଜ୍ ହେଉ ଅବା ଅଳିଆଗଦାରେ ପଡ଼ି ରହିଥିବା ଟାୟାର ଟ୍ୟୁବ୍ ସବୁକୁ ନେଇ ଅଭିନବ ଉପାୟରେ ଅତି ଆକର୍ଷଣୀୟ ସାମଗ୍ରୀ ତିଆରି ହୋଇପାରୁଛି । ପୂର୍ବରୁ ବର୍ଜ୍ୟବସ୍ତୁରେ ବିଭିନ୍ନ ଉପାଦେୟ ସାମଗ୍ରୀ ତିଆରି କରିଥିବା ଏହି ଶିଳ୍ପୀ ଜଣକ ହେଲେ ପ୍ରିୟରଞ୍ଜନ ବରାଳ । ଭଙ୍ଗା କି’ ବୋର୍ଡ, ପ୍ଲାଷ୍ଟିକ୍ ବୋତଲ ଆଦି ବର୍ଜ୍ୟବସ୍ତୁରୁ ବିଭିନ୍ନ ସମୟରେ ଅନେକ ଉପାଦେୟ ସାମଗ୍ରୀ ପ୍ରସ୍ତୁତ କରି ରଖିଛନ୍ତି । ଟାୟାରକୁ ନେଇ ଏକ ନିଆରା ଢ଼ଙ୍ଗରେ ପ୍ରସ୍ତୁତ କରିଛନ୍ତି ଟିପଏ ସେଟ୍ । ଯାହା କି ଶୁଣିବାକୁ ଯେପରି ଭିନ୍ନ ଦେଖିବାକୁ ମଧ୍ୟ ଭିନ୍ନ । ୨୩ଟି ଟାୟାରକୁ ନେଇ ହୋଇଛି ଏହି ଚେୟାର ଟେବୁଲ ସେଟ୍ । ୪ଟା ଚେୟାର ସଙ୍ଗକୁ ଗୋଟିଏ ଟିପଏ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପ୍ରିୟରଞ୍ଜନ । ପ୍ରତିଟି ଚେୟାର ସେ ୫ଟି ଟାୟାରରେ ତିଆରି କରୁଛନ୍ତି । ସେହିପରି ଟିପଏ ଟେବୁଲକୁ ସେ ୩ଟି ଟାୟାର ବ୍ୟବହାର କରିଛନ୍ତି । ପ୍ରତିଦିନ ଗୋଟିଏ ଲେଖାଏଁ ଟାୟାର ଚେୟାର ତିଆରି କରୁଛନ୍ତି ସେ ।

କରୋନା ମହାମାରୀ ସମୟରେ ଶିଳ୍ପୀ ପ୍ରିୟରଞ୍ଜନ ବର୍ଜ୍ୟବସ୍ତୁରୁ କରି ଚାଲିଛନ୍ତି ଅନେକ ଅନେକ ସର୍ଜନା । ପ୍ଲାଷ୍ଟିକ୍ ହେଉ ଅବା ରବର୍ ସାମଗ୍ରୀ ହୋଇଥିବାରୁ ଏଣେତେଣେ ଫିଙ୍ଗିବା ଦ୍ୱାରା ପରିବେଶ ଦୂଷିତ ହେବା ସହ ମାଟିରେ ମିଶେ ନାହିଁ । ଏଥିପାଇଁ ଅଦରକାରୀକୁ ବ୍ୟବହାର କରି ସେ ସୁନ୍ଦର ବ୍ୟବହାରିକ ସାମଗ୍ରୀ ବା ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିବାର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଅଦରକାରୀ ଟାୟାର ସବୁକୁ ଗ୍ୟାରେଜ୍‌ରୁ ସଂଗ୍ରହ କରି ସେସବୁକୁ କାଟି ପ୍ଲାଷ୍ଟିକ୍ ଦଉଡ଼ିରେ ବାନ୍ଧି ସୁନ୍ଦର ଆରାମ ଚୌକି ସେଟ୍ ପ୍ରସ୍ତୁତ କରିଛନ୍ତି । ଏହି ଚୌକି ସବୁକୁ ନେଇ ସୁସଜ୍ଜିତ ଭାବେ ସଜାଇବା ପାଇଁ ଜଣେ ଗାର୍ଡେନର ତାଙ୍କୁ ଅର୍ଡର କରିଛନ୍ତି । ଏ ସମ୍ପର୍କରେ ପ୍ରିୟରଞ୍ଜନ କହନ୍ତି ଅଦରକାରୀ ବି ଦରକାରୀ ହୋଇପାରେ । ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ସାମଗ୍ରୀରୁ ଟାୟାର ଚେୟାର ସେଟ୍ ପ୍ରସ୍ତୁତ କରୁଛି । ଆଗକୁ ଅନ୍ୟାନ୍ୟ ଘରସଜ୍ଜା ସାମଗ୍ରୀ ତିଆରି ପାଇଁ ଯୋଜନା ରହିଛି । ପ୍ରିୟରଞ୍ଜନଙ୍କ ଏହି ନିଆରା କାରୁକାର୍ଯ୍ୟକୁ ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ୁଥିବାବେଳେ ଅନେକ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି ।

environment pollutionodisha artistold tyres into new furnitureplastic bottlespriyaranjan baralteapoy setturning wastes to attractiontyre tubetyres from garageunused keyboardsଅଦରକାରୀ ଜିନିଷଅଳିଆଗଦାଆବର୍ଜନାରୁ ଆକର୍ଷଣଗ୍ୟାରେଜ୍ଚୌକି ସେଟ୍ଟାୟାର ଟ୍ୟୁବ୍ଟିପଏ ସେଟ୍ପରିବେଶ ଦୂଷିତପରିବେଶକୁ ନଷ୍ଟ କରୁଥିବା ଟାୟାରପୁରୁଣା ଟାୟାରରୁ ଆରାମ ଚେୟାରପ୍ରିୟରଞ୍ଜନ ବରାଳପ୍ଲାଷ୍ଟିକ୍ ବୋତଲଭଙ୍ଗା କି’ ବୋର୍ଡ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami