ଠକେଇ ଅଭିଯୋଗରେ ଗିରଫ ହେଲେ ଅଭିନେତ୍ରୀ

ଭୁବନେଶ୍ୱର : ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ମୌସୁମୀଙ୍କୁ ଗିରଫ କଲା ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ଏନେଇ ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି ।

ଟଙ୍କା ଦେଣନେଣ ନେଇ ହୋଇଛି ଅଭିଯୋଗ

ସୂଚନାଅନୁସାରେ ଲେଖିକା ବନସ୍ମିତା ପତି ଥାନାରେ ଅଭିଯୋଗ କରିଥିଲେ ଯେ, ଅଭିନେତ୍ରୀ ମୌସୁମୀ ନାୟକ ତାଙ୍କୁ ବ୍ଲାକମେଲ କରିଛନ୍ତି । ବ୍ଲାକମେଲ କରି ମୌସୁମୀ ଅଧିକ ଟଙ୍କା ନେବା ସହ ମାନହାନି ଭଳି ଅଭିଯୋଗ କରିଥିଲେ । ଟଙ୍କା ନଦେଲେ ମୌସୁମୀ ବଦନାମ କରିବା ଏବଂ ଘର ଭାଙ୍ଗିଦେବାକୁ ଧମକ ଦେଇଥିଲେ । ପୂର୍ବରୁ ମୌସୁମୀ ମଧ୍ୟ ବନସ୍ମିତାଙ୍କ ନାଁରେ ଚନ୍ଦକା ଥାନାରେ ଟଙ୍କା ଦେଣନେଣକୁ ନେଇ ଅଭିଯୋଗ କରିଥିଲେ ।

odia actressodia actress arrestodia actress mousumi nayak
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami