ବିଜୟରୁ ବିଶ୍ୱକପ୍‌-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ

ଅହମଦାବାଦ : ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡକୁ ୯ ଉଇକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଫଳରେ ୨୦୧୯ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ୯ ଉଇକେଟ୍‌ରେ ବିଜୟୀ ହୋଇ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ।

ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୮୨ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ହେଲେ ନ୍ୟୁଜିଲାଣ୍ଡ ୩୭ତମ ଓଭରରେ ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଦେୱନ କନୱେ ଅପରାଜିତ ୧୫୨ କରିଥିବା ବେଳେ ରଚିନ ରବୀନ୍ଦ୍ର ଅପରାଜିତ ୧୨୩ ରନ୍ କରିଥିଲେ ।

new-zealand winnew-zealand-england cricket matchnz-beat-england-by-9-wkts-sports news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami