ନୂଆବର୍ଷରୁ ନୂଆ ନିୟମ, ଶ୍ରୀମନ୍ଦିରକୁ ପଲିଥିନ ମନା

ପୁରୀ: ଏବେ ଆଉ ଶ୍ରୀମନ୍ଦିର ଭିତରେ ଦେଖିବାକୁ ମିଳିବନି ପଲିଥିନ ବ୍ୟାଗ । ପୂର୍ବରୁ ପଲିଥିନ ବ୍ୟାନ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା । ଯାହାଫଳରେ ଭକ୍ତ ମାନେ ହାତରେ ପଲିଥିନ ଥରି ମନ୍ଦିର ଭିତରକୁ ଯାଉଥିଲେ । କିନ୍ତୁ ଏବେ ନୂଆବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟାଭିଡିଛି । ୨୦୨୦ରୁ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ପ୍ରୟାସ ହୋଇଥିଲ।।

ବାଉଁଶ ଭୋଗେଇ, ଚାଙ୍ଗୁଡି, କାଗଜ ବ୍ୟାଗରେ ଜିନିଷ ନେବେ ଭକ୍ତ

ପଲିଥିନ୍ ବ୍ୟାଗ୍ ବଦଳରେ ଏବେ ବାଉଁଶ ଭୋଗେଇ, ଚାଙ୍ଗୁଡି, କାଗଜ ବ୍ୟାଗ, କପଡା ବ୍ୟାଗ ଆଦି ରେ ଶ୍ରୀମନ୍ଦିରକୁ ଭୋଗ ଓ ଫୁଲ ନେବେ ଭକ୍ତ । ଏନେଇ ସେବାୟତ ନିଯୋଗ ଓ ଭକ୍ତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଅନୁରୋଧ କରିଛନ୍ତି । ତେବେ ଶ୍ରୀମନ୍ଦିରର ଚାରି ଦ୍ୱାର ସମ୍ମୁଖରେ ପଲିଥିନ୍‌? ବ୍ୟାଗ ବିକ୍ରି ନେଇ ବାରଣ କରାଯିବ । ଏହାବଦଳରେ କାଠ, ବାଉଁଶ, ପତ୍ର, ପେପର, କପଡା ଆଦିରେ ନିର୍ମିତ ବ୍ୟାଗ ବା ଥଳି କୁ ବିକ୍ରି କରାଯିବ । ମନ୍ଦିରକୁ ଆସୁଥିବା ଭକ୍ତ ଓ ସମସ୍ତ ସେବାୟତ ଓ ନିଯୋଗ ମାନେ ଯେପରି ଏହି ବିଷୟରେ ଖବର ପାଇବେ ସେନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ ।

jaganatha temple purino polithin use in srimandir from new yearsrimandira puri
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami