୮ଟି ସ୍ଥାନରେ ଉଦ୍‌ବୋଧନ ଦେବେ ନବୀନ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ବିଶାଳ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ରୋଡ ଶୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଶିଶୁଭବନ ଛକରେ ଶେଷ ହେବ । ସନ୍ଧ୍ୟା ସାଢେ ୬ଟାରେ ୟୁନିଟ-୬ ଗଙ୍ଗନଗର ଛକରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ଆରମ୍ଭ ହେବ । ପ୍ରାୟ ଏକ ଘଣ୍ଟା ଧରି ଚାଲିବାକୁ ଥିବା ହାଇଭୋଲଟେଜ ରୋଡ ଶୋରେ ନବୀନ ୮ଟି ସ୍ଥାନରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ନବୀନ ପ୍ରଥମେ ଗଙ୍ଗନଗର ଛକରେ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ଏଲଆଇସି ଛକ ଦେଇ ଗୋପବନ୍ଧୁ ଛକରେ ପହଞ୍ଚିବେ । ଯୁନିଟ-୮ ଡିଏଭି ସ୍କୁଲ ନିକଟରେ ପହଞ୍ଚି ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ । ସେଠାରୁ ବାହାରି ଏଚଡିଏଫସି ଛକ, ବାଲୁଙ୍କେଶ୍ୱର ମନ୍ଦିର, ମମତାଜ ଅଲ୍ଲୀ ସ୍କୁଲ ଦେଇ ଶ୍ରୀକୃଷ୍ଣ କ୍ଲବ ନିକଟରେ ପହଞ୍ଚିିବେ । ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ

ଏହାପରେ କଳିଙ୍ଗ ଷ୍ଟାଡିୟମ ଛକ ଓ ନିକୋପାର୍କ ଛକ ଦେଇ ବାୟାବାବା ମଠ ରାସ୍ତା ନିକଟରେ ନବୀନଙ୍କ ରୋଡ୍ ଶୋ ପହଞ୍ଚିବ । ସେଠାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ରୂପାଲି ଛକ ଦେଇ ସତ୍ୟନଗର ନିକଟକୁ ଯିବେ । ସେଠାରେ ମଧ୍ୟ ଉପସ୍ଥିତ ଜନସଧାରଣଙ୍କୁ ସମ୍ବୋଧିତ କରିବେ । ପରେ ଶ୍ରୀୟା ଛକ, ରାଜମହଲ, ମାଷ୍ଟରକ୍ୟାଣ୍ଟିନ ଦେଇ ସନ୍ଧ୍ୟା ସାଢେ ୭ଟାରେ ଶିଶୁଭବନ ଛକରେ ପହଞ୍ଚିବେ । ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ରୋଡ ଶୋ ପାଇଁ ଦଳୀୟ ନେତା ଓ କର୍ମୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ଚାଲିବାକୁ ଥିବାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

cm naveen patnaiknaveens grand road show
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami