ଡିସ୍‌ଚାର୍ଜ ହେଲେ ମିଥୁନ; ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୋଦିି

ମୁମ୍ବାଇ: ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୧୦ ତାରିଖରେ କୋଲକତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ସୋମବାର ଅପରାହ୍ନରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତିି । ଏବେ ତାଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି । କିଛି ଦିନ ଘରେ ବିଶ୍ରାମ ନେବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି ।

ଖୁବ୍‌ଶୀଘ୍ର ସୁଟିଂ ଆରମ୍ଭ କରିବି

ଡ଼ିସ୍‌ଚାର୍ଜ ହେବା ପରେ ମିଥୁନ୍ କହିଛନ୍ତି ଯେ, ପ୍ରକୃତରେ କୌଣସି ଅସୁବିଧା ନାହିଁ । ଏବେ ସୁସ୍ଥ ଅଛି । ମୋର ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡ଼ିବ । ଖୁବ୍‌ଶୀଘ୍ର ମୋର ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂ କାର୍ଯ୍ୟ ଆରମ୍ଭ କରିବି । ମିଥୁନ ଆହୁରି କହିଛନ୍ତି ଯେ, ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କଲ କରିଥିଲେ । ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ମୋଦୀ ମୋତେ ମୁଁ ନିଜର ସ୍ୱାସ୍ଥ୍ୟର ଯତ୍ନ ଠିକ୍ ଭାବେ ନେଉ ନ ଥିବାରୁ ଗାଳି ଦେଇଥିଲେ । ବହୁ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞ ମିଥୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମୀକ୍ଷା କରିଛନ୍ତି । ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ସେମାନେ ଏମଆରଆଇ ସମେତ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରିଥିଲେ ।ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଗତଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବ୍ରେନ ଷ୍ଟୋକ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ।

bollywood actor mithun chakrabortymithun chakraborty discharged from hospital
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami