ଏଥର ବାଜିବ ଯୋଡ଼ି ଶଙ୍ଖ : ମନ୍ମଥ

ଭୁବନେଶ୍ୱର: ବିଜେଡ଼ି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ହେଲେ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ତାଙ୍କର ପ୍ରଚାର ଆରମ୍ଭ କରିଦେଇଛନ୍ତି । ତାଙ୍କର ଏହି ସଭାରେ ତାଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଏକାଠି ଦେଖିବାକୁ ମିଳିଛି । ଲକ୍ଷ୍ମୀସାଗର ପତିତପାବନମନ୍ଦିରରେ ଆୟୋଜିତ ଏକ ସାଧାରଣ ସଭାରେ ଉଭୟ ‘ଏଥର ଯୋଡ଼ି ଶଙ୍ଖ ବାଜିବ’ ବୋଲି କହିଛନ୍ତି । ପୂର୍ବରୁ ସାଂସଦ ଆସନ ବିଜେପିକୁ ଯାଇଥିବାରୁ ଏଥର ଯେମିତି ଭୁଲ ନ ହୁଏ ସେଥିପାଇଁ ଦୃଷ୍ଟି ଦେବାକୁ ଉଭୟ କହିଛନ୍ତି ।

ଲୋକଙ୍କ ଭଲପାଇବା ବିଜେଡିକୁ ଆଗକୁ ନେବ

ଏହି ଅବସରରେ ମନ୍ମଥ କହିଥିଲେ ଯେ, ପାଇଲଟ୍ ଭାବରେ ମୁଁ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ଶିଖିଛି । ଏଣୁ ଏ ରାଜନୀତି କ୍ଷେତ୍ର ବୁକେଇ ଯିବନି । ବିଧାୟକ ଶ୍ରୀ ଜେନା କହିଛନ୍ତି, ବିଏମ୍‌ସି ମେୟର ଥିବା ବେଳୁ ଲୋକଙ୍କ ସମସ୍ୟା ସମାଧାନ କରିବା ଅଭ୍ୟାସ ରଖିଛି । ଛୋଟରୁ ବୟସ୍କଙ୍କ ପର୍ଯ୍ୟନ୍ତ ଅଭିଯୋଗ ଶୁଣିବା ଓ ସମାଧାନ କରିବା ଏବେ ବି ଜାରି ରହିଛି । ଆଗକୁ ମଧ୍ୟ ଜାରି ରହିବ । ପତିତପାବନଙ୍କ ଆଶୀର୍ବାଦ ଓ ଲୋକମାନଙ୍କ ଭଲପାଇବା ପୁଣି ଥରେ ବିଜେଡିକୁ ଆଗକୁ ନେବ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଭରତ ଲେଙ୍କା ଓ ପୁଷ୍ପାଞ୍ଜଳୀ ସେଠୀ, ଭୁବନେଶ୍ୱର ସଭାପତି(ମଧ୍ୟ) ରବୀନ୍ଦ୍ର ଛୋଟରାୟ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପ୍ରତିନିଧି ଶୁଭ୍ରାଂଶୁ ମିଶ୍ର, ଯୁବ ବିଜେଡି ଉପସଭାପତି ଦିଲ୍ଲୀପ ସେନାପତି, ମହିଳା ବିଜେଡି ସାଧାରଣ ସମ୍ପାଦିକା ଶାଶ୍ୱତୀ ଲେଙ୍କା, ଯୁବ ବିଜେଡି ସମ୍ପାଦିକା ପୂଜାରାଣୀ ରାଉତ, ବରିଷ୍ଠ ବିଜେଡି ନେତା ଦୀପକ ପରିଡ଼ା ଓ ଅଜୟ ଲେଙ୍କା ପ୍ରମୁଖଙ୍କ ସମେତ ଶତାଧିକ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ ।

manmath in campaignmanmath routraymla sura routray son manmath routray
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami