ରାଜନୀତିରେ ପ୍ରବେଶ କରିବେ ମାଧୁରୀ, ଲୋକସଭା ଆସନରେ ଲଢିବା ସମ୍ଭାବନା

ମୁମ୍ବାଇ : ନିର୍ବାଚନ ଲଢିବେ ବଲିଉଡ଼ର ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ୍ । ଏନେଇ ସେ ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି । କୁହାଯାଉଛି ମାଧୁରୀ ଦୀର୍ଘ ଦିନ ଧରି ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ତେବେ ସେ ଏପର୍ଯ୍ୟନ୍ତ ଏହାକୁ ସ୍ପଷ୍ଟ କରିନାହାଁନ୍ତି । ଏହାକୁ ନେଇ ଏବେ ବଲିଉଡ଼ ଇଣ୍ଡଷ୍ଟ୍ରି ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ସହ ନଜର ଆସିଥିଲେ ମାଧୁରୀ

ବଲିଉଡର ଧକ୍‌ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ସିନେମା ଜଗତରେ ନିଜର ଯାଦୁ ଦେଖାଇବା ପରେ ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । ନିକଟରେ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଆୟୋଜିତ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚରେ ମାଧୁରୀଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ନଜର ଆସିଥିଲେ । ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ବିଜେପି ନେତା ଆଶିଷ ଶେଲାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଯାହା ପରେ ମାଧୁରୀଙ୍କୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଚାଲିଛି ।

ମାଧୁରୀ ଉତ୍ତର ପଶ୍ଚିମ ମୁମ୍ବାଇ ଆସନରୁ ଲଢିପାରନ୍ତି

ତେବେ ବିଜେପିର ବରିଷ୍ଠ ନେତା ଗୋପାଳ ଶେଟ୍ଟୀ ହେଉଛନ୍ତି ଉତ୍ତର ମୁମ୍ବାଇର ଲୋକସଭା ସାଂସଦ । ଗୋପାଳ ଶେଟ୍ଟୀ ହିଁ ୨୦୧୯ ନିର୍ବାଚନରେ ଉର୍ମିଲା ମାତଣ୍ଡୋକରଙ୍କୁ ପରାସ୍ତ କରି ଦ୍ୱିତୀୟ ଥର ସାଂସଦ ହୋଇଥିଲେ । ଏଭଳି ପରିସ୍ଥିତିରେ ବିଜେପି ଏହି ଆସନରୁ ଗୋପାଳ ଶେଟ୍ଟୀଙ୍କ ସ୍ଥାନରେ ମାଧୁରୀ ଦୀକ୍ଷିତଙ୍କୁ ଲଢିବାକୁ ଦିଆଯାଇପାରେ । ମାଧୁରୀ ଉତ୍ତର ପଶ୍ଚିମ ମୁମ୍ବାଇ ଆସନରୁ ନିର୍ବାଚନରେ ଲଢିବାର ସମ୍ଭାବନା ରହିଥିବା ଜଣାଯାଇଛି । କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ଗତ ସେପ୍ଟେମ୍ବର ୨୩ରେ ମୁମ୍ବାଇ ଗସ୍ତ କରିଥିଲେ, ସେତେବେଳେ ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ଏକ ବୈଠକ କରିଥିଲେ । ଏହି ବୈଠକରେ ଫଡନଭିସ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପସ୍ଥିତ ଥିଲେ । ବୈଠକରେ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଥିବା ଜଣାପଡିଛି । ଏହା ମଧ୍ୟ କୁହାଯାଉଛି ଯେ ଏହା ପରେ ଭାଜପା ଟିକେଟରେ ଆଗାମୀ ଲୋକ ସଭା ନିର୍ବାଚନରେ ମାଧୁରୀ ପ୍ରତିଦ୍ୱନ୍ଦ୍ୱିତା କରିବେ ।

bollywood actress madhuri dixitmadhuri dixit contest lok sabha electionsMadhuri was seen with the Deputy Chief Minister of Maharashtra
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami