ଦୂର ହେଲା ଦୀର୍ଘ ଦିନର ସମସ୍ୟା, ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ କୁସୁମୀ ବ୍ୟାରେଜ

ନୟାଗଡ: ଚାଷୀଙ୍କ ମୁହଁରେ ଫୁଟିଲା ହସ । ଦୂର ହେଲା ଦୀର୍ଘ ଦିନର ସମସ୍ୟା । ଉଦଘାଟିତ ହେଲା ସୁନାଲଟିଠାରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷିତ କୁସୁମୀ ବ୍ୟାରେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ନୟାଗଡ଼ ,ଖଣ୍ଡପଡା ଭାପୁର, ଏବଂ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ୧୩ ହଜାର ୭ ଶହ ୪୫ ହେକ୍ଟର ଚାଷ ଜମି ଜଳ ସେଚିତ ହେବ । ୩ଶହ ୨୯ କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ବ୍ୟାରେଜ । ମୁଖ୍ୟମନ୍ତ୍ରୀ ଏହି ବ୍ୟାରେଜ୍‌କୁ ଉଦ୍‌ଘାଟନ କରିବା ପରେ ଚାଷୀଙ୍କ କ୍ଷେତ୍ରରେ ଖୁସି ଦେଖାଦେଇଛି ।

ଉଚ୍ଚ ସ୍ଥାନରେ ଥିବା ହଜାରେ ହେକ୍ଟର ଜମିକୁ କରିବ ଜଳସେଚନ

ଏହି ବ୍ୟାରେଜ ଦ୍ୱାରା ଉଠା ଜଳ ସେଚନ ମାଧ୍ୟମରେ ରଣପୁର ଏବଂ ନୟାଗଡ଼ ବ୍ଲକର ଉଚ୍ଚ ସ୍ଥାନରେ ଥିବା ହଜାରେ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ଯୋଗାଇ ଦିଆଯିବ । ଭୂତଳ ପାଇପ ଲାଇନ କେନାଲ ମାଧ୍ୟମରେ ଚାଷ ଜମିକୁ ପାଣି ମାଡିବ । ପାଇପ ଲାଇନ କାମ ପାଇଁ ଏଲସିସି କମ୍ପାନୀ ସହ ରାଜ୍ୟ ସରକାରଙ୍କର ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା ।ସ୍ଥାନୀୟ ଅଞ୍ଚଳର ମରୁଡି ସମସ୍ୟା ଦୂର ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁସୁମୀ ବ୍ୟାରେଜ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୧୯ ମସିହାରେ ଏହାର କାମ ଆରମ୍ଭ ହୋଇଥିଲା । ବ୍ୟାରେଜରୁ ପାଣି ନିଷ୍କାସନ ପାଇଁ ନିର୍ମାଣ ହୋଇଛି ୮ଟି ସ୍କୁଇଜ ଗେଟ । ଜମିକୁ ଜଳ ଯୋଗାଣ ପାଇଁ ବ୍ୟାରେଜରୁ କେନାଲ ପରିବର୍ତ୍ତେ ହୋମ ପାଇପର ବ୍ୟବସ୍ଥା ରହିଛି ।

cm Kusumi Barrage inauguratedcm nabin pattnaik inauguratedKusumi BarrageKusumi Barrage inaugurated
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami