ଦେଶର ବିଧାୟକ କେଉଁଥିରେ ଅଧିକ କରିଥାନ୍ତି ନିବେଶ ? କେମିତି ଆପଣ ମଧ୍ୟ ଚାହିଁଲେ ସେମାନଙ୍କଠାରୁ ଅଧିକ ରିଟର୍ଣ୍ଣ ପାଇପାରିବେ

ବିଧାୟକଙ୍କ ଥାଟ୍ ଅନେକଙ୍କୁ ଆକର୍ଷିତ କରିଥାଏ । ପ୍ରତି ନିର୍ବାଚନ ସହିତ ବିଧାୟକଙ୍କ ସମ୍ପତି ବୃଦ୍ଧିକୁ ନେଇ ପ୍ରଶ୍ନ ମଧ୍ୟ ଉଠେ । ଏହା ନିର୍ବାଚନ ପୂର୍ବରୁ ବିଧାୟକମାନେ ଦାଖଲ କରୁଥିବା ସତ୍ୟପାଠରୁ ଜଣା ପଡିଥାଏ । ପ୍ରାୟ ସବୁ ବିଧାୟକଙ୍କ ସତ୍ୟପାଠରୁ ଜଣା ପଡିଥାଏ ଯେ, ସେମାନେ ରିୟଲ ଇଷ୍ଟେଟରେ ନିବେଶ କରିଥାନ୍ତି । ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ ବିଧାୟକ ମାନେ ଜମି ବା ପ୍ଲଟରେ ପୁଂଜି ନିବେସ କରିବାକୁ ସୁରକ୍ଷିତ ବୋଲି ଭାବିଥାନ୍ତି କିନ୍ତୁ ସତ ହେଉଛି ଏଭଳି ନିବେଶ ଦ୍ୱାରା ସେମାନଙ୍କ ସମ୍ପତ୍ତିରେ ଅଧିକ ବୃଦ୍ଧି ଘଟିନଥାଏ । ସେମାନଙ୍କ ଟଙ୍କା ଜମିଜମାରେ ନିବେଶ ଦ୍ୱାରା ଅଧିକ ବୃଦ୍ଧି ଘଟିନଥାଏ । ଆପଣ ଯଦି ନିବେଶର ସଠିକ ତରିକା ଆପଣାଇବେ ତେବେ ଆପଣ ବିଧାୟକଙ୍କଠାରୁ ଅଧିକ ଟଙ୍କା ରିଟର୍ଣ୍ଣରେ ପାଇପାରିବେ ।

ସେୟାର ବଜାରର ଦମକୁ ବୁଝନ୍ତୁ

ଏକ୍ସପର୍ଟ ଜୋର ଦେଇ କୁହାନ୍ତି ଯେ, ସେୟାର ମାର୍କେଟରେ ପୁଂଜି ନିବେଶ ଦ୍ୱାରା ଯେଉଁ ରିଟର୍ଣ୍ଣ ମିଳିଥାଏ ତାହା ଅନ୍ୟ କୌଣସି ନିବେଶରୁ ମିଳିନଥାଏ । ଆଜିର ସମୟରେ ମୁମ୍ବାଇ ଷ୍ଚକ ଏକ୍ସଚେଂଜର ସୂଚକାଙ୍କ ୫୩ ହଜାର ଅଛି । ଅନେକ ଆଶା କରନ୍ତି ଯେ, ଆଗାମୀ ୧୦ ବର୍ଷରେ ଏହା ୨ ଲକ୍ଷ ଛୁଇଁବ । ଅର୍ଥାତ ୧୦ ବର୍ଷ ଭିତରେ ଆପଣଙ୍କ ନିବେଶ ଅନେକ ଗୂଣ ବଢିବ । ଏହା ସତ ଯେ, ସେୟାର ମାର୍କେଟରେ ବିପଦ ରହିଛି । କିନ୍ତୁ ଧୈର୍ଯ୍ୟର ସହିତ ଯଦି ଲମ୍ବା ଅବଧିରେ ନିବେଶ କରାଯାଏ ତେବେ ଭଲ ରିଟର୍ଣ୍ଣ ମିଳିବ ।

ଓଡ଼ିଶାର ବିଧାୟକ ରିୟଲ ଇଷ୍ଟେଟରେ ଅଧିକ ନିବେଶ କରନ୍ତି..

ଆପଣଙ୍କୁ ସେତିକିବେଳେ ସଫଳ ନିବେଶକ ବୋଲି କୁହାଯିବ ଯେତେବେଳେ ଆପଣଙ୍କ ଆସେଟ୍ ଅର୍ଥବ୍ୟବସ୍ଥାରେ ଅନ୍ୟ ନିବେଶ ତୁଳନାରେ ଦ୍ରୁତ ବେଗରେ ବୃଦ୍ଧି ପାଇବ । ତେଣୁ ଜଣେ ନିର୍ବାଚନ ଲଢୁଥିବା ବିଧାୟକ କେବେ ମଧ୍ୟ ଉତ୍ତମ ନିବେଶକ ରୋଲ୍ ମଡେଲ ନୁହନ୍ତି । କାରଣ ଦେଶର ଅଧିକାଂଶ ବିଧାୟକ ଜମି କିଣିବାରେ ନିଜ ପୁଂଜି ଖଟାଇଥାନ୍ତି ।

ବିଧାୟକଙ୍କ ସମ୍ପତ୍ତି ସେହି ସମୟରେ ବଢିଥାଏ ଯେତେବେଳେ ରିୟଲ ଇଷ୍ଟେଟ୍ ବଜାରର ଚାହିଦା ଥାଏ । ସେନସେକ୍ସ ଓ ସ୍ୱର୍ଣ୍ଣ ବଜାର ମାମୁଲି ରିଟର୍ଣ୍ଣ ଦେବା ବେଳେ ରିୟଲ ଇଷ୍ଟେଟ୍ ଭଲ ରିଟର୍ଣ୍ଣ ଦେିଥାଏ । ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଓଡ଼ିଶା ଭଳି ରାଜ୍ୟରେ ଗତ ଦୁଇ ନିର୍ବାଚନ ବେଳେ ରିୟଲ ଇଷ୍ଟେଟ୍ ବଜାର ଭଲ ରିଟର୍ଣ୍ଣ ଦେଉଥିଲା । ଅନ୍ୟପକ୍ଷରେ ସେହି ସମୟରେ ଶେୟାର ବଜାର ମାମୁଲି ରିଟର୍ଣ୍ଣ ଦେଉଥିଲା । ଓଡ଼ିଶାରେ ଏହି ସମରେ ରିୟଲ ଇଷ୍ଟେଟ୍ ୧୩୩.୬ ପ୍ରତିଶତ ଅଧିକ ରିଟର୍ଣ୍ଣ ଦେଇଥିଲା । ଏହି ସବୁ ରାଜ୍ୟ ମଧ୍ୟରୁ ଓଡ଼ିଶାର ବିଧାୟକ ମାନେ ରିୟଲ ଇଷ୍ଟେଟରେ ସର୍ବାଧିକ ନିବେଶ କରନ୍ତି ବୋଲି ଏଡିଆର ରିପୋର୍ଟ କହୁଛି । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ବିଧାୟକଙ୍କ ଅନୁସରଣ ନକରି ଯଦି ଆପଣ ସେୟାର ମାର୍କେଟରେ ଅଧିକ ନିବେଶ କରିବେ ତେବେ ଅଧିକ ରିଟର୍ଣ୍ଣ ପାଇବେ । ଅର୍ଥାତ ଆପଣ ବିଧାୟକଙ୍କ ତୁଳନାରେ କମ ସମୟରେ ଅଧିକ ଆସେଟ୍ ତିଆରି କରିପାରିବେ ।

investment for better returnsmadhya pradesh mla listmaharashtra mla newsmla monthly incomemla power statusodisha mla listodisha mla nameodisha mla newsodisha mla pensionodisha mla salaryreal estate investmentshare market investment ideastelangana mla list
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami