ସେକ୍ସ ସିଲେକ୍ସନ ଡ୍ରଗ୍ସର ସତ, ପୁଅ ଲୋଭରେ ଔଷଧ ଖାଇ ଗର୍ଭରେ ଭୃଣ ହତ୍ୟା

ପୁତ୍ର ଜନ୍ମ ଦ୍ୱାରା ବଂଶ ରକ୍ଷା ହୁଏ । ଏହି ଧାରଣା ଭାରତୀୟଙ୍କ ମନରେ ଘର କରି ରହିଛି । ଯେଉଁଥିପାଇଁ ଭାରତର ଗର୍ଭରେ ହିଁ ହୁଏ ଭୃଣହତ୍ୟା । ଏବେ ଭୃଣହତ୍ୟା ଉପରେ କିଛିଟା ନିୟନ୍ତ୍ରଣ ଆସିଛି କିନ୍ତୁ ଏହା ସହିତ ଆସିଛି ଆଉ ଗୋଟିଏ ସମସ୍ୟା । ସେକ୍ସ ସିଲେକ୍ସନ ଡ୍ରଗ । ଗର୍ଭଧାରଣ କାଳରେ ସେକ୍ସ ସିଲେକ୍ସନ ଡ୍ରଗ୍ସ ଖାଇଲେ ପୁଅ ଜନ୍ମ ହେବ । ଏଭଳି ଧାରଣାର ବଶବର୍ତ୍ତି ହୋଇ ଅନେକ ଏହି ଔଷଧ ଖାଉଛନ୍ତି । କିନ୍ତୁ ଫଳାଫଳ ହେଉଛି ଗମ୍ଭୀର । ଏଭଳି ଔଷଧ ଖାଇ ଅନେକ ମହିଳା ମୃତ କିମ୍ବା ଅବିକଶିତ ଶିଶୁ ଜନ୍ମ କରୁଥିବା ଦେଖିବାକୁ ମିଳିଛି ।

ଦେଶର ବିଭିନ୍ନ ରାଜ୍ୟରେ ବ୍ୟାପକ ଭାବରେ କିନ୍ତୁ ଲୁଚାଛପାରେ ଏହି ସେକ୍ସ ସିଲେକ୍ସନ ଡ୍ରଗ୍ସ ବିକ୍ରି ହେଉଛି । ତେବେ ହରିଆନା ଭଳି ରାଜ୍ୟରେ ଏହା ଉତ୍କଟ ହୋଇଛି । ନିକଟରେ ହରିଆନା ସରକାର କରିଥିବା ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଯେଉଁ ମହିଳାମାନଙ୍କର ଆଗରୁ କନ୍ୟା ସନ୍ତାନ ରହିଛି ସେଭଳି ମହିଳା ଅଧିକ ସଂଖ୍ୟାରେ ଏହି ଔଷଧ ସେବନ କରୁଛନ୍ତି । ସାଧାରଣ ମହିଳାଙ୍କ ତୁଳନାରେ ଏଭଳି ମହିଳାଙ୍କ କ୍ଷେତ୍ରରେ ଏହି ଔଷଧ ନେବାର ସମ୍ଭାବନା ୩.୫ ପ୍ରତିଶତ ଅଧିକ ହୋଇଥାଏ । ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ମ୍ୟାନେଜମେଣ୍ଟ୍ ରିସର୍ଚ୍ଚ ନିର୍ଦ୍ଦେଶକ ଡକ୍ଟର ସୁତୋପା ବନ୍ଦୋପାଧ୍ୟୟ ନିୟୋଗୀଙ୍କ ଲିଖିତ ଏକ ପୁସ୍ତକ ଜୁଲାଇ ୨୦୨୧ରେ ପ୍ରକାଶିତ ହୋଇଥିଲା । ଯାହା ଏବେ ବେଶ ଚର୍ଚ୍ଚାରେ ଅଛି ।

ସେକ୍ସ ସିଲେକ୍ସନ ଡ୍ରଗ୍ସ କ’ଣ ?

ପୁତ୍ର ସନ୍ତାନ ପାଇଁ ଇଛୁକ ଥିବା ମହିଳା ଏହି ଔଷଧ ଖାଇଥାନ୍ତି । ଯୁବତୀ ମାନେ ଏହାକୁ ଗର୍ଭଧାରଣର ପ୍ରଥମ ତିନି ମାସରେ ନେବା ଆରମ୍ଭ କରନ୍ତି । ଡକ୍ଟର ସୁତୋପାଙ୍କ ଅଧ୍ୟୟନ ଅନୁସାରେ ଏଭଳି ଔଷଧରେ ଅନେକ ହାନିକାରକ ତତ୍ୱ ଥାଏ । ଯାହା ଶିଶୁର ସେକ୍ସ ତ’ ବଦଳାଇ ନଥାଏ ଅଧିକନ୍ତୁ ଏହା ମା’ ଓ ପିଲା ପାଇଁ ବିପଜ୍ଜନକ ହୋଇଥାଏ ।

ଅଧ୍ୟୟନରୁ ଜଣା ପଡିଛି ଯେ, ଏଭଳି ଓଷଧ ଖାଇଥିବା ମହିଳା ମୃତ କିମ୍ବା ବିକଳାଙ୍ଗ ଶିଶୁକୁ ଜନ୍ମ ଦେଇଥାନ୍ତିବିକଳାଙ୍ଗ ଶିଶୁ ଜନ୍ମ କରିଥିବା ମହିଳାଙ୍କ ମଧ୍ୟରୁ ୨୫ ପ୍ରତିଶତ ଏଭଳି ଔଷଧ ଖାଇଥିବା ଜଣା ପଡିଛି । ସେହିଭଳି ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କ ମଧ୍ୟରୁ ୧୬ ପ୍ରତିଶତଙ୍କ ମା’ ଏହି ଔଷଧ ସେବନ କରିଥିବା ଜଣା ପଡିଛି ।

ଶିଶୁ ସମଲିଙ୍ଗୀ ହେବାର ସମ୍ଭାବନା !

ଏସଏସଡି (ସେକ୍ସ ସିଲେକ୍ସନ ଡ୍ରଗ୍ସ) ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଏହି ଔଷଧ ସେବନ ଦ୍ୱାରା ସମୟ ପୁର୍ବରୁ ଶିଶୁ ଜନ୍ମର ଆଶଙ୍କା ଅଢେଇ ଗୁଣ ବଢିଯାଇଥାଏ । ସେହିଭଳି ଏଭଳି ଔଷଧ ଖାଇଥିବା ୫ ମହିଳାଙ୍କ ମଧ୍ୟରୁ ଜଣେ ମୃତ ଶିଶୁ ଜନ୍ମ ଦେଇଥାନ୍ତି । ଏଭଳି ଔଷଧରେ ଫଇଟୋଏଷ୍ଟ୍ରୋଜନ ଓ ଟେଷ୍ଟୋଷ୍ଟୋରେନ୍ ଭଳି ହର୍ମୋନ ଅଧିକ ଥାଏ । ଏଭଳି ଔଷଧରେ ଅଧିକ ପରିମାଣର ହର୍ମୋନ ବ୍ୟବହାର କରାଯାଉଥିବାରୁ ଶିଶୁ ଭବିଷ୍ୟତରେ ହୋମୋସେକ୍ସୁଆଲ ବା ସମଲିଙ୍ଗୀ ହେବାର ସମ୍ଭାବନା ବଢିଯାଇଥାଏ ।

abortionboy birthDirector of Research at the International Institute of Health ManagementDr. Sutapa Bandyopadhyay Neogisex selection drugwhat is sex selection drugଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ମ୍ୟାନେଜମେଣ୍ଟ୍ ରିସର୍ଚ୍ଚ ନିର୍ଦ୍ଦେଶକଡକ୍ଟର ସୁତୋପା ବନ୍ଦୋପାଧ୍ୟୟ ନିୟୋଗୀପୁତ୍ର ସନ୍ତାନଭୃଣହତ୍ୟାସେକ୍ସ ସିଲେକ୍ସନ ଡ୍ରଗସେକ୍ସ ସିଲେକ୍ସନ ଡ୍ରଗ୍ସ କ’ଣ ?
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami