ସାରନାଥ ଅଶୋକ ସ୍ତମ୍ଭର ସିଂହ ଓ ସଂସଦ ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ସିଂହ ମଧ୍ୟରେ ପ୍ରଭେଦ କ’ଣ ?

ସଂସଦ ଭବନର ନୂଆ ଅଟ୍ଟାଳିକା ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ରାଷ୍ଟ୍ରୀୟ ପ୍ରତୀକ ଏବେ ଚର୍ଚ୍ଚାରେ ଅଛିଟିଏମସି ସାଂସଦ ମହୁଆ ମୋଇତ୍ର ଓ ଆପ୍ ସାଂସଦ ସଂଜୟ ସିଂହଙ୍କ ବୟାନ ପରେ ଏହି ବିବାଦ ବଢିବାରେ ଲାଗିଛି । ଉଭୟଙ୍କ ଅଭିଯୋଗ ଯେ, ମୋଦି ସରକାର ରାଷ୍ଟ୍ରୀୟ ପ୍ରତୀକକୁ ବଦଳାଇ ଦେଇଛନ୍ତି । ସାରନାଥର ସିଂହ ଓ ସାଂଚି ସ୍ଥୁପର ସିଂହଠାରୁ ସେଣ୍ଟ୍ରାଲ ଭିସ୍ତା ସିଂହ ଭିନ୍ନ ବୋଲି ଅଭିଯୋଗ ଉଠିଲାଣି । ଏମିତିରେ ଆସନ୍ତୁ ଜାଣିବା ସାରନାଥ ଓ ସେଣ୍ଟ୍ରାଲ ଭିସ୍ତା ସିଂହ ମଧ୍ୟରେ କ’ଣ ପ୍ରଭେଦ ରହିଛି ଓ ଅଶୋକ ଏଭଳି ସ୍ଥମ୍ଭ ପ୍ରତିଷ୍ଠା କରିବା ପଛରେ କ’ଣ ଥିଲା କାରଣ ?

ଅଶୋକ ସ୍ଥମ୍ଭର ସିଂହ

ଅଶୋକ ସ୍ଥମ୍ଭର ସିଂହକୁ ରାଷ୍ଟ୍ରୀୟ ପ୍ରତୀକ ଭାବେ ଜାନୁଆରୀ ୨୬ ୧୯୫୦ରେ ଗ୍ରହଣ କରାଯାଇଥିଲା । ଏହି ପ୍ରତୀକ ସରକାରୀ ଲେଟର ହେଡ୍ ସହିତ ମୁଦ୍ରାରେ ସ୍ଥାନ ପାଇଥାଏଭାରତୀୟ ପାସପୋର୍ଟରେ ମଧ୍ୟ ଏହି ପ୍ରତୀକ ରହିଥାଏ । ଏହି ସ୍ଥମ୍ଭର ନିମ୍ନଭାଗରେ ଥିବା ଅଶୋକ ଚକ୍ର ମଧ୍ୟ ଭାରତୀୟ ଜାତୀୟ ପତାକାରେ ସ୍ଥାନ ପାଇଛି । ଏହି ପ୍ରତୀକ ସମ୍ରାଟ ଅଶୋକଙ୍କ ଯୁଦ୍ଧ ଓ ଶାନ୍ତି ନୀତିକୁ ପ୍ରଦର୍ଶିତ କରିଥାଏ ।

ଖ୍ରୀଷ୍ଟପୂର୍ବ ୩୦୪ରେ ଜନ୍ମିତ ଅଶୋକ ଖ୍ରୀଷ୍ଟପୂର୍ବ ୨୩୨ ପର୍ଯ୍ୟନ୍ତ ଶାସନ କରିଥିଲେ । ତାଙ୍କ ସାମ୍ରାଜ୍ୟ ଆଫଗାନିସ୍ତାନରୁ ବାଂଲାଦେଶ ଓ କାଶ୍ମୀରରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲାନିଜ ସାମ୍ରାଜ୍ୟର ଶକ୍ତି ଓ ସମ୍ରାଟଙ୍କ ଉପସ୍ଥିତିକୁ ଜାହିର କରିବା ପାଇଁ ସେ ଏହି ସ୍ଥମ୍ଭର ପରିକଳ୍ପନା କରିଥିଲେ । ସ୍ଥମ୍ଭରେ ଥିବା ଚାରି ସିଂହଙ୍କ ଉପସ୍ଥିତି ଦ୍ୱାରା ଅଶୋକ କହିବାକୁ ଚାହୁଁଥିଲେ ଯେ, ତୁମ ସମ୍ରାଟଙ୍କର ନଜର ତୁମ ଉପରେ ରହିଛି । ଏହା ସହିତ ସେ ସାମନ୍ତ ରାଜାମାନଙ୍କୁ ମଧ୍ୟ ସନ୍ଦେଶ ଦେବାକୁ ଚାହୁଁଥିଲେ ଯେ, ସେମାନ ମୌର୍ଯ୍ୟ ସାମ୍ରାଜ୍ୟର କରଦ ରାଜା ଓ ସାମ୍ରାଜ୍ୟ ତଥା ସମ୍ରାଟଙ୍କ ନଜର ସେମାନଙ୍କ ଉପରେ ରହିଛି । କୌଣସି ପ୍ରକାରର ବିଦ୍ରୋହର କଳ୍ପନା ମଧ୍ୟ ଆଣିବା ଆତ୍ମଘାତକ ହେବ ।

ଅଶୋକ ସ୍ଥମ୍ଭର ଥିବା ଚାରୀ ସିଂହ ଏସୀୟ ସିଂହ ଅଟନ୍ତି । ଏହି ଚାରି ସିଂହ ହେଉଛନ୍ତି ଶକ୍ତି,ସାହାସ,ଆତ୍ମବିଶ୍ୱାସ ଓ ଗୌରବର ପ୍ରତିନିଧିତ୍ୱ କରନ୍ତି ବିହାରର ବୈଶାଳୀ, ଲୋରିୟା ଓ ରାମପୁରବାରେ ମଧ୍ୟ ଅଶୋକଙ୍କ ସ୍ଥମ୍ଭ ରହିଛି । ତେବେ ଏହି ସ୍ଥମ୍ଭ ସବୁ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ ପୂର୍ବର ଥିଲା । କିନ୍ତୁ କଳିଙ୍ଗ ଯୁଦ୍ଧ ପରେ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ବୌଦ୍ଧ ଧର୍ମ ଗ୍ରହଣ ପରେ ସାରନାଥ ଓ ସାଂଚୀର ଅଶୋକ ସ୍ଥମ୍ଭ ନିର୍ମିତ ହୋଇଥିଲାଏହି ଦୁଇ ସ୍ଥାନର ସ୍ଥମ୍ଭରେ ଥିବା ସିଂହ ସୌମ୍ୟ ଥିଲେ ।

ଟିଏମସି ସାଂସଦଙ୍କ ଟ୍ୱିଟ୍ ପରେ ବିବାଦ

ଟିଏମସି ସାଂସଦ ମହୁଆ ମୋଇତ୍ରା ସାରନାଥ ଓ ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ସିଂହଙ୍କ ଚିତ୍ର ପୋଷ୍ଟ କରି ବିବାଦ ସୃଷ୍ଟି କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସତ କହିବାକୁ ଗଲେ ସତ୍ୟମେବ ଜୟତେରୁ ସିଂହମେବ ଜୟତେ ପର୍ଯ୍ୟନ୍ତ ଆମେ ପହଂଚି ସାରିଲେଣି । ବହୁତ ଦିନ ଧରି ଆତ୍ମାରେ ଥିବା ସଂକ୍ରମଣ ବାହାରକୁ ଆସିଛି । ତାଙ୍କ ଟ୍ୱିଟ୍ ପରେ ସେଣ୍ଟ୍ରାଲ ଭିସ୍ତା ସିଂହ ମାମଲା ଗରମ ହୋଇଛି । ଦାବି କରାଯାଉଛି ଯେ, ସେଣ୍ଟ୍ରାଲ ଭିସ୍ତା ସିଂହର ମୁହଁ ଅଧିକ ଖୋଲା ଅଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହା ଆକ୍ରାମକ ମୁଦ୍ରା । ଯାହାକି ଭାରତର ଶାନ୍ତିପ୍ରିୟ ଓ ସୌମ୍ୟ ଛବିର ବିଲକୁଲ ଓଲଟା ଅନ୍ୟପକ୍ଷରେ ୧୩୦ କୋଟି ଦେଶବାସୀ ଦେଖନ୍ତୁ ଦେଶ ସହ କ’ଣ ହେଲାଣି ବୋଲି କହିଛନ୍ତି ସଂଜୟ ସିଂହ ।

ashok stambh controversyashok stambh on new parliamentcentral vista ashok stambhcentral vista project ashok stambhmahua moitra controversial speechmodi govtnational emblem controversynational emblem on new parliament controversynational emblem sarnath pillarsarnath ashok stambhsarnath ashok stambh originalsarnath lion capital of ashoka
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami