ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର

ଟୋକିଓ ଅଲମ୍ପିକ୍ସର ଆରମ୍ଭ ହୋଇ ସାରିଛି । ଅନେକ ଖେଳରେ ଭାରତୀୟ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି । ଏପର୍ଯ୍ୟନ୍ତ ଭାରତ ଭାଗରେ ଗୋଟିଏ ରୌପ୍ୟ ପଦକ ଆସିଛି । ଅଲମ୍ପିକ୍ ଖେଳ ବେଳେ ଆମ ନଜର ସାଧାରଣତଃ ପଦକ ତାଲିକା ଉପରେ ଥାଏ । ଆମେରିକା, ଚୀନ୍ ଓ ଋଷ ଭଳି ଦେଶ ପଦକ ତାଲିକା ଉପରେ କବଜା ଜମେଇ ରଖୁଥିବା ବେଳେ ଭାରତ ଭଳି ଦେଶଙ୍କ ପାଇଁ ପଦକ ମରୁଡି ପଡିଥାଏ । ସବୁ ଅଲମ୍ପିକ୍ସରେ ଭାରତୀୟଙ୍କ ଗୋଟିଏ ଅଭିଯୋଗ ୧୩୦କୋଟିର ଦେଶ ଗୋଟିଏ ଗୋଟିଏ ପଦକ ପାଇଁ ବିକଳ ହେଉଛି । ଯେତେବେଳ କୌଣସି ଖେଳାଳୀ ସ୍ୱର୍ଣ୍ଣ ପଦକଟିଏ ଯିତେ ସେତେବେଳେ ଆମ ଛାତି କୁଣ୍ଢମୋଟ ହୋଇଯାଏ । ଏମିତିରେ ବେଳେ ବେଳେ ଆମ ମନକୁ ପ୍ରଶ୍ନ ଆସେ ଯେ, ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଆସନ୍ତୁ ଆଜି ଜାଣିବା ଅଲମ୍ପିକ୍ସ ଗୋଲ୍ଡ ମେଡାଲର ଓଜନ କେତେ ହୋଇଥାଏ ଓ ସେଥିରେ କେତେ ସୁନା ଥାଏ ।

କେତେ ଗ୍ରାମର ହୋଇଥାଏ ପଦକ ?

ଏମିତିରେ ଅଲମ୍ପିକ୍ସ ପଦକର ଓଜନ ୫ଶହ ଗ୍ରାମ ହୋଇଥାଏ । କିନ୍ତୁ ଏଥର ଟୋକିଓ ଅଲମ୍ପିକ୍ସରେ ପଦକର ଓଜନ ଅଧିକ ଅଛି । ଏଥ ସ୍ୱର୍ଣ୍ଣ ପଦକର ଓଜନ ୫୫୬ ଗ୍ରାମ ହୋଇଥିବା ବେଳେ ରୌପ୍ୟ ପଦକର ଓଜନ ୫୫୦ ଗ୍ରାମ୍ ରହିଛି । ରୌପ୍ୟ ପଦକ ସମ୍ପୂର୍ଣ୍ଣ ଭାବେ ରୁପାରେ ତିଆରି ହୋଇଥାଏ । ଅନ୍ୟପକ୍ଷରେ ବ୍ରୋଂଜ୍ ପଦକର ଓଜନ ୪୫୦ ଗ୍ରାମ ରହିଛି । ଏଥିରେ ୯୫ ପ୍ରତିଶତ ତମ୍ବା ଓ ୫ ପ୍ରତିଶତ ଜିଙ୍କ୍ ରହିଛି । ଅନେକ ଜିନିଶକୁ ରିସାଇକଲ କରି ପଦକ ତିଆରି ହୋଇଥାଏ ।

କ’ଣ ପ୍ରକୃତରେ ସୁନାର ହୋଇଥାଏ ସ୍ୱର୍ଣ୍ଣ ପଦକ ?

ଅଲମ୍ପିକ୍ସର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣ ପଦକ ମିଳିଥାଏ । ତେବେ ଏହା ସମ୍ପୂର୍ଣ୍ଣ ଭାବେ ସୁନାରେ ତିଆରି ହୋଇନଥାଏ । ଗୋଲ୍ଡ୍ ମେଡାଲ ଉପରେ କେବଳ ସୁନା ପାଣି ଚଢାଯାଇଥାଏ । ପ୍ରକୃତରେ ଏହା ରୂପାରେ ତିଆରି ହୋଇଥାଏ । ରୂପା ଉପରେ ସୁନା ପାଣି ଦିଆଯାଇଥାଏ । କୁହାଯାଏ ଯେ, ଏଥିରେ କେବଳ ଏକ ପ୍ରତିଶତ ସୁନା ଥାଏ । ଏମିତିରେ ଏଥିରେ ୬ ଗ୍ରାମ୍ ସୁନା ଥାଏ । ଅଲମ୍ପିକ୍ସ ଡଟ୍ କମ ଅନୁସାରେ ଏଥିରେ ୬ ଗ୍ରାମରୁ ଅଧିକ ସୁନା ଥାଏ । ବାକି ଦୁଇ ପଦକ ତୁଳନାରେ ଏହାର ଓଜନ ମଧ୍ୟ ଅଧିକ ରହିଥାଏ ।

କିଏ ତିଆରି କରିଥାଏ ମେଡାଲ ?

ମେଡାଲ ଡିଜାଇନ୍ କରିବା ଦାୟିତ୍ୱ ଆୟୋଜକ ସହରର ଅର୍ଗାନାଇଜେସନ୍ କମିଟିର ହୋଇଥାଏ । ଏହି ମେଡାଲର ଗୋଟିଏ କେସ୍ ମଧ୍ୟ ରହିଥାଏ । ଯେଉଁଥିରେ ମେଡାଲକୁ ରଖା ଯାଇଥାଏ । ମେଡାଲ ସହିତ ଖେଳାଳୀଙ୍କୁ ଏକ ରିବନ ମଧ୍ୟ ଦିଆଯାଇଥାଏ । ଚଳିତ ବର୍ଷ ଏହି ରିବନକୁ ଜାପାନୀ ତରିକାରେ ଡିଜାଇନ୍ କରାଯାଇଛି ।

ମେଡାଲକୁ କାହିଁକି ଦାନ୍ତରେ କାମୁଡନ୍ତି ଖେଳାଳୀ ?

ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ଅଲମ୍ପିକ୍ସ ହିଷ୍ଟୋରିଆନ୍ ସୋସାଇଟିର ପୂର୍ବତନ ଅଧ୍ୟକ୍ଷ ତଥା ଦ କମ୍ପ୍ଲିଟ୍ ବୁକ୍ ଅଫ୍ ଦ *ଅଲମମ୍ପିକ୍ସର ଲେଖକ ଡେଭିଡ୍ ବ୍ଲେକିନିସ୍କିଙ୍କ ଅନୁସାରେ ଫଟୋଗ୍ରାଫରଙ୍କ ପାଇଁ ଖେଳାଳୀ ଏଭଳି କରିଥାନ୍ତି । ସେ କୁହନ୍ତି ଯେ, କ୍ରୀଡା ସମ୍ବାଦିକଙ୍କୁ ଏହା ଆଇକନିକ୍ ଚିତ୍ର ଭଳି ଦେଖାଯାଏ । କିଛି ଏମିତି ଫଟୋ ଯାହାକୁ ସେମାନେ ସହଜରେ ବିକ୍ରି କରିପାରିବେ । ତାଙ୍କ ଅନୁସାରେ ଫଟୋଗ୍ରାଫରଙ୍କ ଅନୁରୋଧରେ ଖେଳାଳୀ ଏମିତି କରୁଥିବେ । ଏହା କେବଳ ଏକ ପୋଜ୍ ଓ ମେଡାଲକୁ କାମୁଡିବା ପଛରେ କୌଣସି ଇତିହାସ ନାହିଁ ।

americaAuthor of the Complete Book of the Olympicsbronze medal weighs 450 gramChinadavid blackiniskgold medals weighs 556 gramgold platelets used in gold medalhow much goldIndian playersInternational Society of Olympic Historical Societyjapanmade in silvermedal chartsmedals weighs more in tokyo olympicsolympic gold medals weigholympics medal weighs 500 gmrussiasilver medal weighs 550 gramtokyo olympicstokyo olympics 2020tokyo olympics medalଅଲମ୍ପିକ୍ସ ଗୋଲ୍ଡ ମେଡାଲର ଓଜନଅଲମ୍ପିକ୍ସ ପଦକର ଓଜନ ୫ଶହ ଗ୍ରାମଆମେରିକାଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ଅଲମ୍ପିକ୍ସ ହିଷ୍ଟୋରିଆନ୍ ସୋସାଇଟିଋଷକମ୍ପ୍ଲିଟ୍ ବୁକ୍ ଅଫ୍ ଦ *ଅଲମମ୍ପିକ୍ସର ଲେଖକକେତେ ସୁନା ଥାଏଚୀନ୍ଜାପାନୀଟୋକିଓ ଅଲମ୍ପିକ୍ସଟୋକିଓ ଅଲମ୍ପିକ୍ସରେ ପଦକର ଓଜନ ଅଧିକ ଅଛିପଦକ ତାଲିକାପଦକ ପାଇଁ ବିକଳପଦକ ମରୁଡିବ୍ରୋଂଜ୍ ପଦକର ଓଜନ ୪୫୦ ଗ୍ରାମଭାରତୀୟ ଖେଳାଳୀରୂପାରେ ତିଆରିରୌପ୍ୟ ପଦକର ଓଜନ ୫୫୦ ଗ୍ରାମ୍ସ୍ୱର୍ଣ୍ଣ ପଦକର ଓଜନ ୫୫୬ ଗ୍ରାମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami