ପୁଣି ଏକାଠି ଲୋକଙ୍କୁ ହସାଇବେ କପିଲ ଏବଂ ସୁନୀଲ

ନୂଆଦିଲ୍ଲୀ : ଦୀର୍ଘ ୬ ବର୍ଷ ପରେ ପୁଣି ଏକାଠି ନଜର ଆସିବେ କପିଲ ଶର୍ମା ଓ ସୁନୀଲ ଗ୍ରୋଭର । ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ ‘ଦି କପିଲ ଶର୍ମା ଶୋ’ର ପ୍ରସିଦ୍ଧ ଡା. ଗୁଲାଟି ଚରିତ୍ରରେ ନଜର ଆସୁଥିବା ସୁନୀଲ ଗ୍ରୋଭର ପୁଣି କପିଲ ଶର୍ମାଙ୍କ ସହିତ ନଜର ଆସିବେ । ଦୀର୍ଘ ଦିନର ଲଢେଇ ପରେ ଦୁଇ ଷ୍ଟାର କମେଡିଆନ ନେଟଫ୍ଲିକ୍ସର ଏକ ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହୋଇଛନ୍ତି । କପିଲ ନିଜେ ସେମାନଙ୍କର ପ୍ରଶଂସକଙ୍କୁ ଏହି ସପ୍ରାଇଜ ଦେଇଛନ୍ତି । ଏହି ଖବର ପାଇବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସି ଦେଖାଦେଇଛି । କାରଣ ଦର୍ଶକ ସୁନୀଲଙ୍କ କମେଡ଼ିକୁ ଖୁବ୍ ପସନ୍ଦ କରନ୍ତି । ଏତେ ଦିନ ପରେ ଶୋକୁ ଫେରି ପୁଣି ଲୋକଙ୍କୁ ହସାଇବେ ସୁନୀଲ ।

ଝଗଡ଼ା ପରେ ଶୋ ଛାଡ଼ିଥିଲେ ସୁନୀଲ

କପିଲ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦୁଇ ଷ୍ଟାର କହୁଛନ୍ତି ଯେ, ମୁଁ ନେଟଫ୍ଲିକ୍ସରେ ଆସୁଛି, ତା’ପରେ ଦୁହେଁ ଏକାଠି କାମ କରିବାକୁ ନିଷ୍ପତ୍ତି ନେଉଛନ୍ତି । ଏହାପରେ କପିଲ ସୂଚନା ଦେଇଛନ୍ତି ଯେ ‘ଆମେ ୧୯୦ ଦେଶରେ ମିଶିକରି ଶୋ’ କରିବାକୁ ଯାଉଛୁ । ଏହାପରେ ସୁନୀଲ ହସି ହସି କୁହନ୍ତି, “ଅଷ୍ଟ୍ରେଲିଆ ଯିବା ନାହିଁ, ଏହାର ଜବାବରେ କପିଲ କହୁଛନ୍ତି ଯିବାକୁ ତ ପଡ଼ିବ, ଲୋକେ ଅପେକ୍ଷା କରିଛନ୍ତି ।” ଶୋରେ ଏହି ଦୁଇଙ୍କୁ ବ୍ୟତୀତ ରାଜୀବ ଠାକୁର, କିକୁ ଶାରଦା, କୃଷ୍ଣା ଅଭିଷେକ ଏବଂ ଅର୍ଚ୍ଚନା ପୁରନ ରହିଛନ୍ତି । ୨୦୧୭ରେ କୌଣସି କାରଣକୁ ନେଇ ଉଭୟ କପିଲ ଏବଂ ସୁନୀଲଙ୍କ ମଧ୍ୟରେ ଏକ ଫ୍ଲାଇଟରେ ଝଗଡା ହୋଇଥିଲା । ଝଗଡ଼ା ଏତେ ଜୋର ଥିଲା ଯେ, ଏହାପରେ ସୁନୀଲ କପିଲଙ୍କ ଶୋ ଛାଡ଼ି ଦେଇଥିଲେ । ଏବେ ବହୁ ଦିନ ପରେ ଦୁହେଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ପ୍ରଶଂସକମାନେ ଲମ୍ବା ସମୟରୁ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।

kapil sharma and sunil grover reunite for new showKapil Sharma showsunil grover returned
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami