ଅସନ୍ତୋଷ ଜାହିର୍ କରି ଛାଡୁଛନ୍ତି ଦଳ

ଭୁବନେଶ୍ୱର: ବିଜେପି ଛାଡିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ । ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳ ଛାଡିଛନ୍ତି ଜିନା । ଦଳ ପାଇଁ ଝାଳ ବୁହାଇ କାର୍ଯ୍ୟ କରିଥିଲେ ମଧ୍ୟ ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରି ନ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଜିନା । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।

ରାଜ୍ୟ ବିଜେପିରେ ମହିଳା ନେତ୍ରୀଙ୍କୁ ମିଳୁନି ଦାୟିତ୍ୱ

ସେହିପରି ୨୭ବର୍ଷ ଧରି ବିଜେପି ସହ ଯୋଡ଼ି ହୋଇ ଅହରହ କାମ କରି ଚାଲିଥିଲେ ବିଜେପି ନେତ୍ରୀ ସୀମାନ୍ତିନି ଜେନା । ସେ ୧୯୯୬ରୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିଜର ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ । ହେଲେ ୨୭ବର୍ଷ ପରେ ବି ତାଙ୍କୁ ଉଚିତ ସମ୍ନାନ ମିଳିନି । ଏପରିକି ଦଳର ବାତାବରଣକୁ ଶ୍ୱାସରୁଦ୍ଧ ବୋଲି ବର୍ଣ୍ଣନା କରି ଦଳ ଛାଡିଛନ୍ତି । ଗତ କିଛି ଦିନ ଧରି ଇରାନି ରାୟଙ୍କ ଠାରୁ ଆରମ୍ଭ ହୋଇଥିବା ଇସ୍ତପା ଝଡ଼ ଏଯାଏ ଥମିବାର ନା ଧରୁନି । କାହିଁକି ନା ବିଜେପିର ନୀତି ମହିଳା ବିରୋଧୀ ବୋଲି ଦଳ ଛାଡିଥିବା ନେତ୍ରୀମାନେ କହୁଛନ୍ତି । ଦଳରେ ସେମାନଙ୍କୁ କାମ କରିବାକୁ ସୁଯୋଗ ମିଳେନି । ତେଣୁ ବହୁତ ତୁଙ୍ଗ ନେତ୍ରୀ ଏବେ ବିଜେପିରୁ ବିଦାୟ ନେଉଛନ୍ତି । ଗୋଟିଏ ପଟେ ମୋଦି ନିଜେ ମହିଳା ସମ୍ନାନ ବେଟି ବଚାଓ ବେଟି ପଢ଼ାଓର ଡେଙ୍ଗୁରା ପିଟୁଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପିରେ ଏହି ଅଭିଯାନର କାଣୀଚାଏ ମାତ୍ର ପ୍ରଭାବ ପଡିଲା ଭଳି ଲାଗୁନି । ଆଗ ଧାଡିର ତୁଙ୍ଗ ନେତ୍ରୀ ମାନଙ୍କର ଅସନ୍ତୋଷ ବଖାଣୁଛି ଯେ ରାଜ୍ୟ ବିଜେପିରେ ମହିଳାମାନଙ୍କର କେତେ ଗୁରୁତ୍ୱ ରହୁଛି । ଇରାନି ରାୟ, ଲେଖାଶ୍ରୀ ସାମନ୍ତସିଂହାର, ବାସନ୍ତୀ ମଲ୍ଲିକ ଭଳି ନେତ୍ରୀ ମାନଙ୍କର ପରିଶ୍ରମ ଓ ତ୍ୟାଗର ସମ୍ନାନ ବିଜେପି ଆଖିକୁ ଦିଶିଲାନି । ଓଡିଶା ବିଜେପିର ଅବସ୍ଥା ଏଭଳି ଯେ ବର୍ତ୍ତମାନ ଏହା ରାଜନୈତିକ ଦଳ ନୁହଁ ଏକ ଜାଗିରଦାରି ପ୍ରଣାଳୀ ରେ ପରିବର୍ତ୍ତନ ହୋଇଛି । ତେଣୁ ଉଚିତ ସମ୍ନାନ ଆଉ ଉଚିତ ପଦବୀ ପାଇଁ ନିଜର ଅସନ୍ତୋଷ କୁ ନେଇ ଦଳ ବିରୋଧରେ ବିଷୋଦଗାର କରି ନେତ୍ରୀ ମାନେ ଦଳ ଛାଡ଼ୁଛନ୍ତି ।

jina resigns from bjpollywood actress jina samal
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami