ଇସ୍ରାଏଲ୍‌-ହମାସ୍ ଯୁଦ୍ଧ: ମୃତ୍ୟୁସଂଖ୍ୟା ବଢୁଥିବାରୁ ଆଇସ୍‌କ୍ରିମ୍ ଟ୍ରକ୍‌ରେ ମୃତଦେହ ରଖୁଛି ଗାଜା

ଗାଜା: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଇସ୍ରାଏଲ-ହମାସ୍ ଯୁଦ୍ଧକୁ ସପ୍ତାହେ ପୂରିଗଲାଣି । ଇତିମଧ୍ୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଗଲାଣି । ଏଥିସହିତ ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିବାରେ ମଧ୍ୟ ଲାଗିଛି । ନିକଟରେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ହମାସ୍ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ସେୟାର କରାଯାଇଥିଲା । ଯାହା ଖୁବ୍ ହୃଦୟବିଦାରକ ଦୃଶ୍ୟ ଥିଲା । ଏବେ ଶ୍ମଶାନରେ ସ୍ଥାନ ଅଭାବ ଦେଖାଦେଇଛି । ଡାକ୍ତରଖାନା ନେବା ଖୁବ୍ ବିପଜ୍ଜନକ ହେଉଥିବାରୁ ଇସ୍ରାଏଲ୍ ବିମାନ ଆକ୍ରମଣରେ ନିହତ ପାଲେଷ୍ଟିନୀୟମାନଙ୍କ ମୃତଦେହଗୁଡ଼ିକୁ ହମାସ୍ ପରିଚାଳିତ ଗାଜା ଷ୍ଟ୍ରିପ୍‌ର ସ୍ୱାସ୍ଥ୍ୟ ଅଧିକାରୀମାନେ ଆଇସ୍‌କ୍ରିମ୍ ଫ୍ରିଜରରେ ରଖିବାକୁ ବାଧ୍ୟ ହୋଇଛନ୍ତି ।

କାରଖାନାରୁ ମଗାଗଲା ଆଇସ୍‌କ୍ରିମ୍ ଫ୍ରିଜର

ଦଶନ୍ଧି ଦଶନ୍ଧି ଧରି ଇସ୍ରାଏଲ୍ ଉପରେ ମାରାତ୍ମକ ଆକ୍ରମଣ କରିଆସୁଥିବା ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଉପରେ ପ୍ରତିଶୋଧ ନେବା ଲାଗି ସମ୍ପ୍ରତି ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍ ଉପରେ ଭୟଙ୍କର ବୋମାବର୍ଷଣ କରୁଛି । ଦେଇର ଅଲ୍‌-ବାଲାହ୍‌ସ୍ଥିତ ‘ଶୁହାଦା ଅଲ୍‌-ହସ୍ପିଟାଲ୍‌’ର ଡାକ୍ତର ୟାର୍ସେ ଅଲି କହିଛନ୍ତି ଯେ, ଡାକ୍ତରଖାନାର ଶବାଗାରରେ ମାତ୍ର ୧୦ଟି ମୃତଦେହ ରହିପାରିବ । ତେଣୁ, ବିପୁଳସଂଖ୍ୟକ ଶହୀଦମାନଙ୍କ ମୃତଦେହ ରଖିବା ପାଇଁ ଆମେ ଆଇସ୍‌କ୍ରିମ୍ କାରଖାନାମାନଙ୍କରୁ ‘ଆଇସ୍‌କ୍ରିମ୍ ଫ୍ରିଜର ଆଣିଛୁ । ପିଲାମାନେ ଆଇସ୍‌କ୍ରିମ୍ କୋନ୍ ଖାଉଥିବା ଛବିଳ ବିଜ୍ଞାପନ ଲାଗିଥିବା ଉକ୍ତ ଟ୍ରକ୍‌ଗୁଡ଼ିକରେ ସାଧାରଣତଃ ସୁପରମାର୍କେଟ୍‌କୁ ଆଇସ୍‌କ୍ରିମ୍ ପରିବହନ କରାଯାଏ । କିନ୍ତୁ, ଏବେ ସେସବୁ ହମାସ ଓ ଇସ୍ରାଏଲୀୟ ସେନା ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ରଖିବା ପାଇଁ କାମଚଳା ଶବାଗାର ପାଲଟିଛି ।

ଗଣସମାଧି ପାଇଁ ପ୍ରସ୍ତୁତି

ଡାକ୍ତର ଅଲି କହିଛନ୍ତି, ଗାଜା ଷ୍ଟ୍ରିପ୍ ସଙ୍କଟରେ ପଡ଼ିଛି । ଯଦି ଯୁଦ୍ଧ ଲାଗିରହେ ଆମେ ମୃତବ୍ୟକ୍ତିମାନଙ୍କ ମୃତଦେହକୁ ବି ପୋତି ପାରିବୁ ନାହିଁ । ଶ୍ମଶାନ ସବୁ ପୂର୍ଣ୍ଣ ହୋଇସାରିଛି । ମୃତଦେହ ପୋତିବାକୁ ଆମେ ନୂଆ ଶ୍ମଶାନ ଆବଶ୍ୟକ କରୁଛୁ । ଗାଜା ସହର କର୍ତ୍ତୃପକ୍ଷମାନେ ବି ଗଣସାମାଧି ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟର ମୁଖ୍ୟ ସଲାମା ମାରୌଫ୍ କହିଛନ୍ତି ।

gaza stores bodies in ice cream trucksIsrael newsisrael war news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami