ବଗ୍ରାମ୍ ବିମାନଘାଟି ଉପରେ କାହିଁକି କବଜା କରିବାକୁ ଚାହୁଁଛି ଡ୍ରାଗନ ? ଭାରତ ବିରୋଧରେ ପାକିସ୍ତାନକୁ କରିପାରେ ବ୍ୟବହାର

ଭାରତୀୟ ବଂଶୋଦ୍ଭବ ତଥା ଜାତିସଂଘରେ ଆମେରିକାର ପୂର୍ବତନ ଦୂତ ନିକ୍କି ହେଲି ଆଫଗାନିସ୍ତାନରେ ଚୀନ ଖେଳୁଥିବା ଚାଲକୁ ନେଇ ଚେତାବନୀ ଦେଇଛି । ହେଲିଙ୍କ ଅନୁସାରେ ଚୀନ୍ ଆଫଗାନିସ୍ତାନର ବଗ୍ରାମ୍ ବିମାନଘାଟିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି । ବଗ୍ରାମ ଏୟାର ବେସରୁ ଆମେରିକା ସେନା ତା’ର ତାଲିବାନ ବିରୋଧୀ ଅପରେସନ କରୁଥିଲା । ହେଲି ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ଭାରତ ବିରୋଧରେ ନିଜ ସ୍ଥିତିକୁ ଅଧିକ ମଜବୁତ କରିବାକୁ ପାକିସ୍ତାନକୁ ବ୍ୟବହାର କରିପାରେ । ଆସନ୍ତୁ ଜାଣିବା ବଗ୍ରାମ ଏୟାର ବେସ କ’ଣ ପାଇଁ ଚୀନ୍ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ..

ହେଲିଙ୍କ ଅନୁସାରେ ଆଫଗାନିସ୍ତାନ ଉପରେ ତାଲିବାନ କବଜା ପରେ ଚୀନ୍ ଉପରେ ନଜର ରଖିବା ଆମେରିକାର ସୁରକ୍ଷା ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, ଆମକୁ ଚୀନ୍ ଉପରେ ନଜର ରଖିବାକୁ ହେବ । କାରଣ ଭବିଷ୍ୟତରେ ଚୀନ୍ ବଗ୍ରାମ ଏୟାର ବେସ ଆଡକୁ ଅଗ୍ରସର ହେବ । ମୋତେ ଲାଗୁଛି ଯେ, ଚୀନ୍ ଆଫଗାନିସ୍ତାନରେ ନିଜ ସ୍ଥିତି ଅଧିକ ମଜବୁତ କରିବାକୁ ଚାହୁଁଛି । ଏହାସହିତ ଭାରତ ବିରୋଧରେ ନିଜ ସ୍ଥିତି ସୁଦୃଢ କରିବାକୁ ଏହା ପାକିସ୍ତାନକୁ ବ୍ୟବହାର କରୁଛି । ତେଣୁ ଆମ ସାମ୍ନାରେ ଅଧିକ ଆହ୍ୱାନ ରହିଛି । ବର୍ତ୍ତମାନ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହିତ ସମ୍ପର୍କ ଅଧିକ ମଜବୁତ କରିବାର ସମୟ ଆସିଛି ଓ ବାଇଡେନ ଏହି ସବୁ ରାଷ୍ଟ୍ରଙ୍କ ସହିତ ମିଶି କାର୍ଯ୍ୟ କରନ୍ତୁ ବୋଲି ହେଲି କହିଛନ୍ତି ।

ବଗ୍ରାମ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଆମେରିକା ଏହି ଏୟାରବେସରୁ ୨୦ ବର୍ଷ ପର୍ଯ୍ୟନ୍ତ ଅପରେଟ୍ କରୁଥିଲା । ଏଠାରେ ଦୁଇଟି ରନୱେ ରହିଛି । ଜୁଲାଇ ମାସରେ ଆମେରିକୀୟ ସେନା ରାତି ଅନ୍ଧାରରେ ଚୁପଚାପ ସେଠାରୁ ଚାଲି ଯାଇଥିଲା । ବଗ୍ରାମ ଆଫଗାନିସ୍ତାନର ସବୁଠାରୁ ଭଲ ଏୟାରବେସ ମଧ୍ୟରୁ ଗୋଟିଏ । ଏହା କାବୁଲଠାରୁ ମାତ୍ର ୪୦ କିଲୋମିଟର ଦୂରରେ ଅବସ୍ଥିତ । ଓସାମା ବିନ୍ ଲାଡେନକୁ ମାରିବା ପାଇଁ ଯେଉଁ ଅପରେସନ୍ ହୋଇଥିଲା ସେଥିପାଇଁ ସିଲ୍ ଟିମ୍ ଏହି ଏୟାର ବେସରେ ଟ୍ରେନିଂ ନେଇଥିଲେ । ପରେ ଜଲାଲାବାଦ ଏୟାରବେସରୁ ସେମାନେ ପାକିସ୍ତାନ ଯାଇଥିଲେ । ୧୯୫୦ ଦଶକରେ ସୋଭିଏତ ଋଶ ଏହି ଏୟାରବେସକୁ ତିଆରି କରିଥିଲା ।

ବଗ୍ରାମ ଏୟାର ବେସର କଳା ଇତିହାସ

ଏହି ଏୟାର ବେସର ଏକ କଳା ଇତିହାସ ମଧ୍ୟ ରହିଛି । ବିମାନ ଘାଟିର ଅବ୍ୟବହୃତ ଅଂଶରେ ଆମେରିକା ସୈନିକ ଡିଟେନସେନ୍ ସେଣ୍ଟର ପ୍ରତିଷ୍ଠା କରିଥିଲେ । ଯେଉଁଥିରେ ତାଲିବାନ ଓ ଅଲକାଏଦା କଏଦୀଙ୍କୁ ଜେରା କରାଯାଉଥିଲା । ଯାହାକୁ ଆମେରିକୀୟ ବଗ୍ରାମ କଲେକ୍ସନ ପଏଣ୍ଟ ବୋଲି କହୁଥିଲେ । ଗୋଟିଏ ସମୟରେ ଏହି ବେସରେ ୩ ହଜାର କଏଦୀ ଥିଲେ ।

ଚୀନ କାହିଁକି ଏହା ଉପରେ ନଜର ପକାଇଛି ?

ବଗ୍ରାମ ଏୟାର ବେସର ଏହି ରଣନୈତିକ ମହତ୍ୱକୁ ଦେଖିବା ପରେ ଚୀନ୍ ଏହା ଉପରେ କବଜା କରିବାକୁ ଚାହୁଁଛି । ଯଦି ବଗ୍ରାମ ଏୟାର ବେସ ଚୀନ କବଜାକୁ ଯାଏ ତେବେ ପୁରା ଆଫଗାନିସ୍ତାନ ଉପରେ ଏହାର କବଜା ମଜବୁତ ହେବ । ଏହା ଚୀନ୍ ସେନା ପାଇଁ ଆଉ ଏକ ବିଦେଶୀ ସାମରିକ ଘାଟି ହେବ । ଚୀନର ନଜର ଆଫଗାନିସ୍ତାନର ପ୍ରାକୃତିକ ସମ୍ପତି ଉପରେ ରହିଛି । ନିଜ ଶିଳ୍ପ ପାଇଁ ଚୀନ୍ କଂଚାମାଲ ଆବଶ୍ୟକ କରେ । ଯାହା ତାକୁ ଆଫଗାନିସ୍ତାନରୁ ମିଳିବ । ଆଫଗାନିସ୍ତାନରେ ଏକ ଟ୍ରିଲିୟନ ଡଲାର ମୁଲ୍ୟର ସୁନା,ତମ୍ବା,ଲିଥିୟମର ଖଣି ରହିଛି । ଚୀନର ଲକ୍ଷ୍ୟ ହେଉଛି ଯଦି ଆଫଗାନିସ୍ତାନରେ ହିଂସା ସୃଷ୍ଟି ହୁଏ ତେବେ ଏହି ଏୟାର ବେସରୁ ବିଦ୍ରୋହକୁ ଦମନ କରି ହେବ ।

afghanistans bagram airfieldAmerican diplomatbagram airbasebagram airbase afghanistanbagram airbase historybagram airfieldbagram collection pointchina using pakistan against indiachinas conspiracy against indiaEstablishment of the Detention CenterFormer US ambassadorjoe bidenNikki Haleyosama bin laden killing operationଆଫଗାନିସ୍ତାନର ବଗ୍ରାମ୍ ବିମାନଘାଟିଆମେରିକାର ପୂର୍ବତନ ଦୂତଓସାମା ବିନ୍ ଲାଡେନଚୀନ ଭାରତ ବିରୋଧଡିଟେନସେନ୍ ସେଣ୍ଟର ପ୍ରତିଷ୍ଠାନିକ୍କି ହେଲିପାକିସ୍ତାନକୁ ବ୍ୟବହାରବଗ୍ରାମ ଏୟାର ବେସର କଳା ଇତିହାସବଗ୍ରାମ କଲେକ୍ସନ ପଏଣ୍ଟବାଇଡେନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami