କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ?

କିଛି ଦିନ ତଳେ କଂଗ୍ରେସରେ ଝାଞ୍ଜି ବାତ୍ୟା ବହୁଥିଲା । ସେହି ଝାଞ୍ଜିର ନାମ ଥିଲା ଜି-୨୩ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ । ଯେଉଁଥିରେ କଂଗ୍ରେସର ଜଣାଶୁଣା ୨୩ ଜଣ ନେତା ଥିଲେ । ସେମାନେ ଗାନ୍ଧୀ ଫ୍ୟାମିଲି ବଦଳରେ ନୂଆ ନେତ୍ରୁତ୍ୱ ଚାହୁଁଥିଲେ । ଏମିତି ଲାଗୁଥିଲା କଂଗ୍ରେସ ଉପରୁ ଗାନ୍ଧି ପରିବାର ନିୟନ୍ତ୍ରଣ ଢିଲା ହେବାରେ ଲାଗିଛି । କିନ୍ତୁ ଯେମିତି କୁହାଯାଏ ଅସନ୍ତୁଷ୍ଠଙ୍କୁ ସନ୍ତୁଷ୍ଠ କରିବା ହେଉଛି ନେତୃତ୍ୱର ଦକ୍ଷତାର ମାପକଠି ଠିକ୍ ସେହିଭଳି କରିସ୍ମା କରିଦେଖାଇଛନ୍ତି ସୋନିଆ ଗାନ୍ଧିକଂଗ୍ରେସରେ ଗାନ୍ଧୀ ପରିବାର ପାଇଁ ଥିବା କଣ୍ଟା ସବୁକୁ ସୋନିଆ ସଫଳତାର ସହ ହଟାଇ ଦେଇଛନ୍ତି । କାହାକୁ ଉପହାର ଦେଇ ନିଜ ପଟକୁ ଆଣିଛନ୍ତି ତ’ କାହାକୁ ବାହାର ରାସ୍ତା ଦେଖାଇ ଦଳରୁ ବିଦା କରିଛନ୍ତି । ଏମିତି କରି ସୋନିଆ ସାବ୍ୟସ୍ତ କରିଛନ୍ତି ଯେ, ଆଜିକା ସମୟରେ ସେ ଦେଶର କୁଶଳ ରାଜନୀତିଜ୍ଞଙ୍କ ମଧ୍ୟରୁ ଜଣେ । ଜି-୨୩ର ବିଦ୍ରୋହୀଙ୍କୁ ସୋନିଆ ନିଜ ଷ୍ଟାଇଲରେ ସିଧା କରିଛନ୍ତି ଠିକ୍ ସେମିତି ଯେମିତି ସେ ୧୯୯୮ ଓ ୧୯୯୯ରେ ଦଳରେ ଥିବା ନିଜ ବିରୋଧୀଙ୍କୁ ନିରବ କରିଥିଲେ ।

ଆଜାଦ, ଆନନ୍ଦଙ୍କୁ ଅଫର

ହଲିଉଡ୍ ଫିଲ୍ମ ‘ଦ ଗଡ୍ ଫାଦର’ରେ ଗୋଟିଏ ଡାଇଲଗ ଅଛି । ଯେଉଁଥିରେ ମାଫିଆ ଡନ୍ ଭିଟୋ କାରଲିଓନ୍ କହୁଛି ଯେ, ମୁଁ ତାକୁ ଏମିତି ଅଫର ଦେବି ଯାହାକୁ ସେ କେବେ ମଧ୍ୟ ଏଡାଇ ପାରିବ ନାହିଁ । ଜି-୨୩ର କିଛି ବିଦ୍ରୋହୀ ନେତାଙ୍କୁ ସୋନିଆ ଠିକ୍ ସେମିତି ଅଫର ଦେଇଥିଲେ ଯାହାକୁ ସେମାନେ ମନା କରିପାରିନଥିଲେ । ଜି-୨୩ର ଛାମୁଆଁ ମୁହଁ ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମାଙ୍କୁ ସୋନିଆ ନିଜେ ସାକ୍ଷାତ କରିଥିଲେ ଓ ସେମାନଙ୍କୁ ପାର୍ଟିର ଟାସ୍କ୍ ଫୋର୍ସରେ ସାମିଲ ହେବାକୁ ଅଫର ଦେଇଥିଲେ । କେବଳ ଏତିକି ନୁହେଁ ବୋନସ ଭାବେ ଉଭୟଙ୍କୁ ରାଜ୍ୟସଭା ପଠାଇବାକୁ ମଧ୍ୟ ଅଫର ଦେଇଥିଲେ । ଏହା ଏଭଳି ପ୍ରସ୍ତାବ ଥିଲା ଯାହାକୁ ଉଭୟ ବିଦ୍ରୋହୀ ପ୍ରତ୍ୟାଖାନ କରି ପାରିନଥିଲେ ।

ଗାନ୍ଧୀ ପରିବାରକୁ ମିଳୁଥିବା ଚ୍ୟାଲେଂଜ୍ ଖତମ

ଚିନ୍ତନ ଶିବିର ପରେ ମିଶନ ୨୦୨୪ ପାଇଁ ଟାସ୍କ ଫୋର୍ସ ଗଠନ କରି ସୋନିଆ ଗୋଟିଏ କଥା ସ୍ପଷ୍ଟ କରିଦେଇଛନ୍ତି ଯେ, କଂଗ୍ରେସ ପୁରୁଣା କଥା ଭୁଲି ଆଗକୁ ବଢିବା ପାଇଁ ପ୍ରସ୍ତୁତ । ଏହା ସହିତ କପିଲ ସିବ୍ବଲଙ୍କୁ ମନାଇବାକୁ ଚେଷ୍ଟା ନକରି ସୋନିଆ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଦଳ ଏବେ ଅସନ୍ତୁଷ୍ଟଙ୍କୁ ଆଉ ଅଧିକ ଗୁରୁତ୍ୱ ଦେବ ନାହିଁ ଓ ଗାନ୍ଧୀ ପରିବାକୁ ଚ୍ୟାଲେଂଜ୍ କରିବା ଭଳି ଏବେ ଦଳରେ କେହି ନାହାନ୍ତି । ଜି-୨୩ରେ ସାମିଲ ଥିବା ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁ଼୍ଡ୍ଡାଙ୍କୁ ସୋନିଆ ନିଜ ପଟକୁ ଆଣିବାରେ ସଫଳ ହୋଇଛନ୍ତି । ହୁଡ୍ଡା ଜି-୨୩ର ଏକମାତ୍ର ନେତା ଥିଲେ ଯାହାଙ୍କର ତୃଣମୂଳସ୍ତରରେ ଦବଦବା ରହିଛି । ଚିନ୍ତନ ଶିବିର କାଳରେ ହୁଡ୍ଡାଙ୍କୁ ଖୁବ ସମ୍ମାନ ମିଳିଥିଲା ।

ଟାସ୍କ ଫୋର୍ସ : ଗୋଟିଏ ତୀରରେ ଅନେକ ନିଶାନା

ବୈଠକ ପରେ କଂଗ୍ରେସ ମିଶନ ୨୦୨୪ ପାଇଁ ଗୋଟିଏ ଟାସ୍କ ଫୋର୍ସ ଓ ରାଜନୈତିକ ମାମଲା ଗ୍ରପ୍ ଗଠନ କରିଛି । ରାଜନୈତିକ ମାମଲା କମିଟିରେ ଜି-୨୩ର ଆଜାଦ, ଆନନ୍ଦଙ୍କ ସହିତ ରାହୁଲ ଅଛନ୍ତି ।ସେହିଭଳି ଟାସ୍କ ଫୋର୍ସରେ ପି ଚିଦାମ୍ବରମ,ମୁକୁଲ ୱାସନିକ,ଜୟରାମ ରମେଶ,କେ ସି ବେଣୁଗୋପାଳ,ଅଜୟ ମାକନ,ପ୍ରିୟଙ୍କା ଗାନ୍ଧୀ ରହିଛନ୍ତି ।

ସିବ୍ବଲ ଦଳ ଛାଡିଲେ ଓ ସୋନିଆଙ୍କ ମିଶନ ସଫଳ

ପ୍ରକୃତରେ ଜି-୨୩ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କପିଲ ସିବ୍ବଲ କଂଗ୍ରେସର ନେତୃତ୍ୱ ଗାନ୍ଧୀ ପରିବାର ହାତରୁ ଆଉ କାହା ହାତକୁ ଯାଉ ବୋଲି ଦାବି କରିଥିଲେ । ଏଭଳି ଦାବିକୁ ନେଇ ଜି-୨୩ରେ ତାଙ୍କ ସହିତ ଥିବା ଅନ୍ୟ ବିଦ୍ରୋହୀ ନେତା ଅସହଜ ଥିଲେ । ପାର୍ଟି ପକ୍ଷରୁ କପିଲଙ୍କୁ ଚିନ୍ତନ ଶିବିରକୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେ ଯାଇନଥିଲେ । କାରଣ ସେ ଜାଣିଥିଲେ ତାଙ୍କ କଥା ଶୁଣାଯିବାର ନାହିଁ । ସ ଚିନ୍ତନ ଶିବିର ଶେଷ ହେବାର ମାତ୍ର ଗୋଟିଏ ଦିନ ପରେ ଦଳରୁ ଇସ୍ତଫା ଦେଇଥିଲେ । କପିଲ ସିବ୍ବଲ ଦଳ ଛାଡିବା ସହିତ ଗାନ୍ଧୀ ପରିବାରକୁ ନିଶାନାକୁ ନେଇଥିବା ଶେଷ କଣ୍ଟା ମଧ୍ୟ ଦଳରୁ ବିଦା ହୋଇଥିଲେ । ଆଉ ଏହା ସହିତ ସୋନିଆଙ୍କ ମିଶନ ସଫଳ ହୋଇଥିଲା ।

bhupinder hoodacongress crisiscongress newscongress partyg23 congress leadersg23 congress leaders listgandhi familyghulam nabi azad congress leaderkapil sibalkapil sibal resigns congressrahul gandhisonia gandhisonia gandhi congress president
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami