ଗୁଜୁରାଟରେ ବିଜେପି ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଆପଣାଇ ଥିଲେ ଓଡ଼ିଶା ମଡେଲ

ଜିରୋ କାଜୁଆଲିଟି। ଏହା ହେଉଛି ବାତ୍ଯା ସ୍ଥିତିରେ ଓଡ଼ିଶା ସରକାର ମନ୍ତ୍ରବାତ୍ୟା ମୁକାବିଲାର ଏହି ମନ୍ତ୍ରକୁ ବିଶ୍ୱବ୍ୟାପି ପ୍ରଶଂସା କରାଯାଉଛି। ଜାତିସଂଘଠାରୁ ଆମେରିକା ସମସ୍ତେ ଓଡ଼ିଶାର ବାତ୍ୟା ମୁକାବିଲା ମଡେଲକୁ ପ୍ରଶଂସା କରନ୍ତିଦେଶରେ ମଧ୍ଯ ଧିରେ ଧିରେ ସବୁ ରାଜ୍ଯ ଓଡ଼ିଶା ସରକାରଙ୍କ ମଡେଲକୁ ଆପଣାଇବାରେ ଲାଗିଛନ୍ତି। ନିକଟରେ ଗୁଜୁରାଟରେ ଆସିଥିବା ବାତ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ସେଠାକାର ବିଜେପି ସରକାର ଓଡ଼ିଶା ସରକାରଙ୍କ ମଡେଲକୁ ଆପଣାଇଛନ୍ତି। ଯେଉଁଥିପାଇଁ ମୃତହାତଙ୍କ ସଂଖ୍ଯା ଢେର କମ ରହିଛି।

ବାତ୍ୟା ବିପର୍ଯ୍ୟୟ ଓ ଗୁଜୁରାଟ

ବାତ୍ୟା ବିପର୍ଯ୍ୟୟ ଗୁଜୁରାଟର କଛ ଉପକୂଳରେ ଜୁନ୍ 15 ତାରିଖ ଦିନ ଲାଣ୍ଡଫଲ କରିଥିଲାବାତ୍ୟାକୁ ତିନି ଦିନ ହୋଇଯାଇଥିଲେ ବି ସେଠାରେ ଏପର୍ଯ୍ଯନ୍ତ ଭୀଷଣ ବର୍ଷା ଲାଗି ରହିଛି। ସୌରାଷ୍ଟ୍ର,କଛ ସମେତ ଗୁଜୁରାଟରେ ଭୀଷଣ ବର୍ଷା ଲାଗି ରହିଛି। ପାଲନପୁର,ଥରାଦ,ପାଟଣ,ବାନସକାଣ୍ଠା ଓ ଆମ୍ବାଜୀ ଜିଲ୍ଲାରେ ବର୍ଷା ଜୋରଦାର ହେଉଛି। ଅନେକ ସହରରେ ବନ୍ଯା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। 4 ହଜାର 500 ଗାଁରେ ବାତ୍ଯା କାଳରେ ବିଦ୍ୟୁତ ଖୁଣ୍ଟି ସବୁ ଉପୁଡି ପଡ଼ିଥିଲା। ଫଳେ ଏହି ଗାଁ ଗୁଡିକ ଅନ୍ଧାରରେ ଥିଲେ। ତେବେ 3 ହଜାର ଗାଁକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିବା ବେଳେ ବାକି ଗାଁକୁ ବିଦ୍ୟୁତ ଯୋଗାଇ ଦେବାକୁ ଉଦ୍ଯମ ଯୁଦ୍ଧସ୍ତରରେ ଜାରି ରହିଛିକଛରେ 80 ହଜାର ତାରଖୁଣ୍ଟି ଉପୁଡି ପଡ଼ିଛି। ତେବେ ଆଶ୍ୱାସନାର ବିଶୟ ହେଉଛି ଏହି ଭୀଷଣ ବାତ୍ୟାରେ ସେମିତି ଅଧିକ ଧନଜୀବନ କ୍ଷତି ହୋଇନି। ଆଉ ଏସବୁ ହୋଇଛି ଭାରତର ପୂର୍ବ ଦୀଗରେ ଥିବା ଓଡ଼ିଶା ପାଇଁଓଡ଼ିଶା ପାଇଁ ଗୁଜୁରାଟରେ ବାତ୍ୟା ବେଶି କିଛି କ୍ଷୟକ୍ଷତି କରିନାହିଁ।

ବାତ୍ୟାର ଓଡ଼ିଶା ମଡେଲ ଗୁଜୁରାଟକୁ ବଂଚାଇ ଦେଲା

ବାତ୍ୟା କହିଲେ ପୂର୍ବ ଭାରତକୁ ବୁଝାଏ। ବର୍ଷକୁ ଓଡ଼ିଶା ଭଳି ରାଜ୍ୟ ଯେତିକି ବାତ୍ୟାର ସମ୍ମୁଖୀନ ହୁଏ ତାହା ବାକି ଭାରତୀୟ ରାଜ୍ଯଙ୍କ କଳ୍ପନା ବାହାରେ। ତେବେ ଏହି ବାତ୍ଯାକୁ କେମିତି ମୁକାବିଲା କରାଯିବା ତାହାର ବାଟ ବାହାର କରିଛି ଓଡ଼ିଶାଓଡି଼ଶା ସରକାରଙ୍କ ଏହି ନୀତିକୁ ଅନ୍ୟଦେଶ ଓ ରାଜ୍ୟ ଓଡ଼ିଶା ମଡେଲ ଭାବେ ଜାଣନ୍ତି। ବିଗତ 23 ବର୍ଷ ମଧ୍ଯରେ ଓଡ଼ିଶା ଅନେକ ବାତ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ 1999 ମସିହାର ମହାବାତ୍ୟା ଭଳି କ୍ଷୟକ୍ଷତିର ସମ୍ମୁଖୀ ହୋଇନାହିଁ। ଯାହା ପଛରେ ଅଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦର୍ଶିତା। ଗୁଜୁରାଟ ଯେଉଁଭଳି ସଫଳତାର ସହିତ ବିପର୍ଯ୍ୟୟ ବାତ୍ୟାର ମୁକାବିଲା କଲା ସେଥିପାଇଁ ଜାତୀୟ ମିଡିଆ ଓଡ଼ିଶା ମଡେଲକୁ ଦାୟୀ କରିଛନ୍ତି।

1998 ଜୁନ ମାସ 9 ତାରିଖ ଦିନ ଗୁଜୁରାଟରେ ଗୋଟିଏ ବଡ ଧରଣର ବାତ୍ୟା ଆସିଥିଲା। ସେହି ବାତ୍ୟାରେ ବେସରକାରୀ ଭାବେ 10 ହଜାର ଲୋକ ପ୍ରାଣ ହରାଇଥିବା ଦାବି କରାଯାଏ ତେବେ ସରକାରୀ ହିସାବରେ ମୃତକ ଓ ନିଖୋଜଙ୍କ ସଂଖ୍ୟା ହେଉଛି 3ହଜାର। ଗୁଜୁରାଟ ଯେଉଁ ବର୍ଷ ଭୀଷଣ ବାତ୍ୟାର ସମ୍ମୁଖୀନ ହୋଇଥିଲା,ତାହାର ଗୋଟିଏ ବର୍ଷ ପରେ ଅକ୍ଟୋବର 29,1999ରେ ଓଡି଼ଶା ମହାବାତ୍ୟାର ସମ୍ମୁଖୀନ ହୋଇଥିଲା। ଯେଉଁଥିରେ 10 ହଜାର ଲୋକ ପ୍ରାଣ ହରାଇଥିଲେ। ତେବେ 2000 ରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରଠାରୁ ବାତ୍ୟାରେ ଏଭଳି ଧନଜୀବନ ହାନି ବିଗତ ଦିନର କଥା ହୋଇଯାଇଛିମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ବା ଓଏସଡିଏମଏ ଗଠନ କରିଥିଲେ। ଏହା ସହିତ ଜିଲ୍ଲା ଓ ବ୍ଲକ୍ ଲେଭଲ ପର୍ଯ୍ୟନ୍ତ ପ୍ଲାନିଂ କମିଟି ତିଆରି ହୋଇଥିଲା। 2018 ମସିହାରେ ଓଡ଼ିଶା ୟର୍ଲି ୱାର୍ନିଂ ଡିସେମିନେସନ୍ ସିଷ୍ଟମ ସ୍ଥାପିତ କରିଥିଲା। ଏହାର ଏକମାତ୍ର ଲକ୍ଷ୍ଯ ଥିଲା ବାତ୍ୟା ଓ ସୁନାମୀ ବାବଦରେ ଆଗୁଆ ସୂଚନା ଦେବା। ବର୍ତ୍ତମାନ ଓଡ଼ିଶାରେ 870ଟି ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି। ଯେଉଁଥିରେ 8 ଲକ୍ଷ ଲୋକ ରହିପାରିବେଓଡ଼ିଶା ସରକାରଙ୍କ ଏହି ନୀତି ପାଇଁ 2ହଜାର ମସିହା ପରେ ଅନେକ ବାତ୍ୟା ଆସିଥିଲେ ମଧ୍ଯ ମୃତ୍ୟୁ ସଂଖ୍ଯା ଢେର କମ ରହିଛି। 2020ରେ ଆସିଥିବା ବାତ୍ୟା ଅମ୍ଫାନରେ ମାତ୍ର 3 ଜଣଙ୍କ ଜୀବନ ଯାଇଥିଲାଗୁଜୁରାଟ ସରକାର ମଧ୍ଯ ଓଡ଼ିଶା ସରକାରଙ୍କ ନୀତି ଆପଣାଇ ପ୍ରଭାବିତ ସ୍ଥାନରେ ଏନଡିଆରଏଫ୍ ଟିମ୍ ମୁତ୍ତୟନ କରିଥିଲେସ୍ଥାନୀୟ ସ୍ତରରେ କମିଟି ଗଠନ କରିଥିଲେଲୋକଙ୍କୁ ଚେତାବନୀ ଦେଇ ସତର୍କ କରାଇଥିଲେ ଓ ତଳିଆ ଅଂଚଳରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରେରଣ କରିଥିଲେ।

cyclone disaster managementcyclone disaster management projectcyclone preparationgujarat cyclone biporjoy newsgujarat cyclone news todaygujarat government scheme 2023gujarat govt schemesgujarat storm newsOdisha CM Naveen Patnaikodisha cyclone news todayodisha cyclone news today 2023odisha govt scheme
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami