କଂଗ୍ରେସକୁ କହିଲେ ‘କର୍ଫ୍ୟୁ ଏବଂ ଦଙ୍ଗାର ସରକାର’

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ଓ କଂଗ୍ରେସ ପ୍ରଚାରପ୍ରସାର ଜୋରସୋରରେ ଚାଲିଛି ।ଉଭୟ ଦଳ କୌଣସି ନା କୌଣସି ପ୍ରସଙ୍ଗ ନେଇ ଆରୋପ ପ୍ରତ୍ୟାରୋପରେ ଲାଗିପଡିଛନ୍ତି ।ନଭେମ୍ବର ୨୫ ରେ ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ହେବ । ଷ୍ଟାର ପ୍ରଚାରକଙ୍କ ଦମଦାର ପ୍ରଚାରରେ ପୁଣି ଥରେ ରାଜସ୍ଥାନକୁ ହାତେଇବାକୁ ବିଜେପି ଗେହଲଟ ସରକାରଙ୍କୁ ଟାର୍ଗେଟ କରୁଛି । ନିର୍ବାଚନୀ ମଇଦାନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ଦମଦାର ପ୍ରଚାର ରାଜସ୍ଥାନରେ ଗେହଲଟ ସରକାଙ୍କୁ ଅଡୁଆରେ ପକାଉଛି । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଯୋଗୀ ଆଦିତ୍ୟନାଥ କଂଗ୍ରେସ ନେତୃତ୍ୱାଧୀନ ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି ।

ସର୍ଦ୍ଦାରପୁର ରାଜସ୍ଥାନର ହଟ ସିଟ୍‌

ଯୋଧପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଦୁଇ ବର୍ଷ ପୂର୍ବେ ଯୋଧପୁରରେ ଲୋକମାନେ ରାସ୍ତାରେ ଖଣ୍ଡା ବାହାର କରି ଦଙ୍ଗା କରୁଥିବାର ଏକ ବିପଦପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯଦି ଏହି ଦଙ୍ଗାକାରୀମାନେ ଉତ୍ତରପ୍ରଦେଶରେ ଥାନ୍ତେ, ମୋର ବୁଲଡୋଜର ସେମାନଙ୍କୁ ସଜାଡି ଦେଇଥାନ୍ତେ, କିନ୍ତୁ ରାଜସ୍ଥାନ ସରକାର ଚୁପ୍ ରହିଲେ । ଯୋଗୀ ଯୋଧପୁର ସହରର ବିଜେପି ପ୍ରାର୍ଥୀ ଅତୁଲ ଭନସାଲୀ, ସୁରସାଗରରେ ଦେବେନ୍ଦ୍ର ଯୋଶୀ ଏବଂ ସର୍ଦ୍ଦାରପୁର ନିର୍ବାଚନମଣ୍ଡଳୀରେ ଡକ୍ଟର ମହେନ୍ଦ୍ର ସିଂ ରାଠୋରଙ୍କୁ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସର୍ଦ୍ଦାରପୁରକୁ ରାଜସ୍ଥାନର ହଟ ସିଟ୍ ଭାବେ ବିବେଚନା କରାଯାଉଛି କାରଣ ଏଠାରୁ ବିଜେପି ପ୍ରାର୍ଥୀ ମହେନ୍ଦ୍ର ସିଂ ରାଠୋର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କଂଗ୍ରେସ ନିଜର ଭୋଟବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ଅରାଜକତା ବଢାଉଥିବାର ଅଭିଯୋଗ କରିଛନ୍ତି ।ଉପଦ୍ରବୀ ମାନଙ୍କୁ କଂଗ୍ରେସ ପ୍ରସୟ ଦେଉଥିବାର ଅଭିଯୋଗ ବି କରିଛନ୍ତି ଯୋଗୀ ଆଦିତ୍ୟନାଥ । ଅଶୋକ ଗେହଲଟ୍ ସରକାରକୁ ସମାଲୋଚନା କରି ସେ ତାଙ୍କ ସରକାରକୁ ‘କର୍ଫ୍ୟୁ ଏବଂ ଦଙ୍ଗାର ସରକାର’ ବୋଲି କହିଥିଲେ ।ସେ କହିଛନ୍ତି, ‘ଭୋଟ୍ ବ୍ୟାଙ୍କ ନାଁରେ କେତେଦିନ ପ୍ରର୍ଯ୍ୟନ୍ତ ଅରାଜକତା ବିସ୍ତାର କରାଯିବ । ଏହି କ୍ଷତି ଲୋକମାନେ କେତେଦିନ ପର୍ଯ୍ୟନ୍ତ ସହିବେ । କେବଳ ଗୋଟିଏ ସମ୍ପ୍ରଦାୟର ସ୍ୱାର୍ଥ ବିଷୟରେ କଂଗ୍ରେସ ସରକାର ଚିନ୍ତା କରନ୍ତି । ଯଦି କଂଗ୍ରେସ ଏହା କରେ ତେବେ ଗରିବ, ଆଦିବାସୀ, ପଛୁଆ, କୃଷକ ଏବଂ ଯୁବକମାନେ କୁଆଡେ ଯିବେ? ରାଜସ୍ଥାନ ସରକାର ସୁରକ୍ଷା ଯୋଗାଇ ପାରିବେ ନାହିଁ । ମହିଳାମାନଙ୍କୁ ସମ୍ମାନ ଏବଂ ଗରିବ ଲୋକଙ୍କ କଲ୍ୟାଣ କରିପାରିବ ନାହିଁ । ବିକାଶ ଯୋଜନା ଦେଇପାରିବ ନାହିଁ । ବିଶ୍ୱାସକୁ ମଧ୍ୟ ସମ୍ମାନ କରିପାରିବ ନାହିଁ ।

କଂଗ୍ରେସ କହୁଥିଲା ରାମ ମନ୍ଦିର ନିର୍ମାଣ ହୋଇପାରିବନି

ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ଏକ ବର୍ଷ ପୂର୍ବେ ଯୋଧପୁରରେ ସାଧୁଙ୍କୁ ଉପଦ୍ରବୀ ମାନେ ହତ୍ୟା କରିଥିଲେ । ଏଠାରେ ସରକାର କର୍ଣ୍ଣପାତ କଲେ ନାହିଁ । ଭରତପୁର, ଅଲୱାର ଏବଂ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳିଥିଲା । କେବଳ ବିଜେପି ସରକାର ଆପଣଙ୍କ ବିଶ୍ୱାସକୁ ସମ୍ମାନ ଦେଇ ପାରିବେ । ସେ କହିଛନ୍ତି ଯେ କଂଗ୍ରେସ କହୁଥିଲା ଯେ ରାମ ମନ୍ଦିର ନିର୍ମାଣ ହୋଇପାରିବ ନାହିଁ । ଜାନୁୟାରୀ ୨୨, ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାମ ମନ୍ଦିରରେ ସ୍ଥାପନ କରାଯିବ । ଯଦି ଆପଣ ଅଯୋଧ୍ୟାକୁ ଆସିବାକୁ ଚାହାଁନ୍ତି, ତେବେ ଗଜେନ୍ଦ୍ର ସିଂ ଶେଖୱାତ ଆପଣଙ୍କ ଆଗମନ ପାଇଁ ବ୍ୟବସ୍ଥା କରିବେ ।ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଲୱାର ଏବଂ ଯୋଧପୁରରେ ସାଧୁସନ୍ଥଙ୍କ ହତ୍ୟାକୁ ନେଇ ଗେହଲେଟ୍ ସରକାରଙ୍କ ଉଦାସୀନତା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଭୋଟରଙ୍କୁ ଭୋଟ୍ ଦେବାବେଳେ ଏହି ପ୍ରସଙ୍ଗଗୁଡିକ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

Gehlot in Yogi's targetyogi adityanathyogi adityanath latest news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami