ବଦଳିଗଲା ଜୀବନର ମୋଡ଼

ଯେଉଁ ହାତରେ ପିଲାଙ୍କୁ ଖଡ଼ି ଧରାଇ ଅ, ଆ ଲେଖା ଶିଖାଉଥିଲେ, ଆଜି ସେହି ହାତ ପେଟପାଟଣା ପାଇଁ ଗାଡ଼ିର ଷ୍ଟିଅରିଂ ଧରି ରାଜଧାନୀର ଗଳିକନ୍ଧିରେ ବୁଲିଛି । କରୋନା ମହାମାରୀର ମହାଚକ୍ରରେ ବଦଳିଯାଇଛି ଜୀବନର ମୋଡ । ଆଜି ବିଏମ୍‌ସିର ‘ମୁଁ ସଫେଇବାଲା’ ଗାଡ଼ି ଚଳାଇ ନିଜର ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡାଇଛନ୍ତି । କରୋନା ଭଳି ମାରାତ୍ମକ ଭୂତାଣୁ କବଳରୁ ଦୂରେଇ ରଖିବାକୁ ଲୋକଙ୍କୁ କରୁଛନ୍ତିି ସଚେତନ । ସେ ହେଉଛନ୍ତି ସ୍ମୃତିରେଖା ବେହେରାଭୁବନେଶ୍ୱର ବାଣୀବିହାର ନିକଟ ପଥରବନ୍ଧ ବସ୍ତିରେ ଘର । ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ରାଜଧାନୀର ଏକ ନର୍ସରୀ ସ୍କୁଲରେ ପାଠପଢ଼ାଉଥିଲେ । ଉଚ୍ଚଶିକ୍ଷା ସାଙ୍ଗକୁ ଶିକ୍ଷକତାର ଦକ୍ଷତା ଥିଲେ ବି ସେ ଆଜି ନିରୂପାୟ । ଲକ୍‌ଡାଉନ୍ ଆରମ୍ଭରୁ ସ୍କୁଲ ବନ୍ଦ, ହାତରେ ରୋଜଗାର ନାହିଁ କି ପିଲାଙ୍କୁ ପାଠପଢ଼ାର ଦାୟିତ୍ୱ ମଧ୍ୟ ନାହିଁ । ବାଧ୍ୟ ହୋଇ ଭୁବନେଶ୍ୱର ମହାନଗର ନିଗମ ଓ କୋର ପକ୍ଷରୁ ‘ମୁଁ ସଫେଇବାଲା ‘ ଗାଡ଼ି ଚଳାଉଛନ୍ତି ସେ । ବିଏ ପାସ୍ କରିବା ପରେ ନର୍ସିଂ ଟ୍ରେନିଂ ଏବଂ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ ସ୍ମୃତିରେଖା । ୩ ମାସ ହେବ ବିଏମ୍‌ସିର ଗାଡ଼ି ଚଳାଇବା ଆରମ୍ଭ କରିଛନ୍ତି । ଭୁବନେଶ୍ୱରର ୪୮ ନମ୍ବର ୱାର୍ଡରେ ଥିବା ବିଭିନ୍ନ ଅଂଚଳରେ ଗଳିକୁ ଗଳି ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି । ଓଦା ଶୁଖିଲା ଅଳିଆକୁ ଅଲଗା କରି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଡମ୍ପିଂୟାର୍ଡରେ ପକାଉଛନ୍ତି । କରୋନା କାଳରେ ଚାରିଆଡେ ଭୂତାଣୁର ଭୟ ବ୍ୟାପିଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବାର ନିଷ୍ପତି ନେଇଛନ୍ତି ସେ । ଦୁଇବର୍ଷ ପୂର୍ବରୁ ନିଜ ବସ୍ତିରେ ମହିଳା କାର୍ ଡ୍ରାଇଭିଂ ଶିକ୍ଷା ପାଇଁ ସୁଯୋଗ ପାଇଥିଲେ ସ୍ମୃତିରେଖା । ସିୱାଇଏସ୍‌୍‌ଡି ପକ୍ଷରୁ କାର୍ ଡ୍ରାଇଭିଂ ଶିକ୍ଷା ନେଇ କେବଳ ସଉକ ପାଇଁ ଗାଡ଼ି ଚଳାଇବା ଶିଖିଥିଲେ । ମାତ୍ର ପରବର୍ତୀ ସମୟରେ ଏହା ତାଙ୍କ ଜୀବନରେ ସହାୟକ ହେବ ବୋଲି ସେ କେବେ ଭାବି ନଥିଲେ । ମହାମାରୀ ନିଜର ଏବଂ ସ୍ୱାମୀଙ୍କର ଚାକିରି ଚାଲିଯିବା ପରେ ବିଏମ୍‌ସି ଗାଡ଼ି ଚଳାଇବା ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କୁ ମାସକୁ ୧୦ ହଜାର ଟଙ୍କା ଦରମା ମିଳୁଛି । କିନ୍ତୁ କାମକୁ ନେଇ ମନରେ କିଛି ଅବଶୋଷ ନାହିଁ ତାଙ୍କର । କେବଳ ଏହାକୁ ନେଇ କ୍ୟାରିୟର କରିବାର ଆଶା ରହିଛି । ପେଟପାଟଣା ପାଇଁ କୌଣସି କାମ ଛୋଟବଡ଼ ନ ଥାଏ । ଯେଉଁଥିରେ ଆମ ସନ୍ତୁଷ୍ଟି ଥାଏ ସେ କାମ ପାଇଁ କେବେ ପଛଘୁଂଚା ଦେବା ଉଚିତ ନୁହେଁ । କାର୍ ଡ୍ରାଇଭ୍ ଶିଖିଥିଲେ ବି ବଡ଼ ପିକ୍‌ଅପ୍ ଗାଡ଼ି ଚଳାଇବାରେ କୌଣସି ସମସ୍ୟା ହେଉ ନାହିଁ ବୋଲି କୁହନ୍ତି ସ୍ମୃତିରେଖା ।

bhubaneswar vaniviharBMC bhubaneswarBMC driverCentre for Youth and Social DevelopmentCovid second waveCYSDdriving trainingmu safeiwalanursery school teacherpatharbandha slumsmrutirekha beheraunemployment in Odishaକରୋନା ମହାମାରୀଚାକିରି ଚାଲିଯିବାଡ୍ରାଇଭିଂ ଶିକ୍ଷାନର୍ସରୀ ସ୍କୁଲପଥରବନ୍ଧ ବସ୍ତିବିଏମ୍‌ସିବିଏମ୍‌ସିର ଗାଡ଼ିଭୁବନେଶ୍ୱର ବାଣୀବିହାରମୁଁ ସଫେଇବାଲାସିୱାଇଏସ୍‌୍‌ଡିସ୍ମୃତିରେଖା ବେହେରା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami