ନୂଆବର୍ଷରେ ମାଲକାନଗିରି ଜିଲାକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଏଣିକି ଓଡ଼ିଶାର ଉପାନ୍ତରେ ଥିବା ମାଲକାନଗିରି ଜିଲ୍ଲାକୁ ଉଡ଼ିବ ବିମାନ । ନୂଆବର୍ଷ ଅଥବା ଆସନ୍ତା ଜାନୁଆରୀ ମାସରୁ ଏହି ବିମାନବନ୍ଦରରୁ ନନ୍ ସିଡ୍ୟୁଲ ବିମାନ ଚଳାଚଳ ଆରମ୍ଭ ହେବା ସମ୍ଭାବନା ରହିଛି । ଆରସିଏସ୍ ଉଡ଼ାନ୍ ଯୋଜନାରେ ସାମିଲ ଏହି ବିମାନବନ୍ଦରରେ ୧୫୦୦ ମିଟର ରନୱେ ଥିବାରୁ ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ । ଏହା ପରେ ବଡ଼ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ବିମାନବନ୍ଦରକୁ କ୍ୟାଟେଗୋରୀ-୨ ବର୍ଗର ଏୟାରପୋର୍ଟ କରାଯିବ ।

ଜାନୁୟାରୀ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ମିଳିଥିବା ସୂଚନା ଅନୁସାରେ, କିଛି ଦିନ ପୂର୍ବେ ରାଜ୍ୟ ପରିବହନ ବିଭାଗ ଏବଂ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ବରିଷ୍ଠ କର୍ତ୍ତୃପକ୍ଷ ମାଲକାନଗିରି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଚଳିତ ମାସ ପୁନର୍ବାର ଏହି ଟିମ୍ ପ୍ରକଳ୍ପ ସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ରନୱେ ସମ୍ପ୍ରସାରଣ ସହିତ ଟର୍ମିନାଲ ବିଲ୍ଡିଂ, ଫାୟାର ଷ୍ଟେସନ୍ ଆଦି ନିର୍ମାଣ ହୋଇଛି । ଚଳିତ ବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ା ଠାରେ ଥିବା ଏହି ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏଥିସହିତ ଜାନୁଆରୀ ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ, ନନ୍ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ଥିବାରୁ ଏବେ ଡିଜିସିଏର ଲାଇସେନ୍ସ ଆବଶ୍ୟକ ପଡ଼ିବ ନାହିଁ ।

ଲୋକେ ପାଇବେ କର୍ମନିଯୁକ୍ତି

ସମ୍ପ୍ରତି ଭୁବନେଶ୍ୱରରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ ଆରମ୍ଭ ପାଇଁ ପରିବହନ ବିଭାଗ ବିଭିନ୍ନ ଏୟାରଲାଇନ୍ସ ସହିତ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଆଗକୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଲେ ସୁଡ୍ୟୁଲ୍ଡ ବିମାନ ଚଳାଚଳ ଆରମ୍ଭ ହେବ । ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍‌କେଲା, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି । ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାକୁ ବିମାନ ସେବା ଆରମ୍ଭ ହେଲେ ସେଠାରେ ଲୋକଙ୍କ ସାମାଜିକ ଓ ଆର୍ôଥକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ।

flight will fly to malkangiri districtMalkangeri will fly the planemalkangiri district
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami