ଚନ୍ଦ୍ରୟାନ-୨ର କମାଲ, ଚନ୍ଦ୍ରରେ ଖୋଜିଲା ପାଣି

ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରମାରେ ପାଣିର ଅଣୁ ଖୋଜିବାରେ ସଫଳ ହୋଇଛି । ମିଶନ କାଳରେ ମିଳିଥିବା ତଥ୍ୟରୁ ଏହା ଜଣା ପଡିଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ –ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ ଏସ କିରଣ କୁମାରଙ୍କ ସହଯୋଗରେ ଲେଖାଯାଇଥିବା ଏକ ରିସର୍ଚ୍ଚ ପେପରେ କୁହାଯାଇଛି କି, ଚନ୍ଦ୍ରୟାନ-୨ରେ ଲାଗିଥିବା ଉପକରଣରେ ‘ଇମାଜିଂ ଇନଫ୍ରାରେଡ୍ ସ୍ପେକ୍ଟ୍ରୋମିଟର’ ନାମକ ଏକ ଉପକରଣ ରହିଛି । ଯାହା ବୈଜ୍ଞାନିକ ତଥ୍ୟ ହାସଲ କରିବା ପାଇଁ ୧୦୦କିଲୋମିଟରର ଏକ ଧ୍ରୃବୀୟ କକ୍ଷ ସହିତ ଯୋଡି ହୋଇ କାମ କରିଥାଏ ।

କରେଣ୍ଟ ସାଇନ୍ସ’ ପତ୍ରିକାରେ ପ୍ରକାଶିତ ରିସର୍ଚ୍ଚ ପେପରରେ କୁହାଯାଇଛି ଯେ, ‘ଆଇଆଇଆରଏସରୁ ମିଳିଥିବା ପ୍ରାରାମ୍ଭିକ ଡାଟା ଅନୁସାରେ ଚନ୍ଦ୍ରମାର ୨୯ ଡିଗ୍ରୀ ଉତ୍ତର ଓ ୬୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ୟରେ ଜଳ ଅଣୁ ଓ ଅମିଶ୍ରିତ ହାଇଡ୍ରୋକ୍ସିଲ (ଓଏଚ୍) ଓ ପାଣି (ଏଚ୨ଓ) ଅଣୁ ଉପସ୍ଥିତି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

ଏଥିରେ କୁହାଯାଇଛି ଯେ, ପ୍ଲେଜିୟୋକ୍ଲେସ ପ୍ରଚୁର ଚଟାଣରେ ଚନ୍ଦ୍ରମାର ଅନ୍ଧକାରମୟ ସମତଳ ଭୂମି ତୁଳନାରେ ଅଧିକ ଓଏଚ୍ କିମ୍ବା ସମ୍ଭବତଃ ଏଚଟୁଓ(ଜଳ) ଅଣୁ ମିଳିଛି ।

ଚନ୍ଦ୍ରୟାନ-୨ରୁ ଯଦିଓ ଆଶା ମୁତାବିକ ଫଳ ମିଳିନାହିଁ ତେବେ ଜଳ ଅଣୁ ଥିବା ଖବର ଗୁରୁତ୍ୱ ରଖେ । ଭାରତ ନିଜର ଦ୍ୱିତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୨’କୁ ଜୁଲାଇ ୨୨ ୨୦୧୯ରେ ଚନ୍ଦ୍ରକୁ ଛାଡିଥିଲା । ତେବେ ଏଥିରେ ଲାଗିଥିବା ଲ୍ୟାଣ୍ଡର ‘ବିକ୍ରମ’ ସେହି ବର୍ଷ ସେପ୍ଟେମ୍ବରରେ ନିର୍ଧାରିତ ଯୋଜନା ମୁତାବକ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲା । ଫଳରେ ପ୍ରଥମ ପ୍ରୟାସରେ ଚନ୍ଦ୍ରରେ ସଫଳ ଅବତରଣ କରିଥିବା ଦେଶ ବନିବା ପାଇଁ ଭାରତର ଇଛା ଅପୁରଣୀୟ ରହିଥିଲା ।

ଚନ୍ଦ୍ରୟାନ-୨ରେ ଲ୍ୟାଣ୍ଡର ଭିତରେ ‘ପ୍ରଜ୍ଞାନ’ ନାମକ ଏକ ରୋଭର ଥିଲା । ମିଶନର ଏହି ଅର୍ବିଟର ପ୍ରଜ୍ଞାନ ରୋଭର ଏବେ ମଧ୍ୟ ଠିକ୍ ଭାବେ କାମ କରୁଥିବା ଜଣା ପଡୁଛି । ଏହା ଦେଶର ପ୍ରଥମ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୧’କୁ ଡାଟା ପଠାଉଛି, ଯାହା କେବେ ଚନ୍ଦ୍ରରେ ପାଣିଥିବା ତଥ୍ୟ ଦେଇଥିଲା ।

a s kiran kumarChandrayaan 2current science journalformer ISRO chief A S Kiran KumarH2OhydroxylIIRSimaging infrared spectrometerIndian space research organisationIndias second moon mission chandrayaan 2ISROOHplagioclasepolar chamberPragyanVikram landerwater moleculeswater presence in moonଆଇଆଇଆରଏସଇମାଜିଂ ଇନଫ୍ରାରେଡ୍ ସ୍ପେକ୍ଟ୍ରୋମିଟରଇସ୍ରୋଏ ଏସ କିରଣ କୁମାରଏଚ୨ଓକରେଣ୍ଟ ସାଇନ୍ସଚନ୍ଦ୍ରରେ ପାଣିଥିବା ତଥ୍ୟଧ୍ରୃବୀୟ କକ୍ଷପାଣିର ଅଣୁପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୧ପ୍ଲେଜିୟୋକ୍ଲେସଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନଲ୍ୟାଣ୍ଡର ବିକ୍ରମହାଇଡ୍ରୋକ୍ସିଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami