ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଆହ୍ୱାନ

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି । ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜଜନଗରରେ ବିଜେଡି ପ୍ରଚାର ସମାବେଶରେ ଯୋଗଦେଇ ଭୋଟରଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।

ବିକାଶ ବିରୋଧୀ କାମ କରୁଛନ୍ତି ବିରୋଧୀ

କୌଣସି ଦଳ କିମ୍ବା ଜାତୀୟ ଦଳ ବିକାଶର ହିସାବ ଦେଉନାହାଁନ୍ତି । କିନ୍ତୁ ନବୀନ ପଟ୍ଟନାୟକ ଲୋକଙ୍କ ସବୁ ଦରଖାସ୍ତର ସମ୍ମାନର ସହ ସମାଧାନ କରୁଛନ୍ତି ଆଉ ଲୋକଙ୍କୁ ହିସାବ ମଧ୍ୟ ଦେଉଛନ୍ତି । ଭଞ୍ଜନଗରରେ ରାଜ୍ୟର ସବୁଠୁ ବଡ ପାନୀୟ ଜଳ ପ୍ରକଳ୍ପ ହେଉଛି । ଭଞ୍ଜନଗରକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଭଲ ପାଆନ୍ତି । ଭଞ୍ଜଜନଗରର ବିକାଶ ପାଇଁ ଯାହା ଆବଶ୍ୟକ ତାହା ମୁଖ୍ୟମନ୍ତ୍ରୀ କରିବେ । ଭଞ୍ଜଜନଗର ଏନଏସିକୁ ମ୍ୟୁନିସିପାଲିଟି କରିବା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି । ସେହିପରି ଜନବିରୋଧୀ ଓ ବିକାଶ ବିରୋଧୀ କାମ କରୁଛନ୍ତି ବିରୋଧୀ । ବିଜେଡିକୁ ଗାଳି ଦେଉଛନ୍ତି ଓ ଅପପ୍ରଚାରରେ ମାତିଛନ୍ତି । ବିରୋଧୀ ଦଳ ମିଶନ ଶକ୍ତି, ବିଏସକେୱାଇ, କାଳିଆ, ଲକ୍ଷ୍ମୀ ଭଳି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏଭଳି ଜନବିରୋଧୀ ଦଳକୁ ଭୋଟରେ ଜବାବ ଦେବାକୁ ଭଞ୍ଜନଗରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଦିନ ରାତି କାମ କରୁଛନ୍ତି । ତେଣୁ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାରରୁ ଅଧିକ ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

5T Secretary Shri VK Pandianvk Pandian's campaign in bhanjanager
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami