ଶ୍ରୀରାମଙ୍କ ଭୂମିକା କରିବା ପାଇଁ ମଦ,ମାଂସ ଖାଇବେ ନାହିଁ ରଣବୀର

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର କାପୁର ତାଙ୍କ ଆଗାମୀ ଫିଲ୍ମ ରାମାୟଣଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ’ରେ ରାମ ଚରିତ୍ରରେ ନଜର ଆସିବେ ରଣବୀର । ରାମ ଚରିତ୍ରରେ ଅଭିନୟ କରିବାକୁ ନେଇ ରଣବୀର ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ଏହି ଫିଲ୍ମକୁ ନେଇ ସେ ଏକ ବଡ ଘୋଷଣା କରିଛନ୍ତି । ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିବା ପର୍ଯ୍ୟନ୍ତ ସେ ମଦ କିମ୍ବା ନନଭେଜ ଖାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେ ନିଜ ଭିତରେ ରାମଙ୍କ ଅନୁଭବ ଆଣିବାକୁ ପୂରା ସାତ୍ତ୍ୱିକ ଜୀବନ ବିତାଇବେ । ସେ ଲୋକଙ୍କୁ ଖୁସି କରିବାକୁ ନୁହେଁ ବରଂ ନିଜ ଚରିତ୍ରକୁ ନ୍ୟାୟ ଦେବାକୁ ମଦ-ମାଂସ ତ୍ୟାଗ କରିବେ ବୋଲି ନିଜେ ସୂଚନା ଦେଇଛନ୍ତି ।

ମନରେ ପବିତ୍ରତା ରହିବା ଜରୁରୀ

ରଣବୀର କହିଛନ୍ତି ଯେ, କୌଣସି ପ୍ରକାରର ଚାପର ବଶୀଭୂତ କିମ୍ବା ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ମୁଁ ଏଭଳି ଘୋଷଣା କରି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶ୍ରୀରାମଙ୍କ ଚରିତ୍ର କରିବା ପୂର୍ବରୁ ମୋ ମଧ୍ୟରେ କିଛି ମାତ୍ରାରେ ପବିତ୍ରତା ରହିବା ଜରୁରୀ । ଏହା ଦ୍ୱାରା ମୁଁ ଅଭିନୟ ମନଧ୍ୟାନ ସହକାରେ କରିପାରିବି । ଖୁବ୍‌ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି । ଏହି ଫିଲ୍ମରେ ସୀତାଙ୍କ ଚରିତ୍ରରେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କୁ ଦେଖିବାକୁ ମିଳିବ । ଏଥିସହ ସାଉଥ୍ ଅଭିନେତା ୟଶ୍ ରାବଣଙ୍କ ଭୂମିକାରେ ନଜର ଆସିବେ । କିଛି ମାସ ତଳେ ସାଉଥ୍ ଅଭିନେତା ପ୍ରଭାସଙ୍କ ‘ଆଦିପୁରୁଷ’ ମଧ୍ୟ ରାମାୟଣକୁ ନେଇ ନିର୍ମିତ ହୋଇଥିଲା , ଯାହା ଲୋକଙ୍କ ବେଶ୍ ଗ୍ରହଣୀୟତା ମିଳିଥିଲା ।

ରଣବୀର ୧୯୯୯ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେବେଠାରୁ ସେ ଅନେକ ଫିଲ୍ମରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ଅଭିନୟକୁ ଲୋକେ ମଧ୍ୟ ଖୁବ୍ ପସନ୍ଦ କରନ୍ତି । ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ‘ତୁ ଝୁଟି ମେ ମକ୍କାର’ରେ ଦେଖିବାକୁ ମିଳିଥିଲା । ଏଥିସହ ସେ ଅନେକ ମ୍ୟୁଜିକ୍ ଭିଡିଓ ମଧ୍ୟ କରିଛନ୍ତି ।

bollywood actor ranbir kapoor will be seen as ram in ramayanbollywood newsnew coming film ramayan
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami