ସଂସଦରେ ରହିବେନି ବିଜେପିର ଜଣେ ମଧ୍ୟ ମୁସଲିମ୍ ସାଂସଦ, ଲୋକସଭା ପରେ ରାଜ୍ୟସଭାରେ ବି ଶୁନ୍ୟ ପ୍ରତିନିଧି !

ଦେଶରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ଢେର ଚର୍ଚ୍ଚା ହେଉଛି । ଯେଉଁମାନେ ଟିକେଟ୍ ପାଉନାହାନ୍ତି ସେମାନେ ତପସ୍ୟାରେ ଅଭାବ ରହିଗଲା ବୋଲି କହୁଛନ୍ତି । ଆଉ ଯେଉଁ ଭାଗ୍ୟବାନଙ୍କୁ ଟିକେଟ୍ ମିଳୁଛି ସେମାନେ ଏଥିପାଇଁ ସୁପ୍ରିମୋଙ୍କ ଗୁଣଗାନ କରୁଛନ୍ତି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସୁଛି ଯାହା କହୁଛି ଯେ, ସଂସଦରେ ବିଜେପିର କେହି ମଧ୍ୟ ମୁସଲିମ୍ ପ୍ରତିନିଧି ନରହିପାରନ୍ତି । କାରଣ ବିଜେପି ତରଫରୁ ରାଜ୍ୟସଭା ପାଇଁ ଯେଉଁ ୨୨ ନାମ ବିଶିଷ୍ଟ ତାଲିକା ଜାରି କରାଯାଇଛି ସେଥିରେ ଜଣେ ମଧ୍ୟ ମୁସଲିମଙ୍କ ନାମ ନାହିଁ । ଏହା ସହିତ ରାଜ୍ୟସଭାରେ ବିଜେପିର ଯେଉଁ ମୁସଲିମ୍ ସାଂସଦ ଥିଲେ ତାଙ୍କର କାର୍ଯ୍ୟକାଳ ମଧ୍ୟ ସରୁଛି । ଆଗରୁ ଲୋକସଭାରେ ବିଜେପିର ଜଣେ ମଧ୍ୟ ମୁସଲିମ୍ ସାଂସଦ ନଥିଲେ । ଏବେ ରାଜ୍ୟସଭାରେ ମୁସଲିମ୍ ସାଂସଦଙ୍କ କାର୍ଯ୍ୟକାଳ ସରିବା ସହିତ ରାଜ୍ୟସଭାରେ ମଧ୍ୟ ବିଜେପିର ମୁସଲିମ୍ ପ୍ରତିନିଧିତ୍ୱ ରହିବ ନାହିଁ । ଯାହାର ଅର୍ଥ ହେଲା ସଂସଦରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପିର ଜଣେ ମଧ୍ୟ ମୁସଲିମ ସାଂସଦ ରହିବେ ନାହିଁ । ସୂଚନାଯୋଗ୍ୟ ଯେ, ମୁଖତାର ଅବ୍ବାସ ନକଭି,ସୈୟଦ ଜାଫର ଇସ୍ଲାମ ଓ ଏମଜେ ଆକବର ଏହି ତିନିଜଣ ରାଜ୍ୟସଭାରେ ବିଜେପିର ସାଂସଦ ଥିଲେ । ଆଉ ଚଳିତ ବର୍ଷ ଏହି ତିନି ମୁସଲିମ ସାଂସଦଙ୍କ କାର୍ଯକାଳ ସରୁଛି । ଏଣେ ନୂଆ ତାଲିକାରେ ଜଣେ ମଧ୍ୟ ମୁସଲିମଙ୍କ ନାମ ନାହିଁ । ତେଣୁ ସଂସଦରେ ବିଜେପିର କେହି ମଧ୍ୟ ମୁସଲିମ ଚେହେରା ରହିବେ ନାହିଁ ।

ନକଭି, ସୈୟଦ ଓ ଆକବରଙ୍କ କାର୍ଯ୍ୟକାଳ

ମୁଖତାର ଅବ୍ବାସ ନକଭି ଏବେ କେନ୍ଦ୍ର ସରକାରରେ ସଂଖ୍ୟାଲଘୁ ମାମଲା ମନ୍ତ୍ରୀ ଅଛନ୍ତିରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଜୁଲାଇ ୭ ତାରିଖରେ ସରୁଛି । ନିୟମ ଅନୁସାରେ ଆଗାମୀ ୬ ମାସ ମଧ୍ୟରେ ଯଦି ସେ ସଂସଦର କୌଣସି ସଦନର ସଦସ୍ୟ ଭାବେ ନିର୍ବାଚିତ ନହୁଅନ୍ତି ତେବେ ତାଙ୍କର ମନ୍ତ୍ରୀପଦ ଯିବ । ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ସୈୟଦ ଜାଫର ଇସଲାମଙ୍କ କାର୍ଯ୍ୟକାଳ ଜୁଲାଇ ୪ ତାରିଖରେ ସରୁଛି । ସେହିଭଳି ଏମ ଜେ ଆକବରଙ୍କ କାର୍ଯ୍ୟକାଳ ଜୁନ୍ ୨୯ରେ ସରୁଛିସମାଜବାଦୀ ପାର୍ଟି ନେତା ଅମର ସିଂହଙ୍କ ନିଧନ ପରେ ଇସ୍ଲାମଙ୍କୁ ବିଜେପି ୨୦୨୦ରେ ପ୍ରାର୍ଥୀ କରିଥିଲା । ୨୦୨୦ ସେପ୍ଟେମ୍ବର ମାସରେ ସେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିଲେ । ଜାଫର ଇସଲାମ ହିଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିକୁ ଆଣିବାରେ ପ୍ରମ୍ମୁଖ ଭୂମିକା ନିର୍ବାହ କରିଥିଲେ ।

କ’ଣ ରାମପୁରରୁ ନିର୍ବାଚନ ଲଢିବେ ନକଭି ?

ମୁଖତାର ଅବ୍ବାସ ନକଭି ରାମପୁରରୁ ଲୋକସଭା ପାଇଁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଛି । ସେଠାରେ ଉପ ନିର୍ବାଚନ ପାଇଁ ଘୋଷଣା ମଧ୍ୟ ହୋଇ ସାରିଛି । ମୁଖତାର ଅବ୍ବାସ ପୂର୍ବରୁ ରାମପୁରରୁ ନିର୍ବାଚନ ଲଢି ସାରିଛନ୍ତି । ୧୯୯୮ରେ ସେ ରାମପୁର ଆସନରୁ ଲୋକସଭାରେ ପହଂଚିଥିଲେ ବାଜପାୟୀ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ବିଜେପିର ନବର ଏଥର ରାମପୁର ଆସନ ଉପରେ ରହିଛି ।

ରାମପୁର ଆସନରେ ଇତିହାସରେ ପ୍ରଥମ ଥର ପାଇଁ ଉପନିର୍ବାଚନ ହେଉଛି । ତଥାପି ନକଭି ଏଠାରୁ ନିର୍ବାଚନ ଲଢିବା ନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନିତ ହେଉଥିବା ୭ ସାଂସଦଙ୍କ ଆସନ ଏବେ ମଧ୍ୟ ଖାଲି ପଡିଛି । ଏହା ମଧ୍ୟ କୁହାଯାଉଛି ଯେ, ନକଭିଙ୍କୁ ମନୋନୟନ ମାଧ୍ୟମରେ ରାଜ୍ୟସଭା ପଠା ଯାଇପାରେ

ଲୋକସଭାରେ ବିଜେପିର ମୁସଲିମ୍ ପ୍ରତିନିଧିତ୍ୱ ଶୁନ

ଲୋକସଭାରେ ବିଜେପି ଜଣେ ମଧ୍ୟ ମୁସଲିମ ସାଂସଦ ନାହାନ୍ତି୨୦୧୯ ସାଧାରଣ ନିର୍ବାଚନରେ ଦଳ କିଛି ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ଜଣେ ମଧ୍ୟ ନିର୍ବାଚନ ଜିତି ପାରିନଥିଲେ । ଅନ୍ୟପକ୍ଷରେ ଏନଡିଏର ଜଣେ ମୁସଲିମ୍ ସାଂସଦ ବିହାରରୁ ଆସନ୍ତି । ତେବେ ଲୋକ ଜନଶକ୍ତି ପାର୍ଟି ଟିକେଟରେ ଲୋକସଭାକୁ ଆସିଥିବା ମହବୁବ ଅଲ୍ଲୀ କେସର

amit shahazam khan resigns from lok sabhaBJPbjp candidatebjp lok sabha candidatebjp muslim candidate 2022bjp muslim leadersbjp muslim spokespersonbjp rajya sabha candidate list 2022bjp rajya sabha seatmj akbar bjpmukhtar abbas naqvirajya sabha election 2022rajya sabha pollsrajya sabha seatrampur electionsyed zafar islam bjp
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami