ଓଡ଼ିଆ ଭାଷା ପାଇଁ ବିଜେପି କିଛି କରିନାହିଁ

ଭୁବନେଶ୍ୱର: ଯେ କୌଣସି ରାଜ୍ୟର ଭାଷା ହିଁ ଏହାର ଗର୍ବ । ଦ୍ୱିତୀୟ ହେଉଛି ଏହାର ଦେବତା । ତୃତୀୟ ହେଉଛି ରାଜ୍ୟର ସଂସ୍କୃତି । ଚତୁର୍ଥ ହେଉଛି ଏହାର ଜନସାଧାରଣ । ଯେଉଁ ବିଜେପି ଓଡ଼ିଆ ଅସ୍ମିତା ବିଷୟ କଥା କହୁଛି ସେହି ଦଳ ଓଡ଼ିଆ ଭାଷା ଲାଗି କିଛି କରିନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଏଏନଆଇକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଆମକୁ ଦେଖିବାକୁ ପଡିବ ଗତ ୧୦ ବର୍ଷରେ ବିଜେପି କ’ଣ କରିଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାରେ ପରିଣତ କରିବା ଲାଗି ମୁଖ୍ୟମନ୍ତ୍ରୀ ସଂଗ୍ରାମ କରିଛନ୍ତି ।

୨୦୧୪ରେ ଓଡ଼ିଆ ଭାଷାକୁ ମିଳିଥିଲା ଶାସ୍ତ୍ରୀୟ ମାନ୍ୟତା

୨୦୧୪ ଫେବ୍ରୁଆରୀରେ ୟୁପିଏ ସରକାର ଅମଳରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଥିଲା । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପରଠାରୁ ୧୦ ବର୍ଷ ବିତିଗଲା । ମାତ୍ର କୌଣସି ଗୋଟିଏ ପଦକ୍ଷେପ ନିଆଯାଇନାହିଁ । ଏମିତି କି ପଇସାଟିଏ କେନ୍ଦ୍ର ଖର୍ଚ୍ଚ କରିନାହିଁ । ମାତ୍ର ସଂସ୍କୃତି, ତେଲୁଗୁ, ତାମିଲ ଓ ମରାଠୀ ଭାଷା ଲାଗି କେନ୍ଦ୍ର ସହାୟତା ଦେଇଆସିଛି । ଯେଉଁ ସବୁ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି ସେହି ସବୁ ଭାଷାକୁ କେନ୍ଦ୍ରୀୟ ସହାୟତା ମିଳିଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଭାଷାପ୍ରୀତିର ନମୁନା । ଦ୍ୱିତୀୟରେ ଓଡ଼ିଶୀ ସଂଗୀତ । ଏହା ଅତି ପ୍ରସିଦ୍ଧ । ଓଡ଼ିଶୀ ସଂଗୀତକୁ ପ୍ରୋତ୍ସାହନ ଦେବା ସହ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପ୍ରସ୍ତାବ କେନ୍ଦ୍ରକୁ ପଠାଇଥିଲେ । ମାତ୍ର ଏହି ଦୁଇଟି ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ । ଏବେ ସେମାନେ ଓଡ଼ିଆ ଭାଷା ନେଇ ଭାଷଣ ମାରୁଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

BJP has done nothing for the Odia languagekartik pandian reaction
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami