ଜନବିରୋଧୀ ପ୍ରଦୀପ,ପ୍ରଶାନ୍ତ ବିଜେପିର ପୋଷ୍ଟର ବୟ

ଭୁବନେଶ୍ୱର: ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବିଜେଡ଼ି ବର୍ଷିଛି । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି । ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ସୋମବାର ଶଙ୍ଖ ଭବନରେ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଗୁଣ୍ଡାଗର୍ଦ୍ଦି ଉପରେ ବର୍ଷିଛନ୍ତି । ମଦ ପିଇ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଥିବା ପ୍ରଶାନ୍ତ ଜଗଦ୍ଦେବ ପୁଣି ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ଏବେ ମଦ ପିଇ ପୋଲିସ ଅଧିକାରୀଙ୍କୁ ଡରାଉଛନ୍ତି । ଏମିତିକି ସାମ୍ବାଦିକଙ୍କୁ ଆକ୍ରମଣ କରିବା ପାଇଁ ପଛାଉ ନାହାନ୍ତି ।

ବିଜେପିର ରଣନୀତିକାର ସାଜିଛନ୍ତି ପ୍ରଦୀପ

ସେହିପରି ବିଜେପିର ରଣନୀତିକାର ସାଜିଥିବା ପ୍ରଦୀପ ପାଣିଗ୍ରାହୀ ଯିଏ କି ଶହ ଶହ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ନାଁରେ ଠକେଇ କରିଥିଲେ ତାଙ୍କୁ ଦଳରେ ରଣନୀତିକାର ସଜାଯାଇଛି । ଏହି ଦୁଇ ଜନବିରୋଧୀ ନେତାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି । ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ପ୍ରଶାନ୍ତ ଜଗଦେବ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇଲେ. ହେଲେ ବିଜେପି ତାଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ କଲେ । ସେ ଏବେ ଜଣେ ସାଂସଦ ପ୍ରାର୍ଥୀଙ୍କ ପାଖ ଲୋକ ମଦ୍ୟପାନ କରି ଧମକାଉଛନ୍ତି । କେମିତି ମୁହଁ ଦେଖାଉଛି ବିଜେପି ନିଜ କର୍ମୀଙ୍କୁ । ଗରିବ ଲୋକଙ୍କ ଠାରୁ ଚାକିରି କରାଇବା ନେଇ ଠକି ଜେଲ ଯାଇଥିଲେ । ସେ ଏବେ ଆଶା କର୍ମୀ ପରି ବିକାଶ କରୁଥିବା ଲୋକଙ୍କୁ ଧମକାଉଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁ ହେବା କଥା । ଆମେ ଏ ପ୍ରମାଣ ସବୁ ସିଇଓଙ୍କୁ ଦେଇଥିଲୁ । ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ପ୍ରସଙ୍ଗ ଭିତ୍ତିକ ଲଢେଇ ନ କରିବାର ଓ ବିଜେଡିକୁ ସାମ୍ନା କରି ପାରୁ ନ ଥିବାରୁ, ଅପରାଧୀ ମାନେ ବିଜେପିର ଆଶାବାଡ଼ି ପାଲଟିଛି । ଏହା ଠାରୁ ହାସ୍ୟାସ୍ପଦ ବିଷୟ ଆଉ କିଛି ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

bjd target prasant pradeeppradeep panigrahi bjp candidateprasant jagdev
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami