ନୟାଗଡ଼ରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ଏବେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । ନୟାଗଡ଼ ବ୍ଲକ ନୋଟାର ପଞ୍ଚାୟତ ବାଉଳି ଗାଁରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଜଣାଯାଇଛି । ବିଜେଡି କର୍ମୀ ପୃଥିବୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବିଜେପିର ବନମାଳୀ ନାୟକ, ସନ୍ତୋଷ ନାୟକ, ବିଜୟ ନାୟକ, କାଶୀନାଥ ନାୟକ, ନାଲୁ ବେହେରା ଓ ଗଙ୍ଗାଧର ଜେନା ଏହି ଆକ୍ରମଣ କରିଥିବା ଜଣାଯାଇଛି ।

ହାରିବା ଭୟରେ ବିଜେପି ଏପରି କାଣ୍ଡ କରୁଛି

ଏହାର ଫଟୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଦାଖଲ କରିଛି । ପୂର୍ବରୁ ପିଲାଙ୍କୁ ନିର୍ବାଚନ କାମରେ ଲଗାଇବା, ସରକାରୀ ଅଧିକାରୀଙ୍କୁ ଧମକାଇବା ପରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଆସୁଛି ବିଜେପି । ଯେବେ ବି ହାରିବା ଭୟ ବିଜେପିକୁ ଆସେ, ସେମାନେ ଏହିପରି କାମ କରିଥାନ୍ତି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ବିଜେଡି ସିଇଓଙ୍କୁ ଭେଟିଛି । ଆକ୍ରମଣ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

bjd ceo against bjpbjd lodges complaint with ceo against bjp
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami