ୟୁଟ୍ୟୁବର୍ କାମିୟା ଜାନି ବିବାଦରେ ପଦାକୁ ଆସିଲା ମୁକୁଙ୍କ ଆତ୍ମଘାତୀ କାରନାମା

ଭୁବନେଶ୍ୱର: କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦେଶର କଲଚରାଲ୍ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ପୁରସ୍କୃତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା ବି କରିଛନ୍ତି । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳୀୟ ଅନୁଗାମୀ କ୍ୟାମ୍ପ୍ ଜାତୀୟ ସ୍ତରରେ ନିଜ ଦଳର ସରକାରଙ୍କ ଏଭଳି କାର୍ଯ୍ୟରେ ଧୂଳି ଚଢ଼ାଇ ଦେଇଛନ୍ତି ଖାସ୍ ନିଜ ରାଜନୀତିକ କାଟତିକୁ ବଂଚାଇ ରଖିବା ପାଇଁ । ଆମେ କହୁଛୁ, ଦେଶର ଜଣାଶୁଣା ଖାଦ୍ୟ, ପର୍ଯ୍ୟଟନ, ଐତିହ୍ୟ, ସଂସ୍କୃତି ଓ ସଭ୍ୟତାର ଅନ୍ତର୍ଜାତୀୟ ପ୍ରଚାରକ ତଥା ଯୁଟ୍ୟୁବର୍ କାମିୟା ଜାନିଙ୍କୁ ନେଇ ମୁକୁ ଭାଇ ଓ ତାଙ୍କ ସମର୍ଥକ ଗୋଷ୍ଠୀ କରୁଥିବା ଅପପ୍ରଚାର ଓ ବିବାଦର କଥା । ନିଜେ କାମିୟା ଜାନି ସୋଶାଲ୍ ମିଡିଆରେ ଏନେଇ ମୁହଁ ଖୋଲିବା ପରେ ପ୍ରଧାନେଙ୍କ କୁତ୍ସିତ କାରନାମା ଏବେ ପର୍ଦ୍ଦାଫାସ ହୋଇଛି ।

ଦେଶର ସଂସ୍କୃତି, ଖାଦ୍ୟ, ଐତିହ୍ୟ ଓ ସଭ୍ୟତାକୁ ପ୍ରଚାର କରିବା କାମିୟାଙ୍କ ମୁଖ୍ୟ ଉଦ୍ଦେଶ୍ୟ

କାମିୟାଙ୍କ କହିବା କଥା ସେ ଦେଶର କୋଣ ଅନୁକୋଣର ସଂସ୍କୃତି, ଖାଦ୍ୟ, ଐତିହ୍ୟ ଓ ସଭ୍ୟତାକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ସାରା ବିଶ୍ୱରେ ଧାରାବାହିକ ଭାବେ ପ୍ରଚାର କରୁଛନ୍ତି । ଏହି କ୍ରମରେ ସେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କୃତି, ଐତିହ୍ୟ ଓ ଏବେ ହୋଇଥିବା ଭିତ୍ତିଭୂମିର ବିକାଶ ଓ ପରିବର୍ଦ୍ଧିତ ରୂପରେଖକୁ ସାରା ବିଶ୍ୱବାସୀଙ୍କୁ ଜଣାଇବା ପାଇଁ ଏକ ଡକ୍ୟୁମେଣ୍ଟାରୀ ଭିଡିଓ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ବ୍ଲଗରେ ଅପଲୋଡ କରିଥିଲେ । ଏଥିରେ ଶ୍ରୀମନ୍ଦିରର କୌଣସି ରୀତି ନୀତି ଓ ଅନୁଶାସନ ସେ ଉଲ୍ଲଙ୍ଘନ କରି ନ ଥିବା ସ୍ପଷ୍ଟ କରିଛନ୍ତି । ଏହା ସହ ସେ ଜଣେ ନୈଷ୍ଠିକ ହିନ୍ଦୁ ଓ ସେ କେବେ ବି ବିଫ୍ ଖାଇନାହାନ୍ତି ।

କାମିୟାଙ୍କ ସ୍ପଷ୍ଟୋକ୍ତି ପରେ ପ୍ରଧାନେଙ୍କ ହୀନ ଉଦ୍ଦେଶ୍ୟ ଧରା ପଡ଼ିଗଲା

କେରଳ ରେଷ୍ଟୁରାଣ୍ଟରେ ସେ କଡେଲା କରି ଓ କଦଳୀ ପକୋଡ଼ାର ପୁରୀ ଖାଇଥିଲେ, ଯାହାର ସମୁଦାୟ ଦାମ୍ ପଚାଶ ଟଙ୍କା ଭିତରେ ହେବ ଏବଂ ଏହାର ବିଲ୍ ମଧ୍ୟ ସେ ସେହି ଭିଡିଓରେ ଅପଲୋଡ୍ କରିଛନ୍ତି । ହଁ ସେହି ରେଷ୍ଟୁରାଣ୍ଟରେ ସେ ବିଫ୍ ବିକ୍ରି ହେଉଥିବା ସେ ଅବଶ୍ୟ କହିଛନ୍ତି । ଆଉ କାମିୟାଙ୍କ ଏହି ସ୍ପଷ୍ଟୋକ୍ତି ପଦାକୁ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଗୋଷ୍ଠୀ ନେତାଙ୍କ ହୀନ ଉଦ୍ଦେଶ୍ୟ ଧରା ପଡ଼ିଯାଇଛି । ବଡ଼ କଥା ହେଉଛି, କାମିୟାଙ୍କ ଭିଡିଓର ସମସ୍ତ ଅଂଶ ନଦେଖାଇ, ତାକୁ ଏଡିଟ୍ କରି ନିଜ ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ମୁକୁ ଭାଇ ଓ ତାଙ୍କ ଚେଲାଚାମଣ୍ଡା ଶ୍ରୀଜଗନ୍ନାଥଙ୍କ ସହ ଓଡ଼ିଆଙ୍କ ଭାବାବେଗ ସହ କୁତ୍ସିତ ଖେଳ ଖେଳିଛନ୍ତି, ତା ପୁଣି ସତକୁ ଲୁଚାଇ ଦେଇ । ଚର୍ଚ୍ଚା ହେଉଛି, ରାଜ୍ୟରେ ଏକଦା ପାର୍ଟି ପୋଷ୍ଟରବୟ ସାଜିଥିବା ମୁକୁ ଭାଇଙ୍କ ହାତରୁ ଓଡ଼ିଶା ପଦ୍ନ ଗାଡ଼ିଆ ଲଗାମ୍ ଶୀର୍ଷ ନେତୃତ୍ୱ କାଢ଼ି ନେବା ପରେ ଭିତରେ ରକ୍ତ ଚାଉଳ ଚୋବାଉଥିବା ପଧାନେ ପଦ୍ମ ଗାଡ଼ିଆ ଭିତରେ ଖାସ୍ ପତିଆରା ଜାହିର କରିବା ପାଇଁ ନିଜ ଦଳକୁ ବରବାଦ୍ କରିବାକୁ ବି ପଛାଉ ନାହାନ୍ତି ।

Because of Dharmendradharmendra pradhan newsthe state BJP is ruined!youtuber kamiya jani
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami