ମୋଦିଙ୍କ ଭୂମିକାରେ ନଜର ଆସିଲେ ଅରୁଣ ଗୋଭିଲ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିଲେ ରାମାୟଣର ରାମ ଅଭିନେତା ଅରୁଣ ଗୋଭିଲ । ଫିଲ୍ମ ‘ଆର୍ଟିକିଲ ୩୭୦’ରେ ଅରୁଣଙ୍କୁ ମୋଦିଙ୍କ ଭୂମିକାରେ ଦେଖିବାକୁ ମିଳିଛି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲସ’ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦେଖିବାକୁ ମିଳିଥିଲା, ଯାହାକି ଦର୍ଶକ ବେଶ ପସନ୍ଦ କରିଥିଲେ । ନିକଟରେ ଫିଲ୍ମ ‘ଆର୍ଟିକିଲ ୩୭୦’ ର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଅନୁଛେଦ ୩୭୦ ଉଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିବ । ବିଶେଷ କରି ପୁଲୱାମା ଘଟଣା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବା ସମୟରେ ଯାହା କହିଛନ୍ତି ତାହା ମଧ୍ୟ ପ୍ରଦର୍ଶିତ ହେବ ।

ଆସନ୍ତା ୨୩ରେ ରିଲିଜ୍ ହେବ ‘ଆର୍ଟିକିଲ ୩୭୦’

୮୦ ଦଶକରେ ସୁପରହିଟ୍ ଧାର୍ମିକ ଶୋ ‘ରାମାୟଣ’ରେ ଅରୁଣ ଗୋଭିଲ୍ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିଲେ । ବର୍ତ୍ତମାନ ଅରୁଣ ଗୋଭିଲ୍ ଫିଲ୍ମ ‘ଆର୍ଟିକିଲ ୩୭୦’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଫେବୃଆରୀ ୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୟାମୀ ଗୌତମ, ପ୍ରିୟାମଣି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Arun Govil appeared in the role of Modibollywood actress arun govilramayan ram in the role of Modi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami