ପରଦାରେ ସୁଶାନ୍ତ ଅନ୍ୟ ଅଭିନେତ୍ରୀଙ୍କୁ ଚୁମ୍ବନ ଦେବା ଦେଖି କାନ୍ଦି ପକାଇଥିଲେ ଅଙ୍କିତା

ମୁମ୍ବାଇ: ପରଦାରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅନ୍ୟ ଅଭିନେତ୍ରୀଙ୍କୁ ଚୁମ୍ବନ ଦେବା ଦେଖି କାନ୍ଦି ପକାଇଥିଲେ ଅଙ୍କିତା ଲୋଖଣ୍ଡେ । କାରଣ ସୁଶାନ୍ତଙ୍କୁ ଅଙ୍କିତା ବହୁତ ଭଲ ପାଉଥିଲେ । ସେ ଚାହୁଁ ନ ଥିଲେ ସୁଶାନ୍ତ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହ ଏପରି ଦୃଶ୍ୟରେ ନଜର ଆସନ୍ତୁ । ନିକଟରେ ଅଭିନେତ୍ରୀ ଅଙ୍କିତା ବିଗ୍‌ବସ ଘରେ ଏହା କହିଛନ୍ତି ।

ବିଗ୍‌ବସ ଘରେ ଅଧିକାଂଶ ସମୟ ସୁଶାନ୍ତ ବିଷୟରେ କଥା ହୁଅନ୍ତି ଅଙ୍କିତା

ଛୋଟ ପରଦାର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ହେଉଛି ବିଗ୍ ବସ୍ । ଏବେ ବିଗ୍‌ବସ୍ ସିଜିନ୍ ୧୭ ପ୍ରସାରିତ ହେଉଛି । ଏହି ଶୋ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଥିଲା । ଶୋ’ ଆରମ୍ଭରୁ ହିଁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା । ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ଶୋ’ରେ ସାମିଲ ହୋଇଛନ୍ତି । ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି । ଏହି ଶୋ ପାଇଁ ଅନ୍ୟମାନଙ୍କଠାରୁ ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ । ହେଲେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନାହିଁ । ବିଗ୍‌ବସ୍ ଘରେ ଅନେକ ସମୟରେ ସେ ନିଜ ପୂର୍ବ ପ୍ରେମିକ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କଥା ହେଉଥିବାର ଦେଖିବାକୁ ମିଳୁଛି ।

ଚୁମ୍ବନ ଦୃଶ୍ୟ ଦେଖି ସୁଶାନ୍ତଙ୍କ ହାତକୁ ନଖରେ ରାମ୍ପୁଡ଼ି ଦେଇଥିଲେ ଅଙ୍କିତା

ସୁଶାନ୍ତଙ୍କ ସହ ବ୍ରେକଅପ କାହିଁକି ହେଲା ସେ ବିଷୟରେ ଅଙ୍କିତା ଏହି ଶୋରେ କହିସାରିଥିବା ବେଳେ ଏବେ ସୁଶାନ୍ତଙ୍କ ଅଭିନୟ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି । ବିଗ୍ ବସ୍ ପ୍ରତିଯୋଗୀ ଅଭିଷେକ କୁମାର ଓ ଆୟେଶା ଖାନଙ୍କୁ ଅଙ୍କିତା କହିଛନ୍ତି ଯେ, ଯେତେବେଳେ ମୁଁ ଫିଲ୍ମ ‘ପିକେ’ ଦେଖିଥିଲି, ମୋ ମୁଣ୍ଡ ବୁଲାଇଥିଲା । ସେଥିରେ ସୁଶାନ୍ତ, ଅନୁଷ୍କା ଶର୍ମାଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ମୁଁ ଦେଖିପାରି ନ ଥିଲି । ଫିଲ୍ମ ‘ସୁଧ୍ ଦେଶୀ ରୋମାନ୍ସ’ ରିଲିଜ୍ ହେବା ପରେ ସୁଶାନ୍ତ ମୋ ପାଇଁ ୟଶ ରାଜ୍ ଷ୍ଟୁଡିଓରେ ଥିବା ପୂରା ହଲ୍ ବୁକ୍ କରିଥିଲେ । କାରଣ ସେ ଜାଣିଥିଲେ ମୁଁ କାନ୍ଦିବି । ଫିଲ୍ମ ଦେଖିବା ବେଳେ ମୁଁ କାନ୍ଦିବା ସହ ସୁଶାନ୍ତଙ୍କ ହାତକୁ ନଖରେ ରାମ୍ପୁଡି ଦେଇଥିଲି । ଏହା ପରେ ସେ ହଲରୁ ବାହାରକୁ ଚାଲିଯାଇଥିଲେ । ଫିଲ୍ମ ଦେଖି ଘରକୁ ଆସିବା ପରେ ମୁଁ ବହୁତ କାନ୍ଦିଥିଲି । ସୁଶାନ୍ତ ବି ମୋତେ ଦେଖି କାନ୍ଦିଥିଲେ ଏବଂ ଆଉ ଏଭଳି ଦୃଶ୍ୟ କରିବେନି ବୋଲି କହିଥିଲେ ।

Actress Ankita lokhandeAnkita lokhande makes shocking confession about sushantBigg boss newsBollywood actor sushant singh rajput
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami