ବିମାନବନ୍ଦରରେ ପ୍ରଶଂସକଙ୍କୁ ଧକ୍କା ଦେଲେ ବବି, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତା ବବି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଆନିମଲ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଆଉ ଏହି ଫିଲ୍ମର ସଫଳତାକୁ ବେଶ୍ ଉପଭୋଗ ମଧ୍ୟ କରୁଛନ୍ତି । ଏଥିରେ ଥିବା ତାଙ୍କ ଚରିତ୍ରକୁ ଓ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା ବି କରିଛନ୍ତି । ଏତେ ଦିନ ପରେ ସଫଳତା ମିଳିବା ପରେ ବବି କାନ୍ଦି ପକାଇଥିବାର ଭିଡିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା । ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଜଣେ ପ୍ରଶଂସକଙ୍କୁ ଧକ୍କା ଦେଇଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି ।

ବହୁ ବର୍ଷ ପରେ ସଫଳତା ମିଳିବାରୁ ବବିଙ୍କ ଗର୍ବ ବଢ଼ିଯାଇଛି କହିଲେ ପ୍ରଶଂସକ

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିିଛି ଯେ, କୌଣସି ଏକ କାମରେ ଅଭିନେତା ବବି ଦେଓଲ ଯାଉଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ ନଜର ଆସିଥିଲେ । ବବି ତରବର ହୋଇ ବିମାନବନ୍ଦର ଭିତରକୁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ ଜଣେ ପ୍ରଶଂସକ ତାଙ୍କ ନିକଟକୁ ଆସଯିିବାରୁ ବବି ତାଙ୍କୁ ଜୋରରେ ଠେଲି ଦେଇ ଆଗକୁ ପଳାଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅଭିନେତାଙ୍କ ଏହି ଆଚରଣକୁ ନାପସନ୍ଦ କରିଛନ୍ତି । ଏହି ଭିଡିଓ ପାଇଁ ବବିଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଛି । ଆଉ ଅନେକ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଏତେ ବର୍ଷ ପରେ ସଫଳତା ମିଳିବାରୁ ବବିଙ୍କ ଗର୍ବ ବଢ଼ିଯାଇଛି ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ବେଳେ ଅନ୍ୟଜଣେ ଲେଖିଛନ୍ତି, ୨ମିନିଟ ପାଇଁ ନଜର ଆସି ଏତେ ଗର୍ବ କ’ଣ ପାଇଁ ।

animal actor bobby deol trolled for push ing fan at airportbollywood actor boby deol
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami