ଟ୍ରେନ୍ ଦୁଘର୍ଟଣା: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି

ରାୟଗଡା: ରବିବାର ସନ୍ଧ୍ୟାରେ ବିଜୟନଗରମ୍ ଜିଲ୍ଲା ଦେଇ ଯାଇଥିବା ହାଓଡ଼ା-ଚେନ୍ନାଇ ଲାଇନ୍‌ରେ ରେ ୨ଟି ଯାତ୍ରୀବାହୀ ଟ୍ରେନ୍ ୦୮୫୩୨ ବିଶାଖାପାଟଣା-ପଲାସା ଟ୍ରେନ୍ ଓ ୦୮୫୦୪ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବିଶାଖାପାଟଣା-ପଲାସା ଟ୍ରେନ୍‌ର ୧୧ଟି ଓ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍‌ର ୯ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା । ଏହି ଦୁଘର୍ଟଣାରେ ଗତକାଲି ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏବେ ଦୁଘର୍ଟଣାଜନିତ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ବାତିଲ ହେଲା ୨୬ ଟ୍ରେନ୍‌, ଗତିପଥ ପରିବତ୍ତର୍ନ ୨୨ ଟ୍ରେନ୍‌

ପୂବର୍ତଟ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ କହିଛନ୍ତି ଯେ, ଆଉ ୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବାରୁ ଆନ୍ଧ୍ରପ୍ରେଦଶ ଟ୍ରେନ୍ ଦୁଘର୍ଟଣାଜନିତ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏହି ଦୁଘର୍ଟଣୋର ଆଉ ୫୦ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଛଡ଼ା ୨୬ଟି ଟ୍ରେନକୁ ବାତିଲ କରାଯାଇଛି୨୨ ଟ୍ରେନର ଗତିପଥ ପରିବତ୍ତର୍ନ, ୧୧ ଟ୍ରେନ ଆଂଶିକ ବାତିଲ ଓ ୬ ଟ୍ରେନର ଛାଡ଼ିବା ସମୟେର ପରିବତ୍ତର୍ନ କରାଯାଇଛି । ଅଟକି ରହିଥିବା ଯାତ୍ରୀମାନଙ୍କ ପାଇଁ ଆମେ ବସ୍ ଓ ଟ୍ରେନ୍ ବ୍ୟବସ୍ଥା କରିଛୁ ।

କେହି ନାହାନ୍ତି ଓଡ଼ିଶାର ଯାତ୍ରୀ

ରେଳ ଦୁଘର୍ଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ କେହି ଓଡ଼ିଶାର ନଥିବା ନେଇ ସୂଚନା ମିଳିଛି । ସମସ୍ତ ମୃତକ ଆନ୍ଧ୍ରପ୍ରେଦଶର । ସମସ୍ତଙ୍କ ପରିଚୟ ମିଳିଯାଇଛି । ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣେ ଯାତ୍ରୀ ବହୁ ଗୁରୁତର ଥିବାରୁ ତାଙ୍କୁ ବିଶାଖାପଟନମକୁ ସ୍ଥାନାନ୍ତର କରାଯାଇଛି । ଏନେଇ  ସୂଚନା ଦେଇଛନ୍ତି ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ । ସେ ଆହୁରି କହିଛନ୍ତି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ମୃତେଦହ ଟ୍ରେନ୍ ରେ ଫସିଥିବା ଅନୁମାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଃଖପ୍ରକାଶ

ଟ୍ରେନ୍ ଦୁଘର୍ଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକମୃତକଙ୍କ ପରିବାରକୁ ସମେବଦନା ଜଣାଇଛନ୍ତି ନବୀନ । ଏହାସହ ଦୁଘର୍ଟଣାରେ ଗୁରୁତର ଆହତଙ୍କ ଆଶୁଅୋରାଗ୍ୟ କାମନା କରିଛନ୍ତି । ତୁରନ୍ତ ସହାୟତା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତିକୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୃତକଙ୍କୁ ସହାୟତା ରାଶି ଘୋଷଣା

ଆନ୍ଧ୍ରପ୍ରଦେଶର ଭିଜିଆନଗରମ ଜିଲ୍ଲାର ଦୁଇଟି ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ପର୍କୀୟଙ୍କ ପରିବାରକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ସୂଚନୋଯାଗ୍ୟ କୋଟାଭାଲାସା ବ୍ଲକର କଣ୍ଟାକାପାଲ୍ଲି ଜଙ୍କସନ ନିକଟେର ପଲାସା ଏକ୍ସେପ୍ରସ ସହିତ ମୁହାଁମୁହିଁ ହେବା ପେର ବିଶାଖାପାଟନମ୍‌-ରାୟଗଡା ଯାତ୍ରୀବାହୀ ଟ୍ରେନର ତିନିଟି କୋଚ୍ ଖସିପଡିଥିଲା । ବିଶାଖାପାଟନମ୍‌-ରାୟାଗଡା ଟ୍ରେନ୍ ବିଶାଖାପାଟନମ୍ ରୁ ଓଡିଶାର ରାୟଗଡା ଅଭିମେୁଖ ଯାଉଥିବୋବେଳ ପାଲାସା ଏକ୍ସେପ୍ରସ ଶ୍ରୀକାକୁଲମ୍ ଜିଲ୍ଲାର ପାଲାସା ଠାରୁ ଭିଜିଆନଗରାମ ଅଭିମେୁଖ ଯାଉଥିଲା । ଏହି ସମୟରେ  ଦୁଘର୍ଟଣା ଘଟିଥିଲା ।

Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami