ସାଉଥ ଫିଲ୍ମରେ ଅଭିନୟ କରିବା ପାଇଁ ୮ ମିନିଟକୁ ନେଇଥିଲେ ୩୫ କୋଟି

ମୁମ୍ବାଇ: ଗତ କିଛି ବର୍ଷ ହେବ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରି ଏକାଠି କାମ କରିବା ଆରମ୍ଭ କରିଛନ୍ତି । ଏବେ ବଲିଉଡ଼ର ଅନେକ ଆଗଧାଡ଼ିର ଅଭିନେତା ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସାଉଥ ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରନ୍ତି । ଏମିତି କି ସାଉଥ୍ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ତାଲିକାରେ ଶାହାରୁଖ ଖାନ, ରଣବୀର କପୁରଙ୍କ ପରି ବଲିଉଡର ସୁପରଷ୍ଟାର ରହିଛନ୍ତି ।

ଅଜୟଙ୍କ ପାରିଶ୍ରମିକ ଶୁଣି ଲୋକେ ଚକିତ

ଆମେ ଆପଣଙ୍କୁ ବଲିଉଡର ଏଭଳି ଜଣେ ସୁପରଷ୍ଟାରଙ୍କ ବିଷୟରେ କହିବୁ ଯିଏ ସାଉଥ୍ ଫିଲ୍ମରେ ଗୋଟିଏ ମିନିଟ୍ କାମ କରିବା ପାଇଁ ୪କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ । ସେହି ଅଭିନେତା ଜଣକ ହେଲେ ଅଜୟ ଦେବଗନ୍ । କିଛି ଦିନ ତଳେ ଗେଟ୍ସ ସିନେମା ଅଜୟ ଦେବଗନଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଥିଲା, ଯେଉଁଥିରେ ଲେଖାଥିଲା ଯେ, ଅଜୟ ଦେବଗନ ଏସଏସ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ରେ ୮ମିନିଟର କାମ କରିବା ପାଇଁ ୩୫କୋଟି ଟଙ୍କା ନେଇଥିଲେ । ଯଦି ଏହାକୁ ଭାଗ କରାଯାଏ ତେବେ ଅଜୟ ପ୍ରତି ମିନିଟ୍ ପାଇଁ ୪.୩ କୋଟି ଟଙ୍କାର ପାରିଶ୍ରମିକ ନେଇଥିଲେ । ଏହି ପୋଷ୍ଟ ଆସିବା ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଜୟ ଦେବଗନଙ୍କ ପାରିଶ୍ରମିକ ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ajaya 4 crores per minute for South Filmsbollywood actor ajaya devgan
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami