୩୧ ଦିନ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଯଶିପୁର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ୩୧ ଦିନ ଧରି ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ । ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ବରେହିପାଣି ଠାରେ ଗତକାଲି ବିଶାଳ ସମାଧାନ ସଭାରେ ଏ ବାବଦରେ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ, ପ୍ରଶାସନିକ ଅଧିକାରୀ, ଶିମିଳିପାଳ ବାସିନ୍ଦା ଓ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ରାସ୍ତା ରାକ୍ ପ୍ରତ୍ୟାହାର ପରେ ବୁଧବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶରେ କୌଣସି କଟକଣା ପ୍ରତିବନ୍ଧକ ରହିବ ନାହିଁ ବୋଲି ଜଣାପଡ଼ିଛି ।

୫ ଦଫା ଦାବି ନେଇ ସ୍ଥାନୀୟ ଲୋକେ କରିଥିଲେ ରାସ୍ତାରୋକୋ

ପୂର୍ବ ଘୋଷିତ ଘୋଷଣା ମତେ ଗତକାଲି ବରେହିପାଣି ଛାକର ଠାରେ ଆୟୋଜିତ ସମାଧାନ ସଭାରେ ବିକାଶ ପରିଷଦ ସଭାପତି ମହାନ୍ତି ବିରୁଆ ସଭାପତିତ୍ୱ କରିଥିଲେ । ବରିଷ୍ଠ ସଂଗଠକ ଜେଣ୍ଡ ତିରିଆ ସ୍ୱାଗତ ଭାଷଣ ସହିତ ସଭା ପରିଚାଳନା କରିଥିଲେ । ସଭାପତି ତିରିଆ ଶିମିଳିପାଳର ତିନି ପ୍ରମୁଖ ପଞ୍ଚାୟତ ଗୁରୁଗୁଡ଼ିଆ ବରେହିପାଣି ଓ ଅସ୍ତକୁମାର ପଞ୍ଚାୟତର ବାସିନ୍ଦାଙ୍କ ପକ୍ଷରୁ ୩୧ ଦିନ ଧରି ଜାରି ରହିଥିବା ରାସ୍ତା ରୋକ ଆନ୍ଦୋଳନର ଲକ୍ଷ୍ୟ, ଉଦ୍ଦେଶ୍ୟ, ଏଯାବତ୍ ଦାବି ପୂରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ୫ ଦଫା ଦାବି ମଧ୍ୟରେ ମୁଖ୍ୟ ଦାବି ଭାବେ କାଳିକା ପ୍ରସାଦ ଠାରୁ ଗଡ଼ ଶିମିଳିପାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ସୁଦୃଢ ମରାମତି ଓ ଡ୍ରେନ୍ ନିର୍ମାଣ ସହିତ ଟେଲିଫୋନ୍ ଟାୱାର ପ୍ରତିଷ୍ଠା ପାଇଁ ଅନୁମତି, କାଠ ପୋଲ ବଦଳା ଯାଇ କଂକ୍ରିଟ ପୋଲ ନିର୍ମାଣ, ପଞ୍ଚାୟତ ରାସ୍ତା କୁ ଆର୍ ଡି ରାସ୍ତାରେ ରୂପାନ୍ତରିତ କରି ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ, ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତିରେ ଅଗ୍ରାଧିକାର ଦାବି ନେଇ ଆନ୍ଦୋଳନ ଚାଲୁ ରହିଥିଲା । ଅଳ୍ପ ଦିନ ତଳେ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ତତ୍ପରତା କରାଯାଇ ୫୦ ପ୍ରତିଶତ ରାସ୍ତା ମରାମତି କରାଯାଇ ଥିବା ଓ କାର୍ଯ୍ୟ ଅବ୍ୟାହତ ରହି ଥିବା ନେଇ ଆଶ୍ୱସ୍ତି ପ୍ରକାଶ କରିଥିଲେ । ଅନ୍ୟାନ୍ୟ ଦାବି ତୁରନ୍ତ ପୂରଣ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକୋ ହଟିଥିଲା ।

After 31 daysshimilipal newsShimilipal was opened
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami