ପାଣିକୁ ଖସିପଡ଼ିଲା ନନ୍ଦନକାନନ ରୋପ୍‌ୱେ, ଯାତ୍ରୀ ନଥିବାରୁ ଟଳିଗଲା ଅଘଟଣ

ବାରଙ୍ଗ: ନନ୍ଦନକାନନରେ ପାଣିକୁ ଖସିପଡ଼ିଲା ରୋପ୍‌ୱେ । ହଠାତ୍ ରୋପ୍ ଝୁଲିପଡ଼ିବାରୁ ସେଥିରେ ଲାଗିଥିବା ୬ଟି ଯାକ କ୍ୟାବିନ୍ କାଞ୍ଜିଆ ହ୍ରଦ ପାଣି ଭିତରକୁ ଖସିପଡ଼ିଥିଲା । ସୌଭାଗ୍ୟକୁ ସେତେବେଳେ କ୍ୟାବିନ୍‌ଗୁଡ଼ିକରେ କେହି ପର୍ଯ୍ୟଟକ ନଥିବାରୁ ବଡ଼ଧରଣର ଅଘଟଣ ଟଳିଯାଇଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଘଟିଥିବା ଜଣାଯାଇଛି । ହେଲେ ଏହି ଖବରକୁ ନନ୍ଦନକାନନ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ନିୟମିତ ବ୍ୟବଧାନରେ ହେଉଥିବା ମରାମତି କାମ ପାଇଁ ରୋପ୍‌ୱେ ବନ୍ଦ ଥିଲା ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।

ଯାନ୍ତ୍ରିକ ତ୍ରୁଟି ଯୋଗୁ ଖସିପଡ଼ିଲା ରୋପୱେ

ସବୁଦିନ ଭଳି ମଙ୍ଗଳବାର ସକାଳେ ରୋପ୍‌ୱେ’ରେ ଯାତ୍ରା କରିବା ପାଇଁ ଟିକେଟ୍ କାଉଣ୍ଟର ନିକଟରେ ପର୍ଯ୍ୟଟକମାନେ ଅପେକ୍ଷା କରିଥିଲେ । କିନ୍ତୁ ଟିକେଟ୍ ବିକ୍ରି ପୂର୍ବରୁ ହଠାତ୍ କାଉଣ୍ଟରକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଟିକେଟ୍ କିଣିବାକୁ ଅପେକ୍ଷା କରିଥିବା ପର୍ଯ୍ୟଟକମାନେ ହତାଶ ହୋଇଥିଲେ । ପରେ ଜଣାପଡ଼ିଥିଲା ଯେ ରୋପ୍ ଝୁଲିପଡ଼ିବାରୁ କ୍ୟାବିନ୍ ପାଣିରେ ବୁଡ଼ିଯାଇଛି । ଖବର ପାଇ ଦାୟିତ୍ୱରେ ଥିବା ଏସିଏଫ୍ ଶରତ କୁମାର ସାହୁ ଫୋନ୍‌କରି ବୁଝିବା ସହ ତୁରନ୍ତ ଟିକେଟ୍ କାଉଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ରୋପ୍‌ୱେ କ୍ୟାବିନ୍‌ଗୁଡ଼ିକୁ ପାଣିରୁ ଉଠା ଯାଇଥିଲା । ମରାମତି ଓ ଯାଞ୍ଚ କାମ ଚାଲିଥିବା ଦର୍ଶାଇ ଦିନସାରା ଏହାକୁ ବନ୍ଦ ରଖାଯାଇଥିଲା । ସୂଚନାଯୋଗ୍ୟ ଯେ ୨୦୧୧ ଅକ୍ଟୋବର ମାସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରୋପ୍‌ୱେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫସିରହିଥିବା ଯାତ୍ରୀଙ୍କୁ କାଞ୍ଜିଆ ହ୍ରଦରୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଇଥିଲା ।

Nandankanan ropewayNandankanan ropeway fell into the waternandankanan zoo
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami