ଆସାମରୁ ନନ୍ଦନକାନନ ଆସିବେ ୪ପ୍ରଜାତିର ୧୬ ପ୍ରାଣୀ

ଭୁବନେଶ୍ୱର: ଆସାମର ଗୌହାଟି ଚିଡ଼ିଆଖାନାରୁ ୪ ପ୍ରଜାତିର ୧୬ଟି ପ୍ରାଣୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ । ଆସିବାକୁ ଥିବା ପ୍ରାଣୀଙ୍କ ମଧ୍ୟରେ ଅଛନ୍ତି ୩ ପ୍ରଜାତିର ବିରଳ ବିଲୁପ୍ତପ୍ରାୟ ପକ୍ଷୀ । ପକ୍ଷୀମାନଙ୍କ ମଧ୍ୟରେ ୪ଟି ବଡ଼ ହାଡ଼ଗିଳା, ୪ଟି ରୋଜି ପେଲିକାନ୍‌, ୪ଟି ଲମ୍ବା ବେକ ଶାଗୁଣା ଓ ଗଙ୍ଗା ନଦୀରେ ଦେଖାଯାଉଥିବା ବିରଳ ପ୍ରଜାତିର ୪ଟି ବଡ଼ କଇଁଚ । ଏ ସମସ୍ତ ପ୍ରାଣୀଙ୍କୁ ଆଣିବା ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଡ. ବିକ୍ରମଙ୍କ ତତ୍ତ୍ୱାବଧାନରେ ଫରେଷ୍ଟର ଅରୂପ ରାଉତ ଓ ଅନ୍ୟ ୪ ଜଣ ସହଯୋଗୀ କର୍ମଚାରୀ ଆସନ୍ତା ୧୨ ତାରିଖରେ ଗୌହାଟି ଗସ୍ତ କରିବେ ।

ପ୍ରତିବଦଳରେ ନନ୍ଦନକାନନରୁ ଯିବେ କେତେକ ଜୀବଜନ୍ତୁ

ନନ୍ଦନକାନନର କର୍ମଚାରୀ ଦଳ ସେଠାରୁ ପ୍ରାଣୀମାନଙ୍କୁ ଆଣି ନନ୍ଦନକାନନରେ ପହଞ୍ଚିିବା ପରେ ସେଠାର କର୍ମଚାରୀ ଦଳ ନନ୍ଦନକାନନକୁ ଆସି ପ୍ରତି ବଦଳରେ କେତେକ ଜୀବଜନ୍ତୁଙ୍କୁ ନେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ଶାଗୁଣା ଶୂନ୍ୟ ହୋଇଯାଇଥିଲା । ଏହାପରେ ୨୦୦୬ ମସିହାରେ ନନ୍ଦନକାନନରେ ଶାଗୁଣା ପ୍ରଜନନ ପାଇଁ ପରିକଳ୍ପନା କରାଯାଇଥିଲା । ୨୦୧୨ ମସିହାରେ ଏଠାରେ ଶାଗୁଣା ପ୍ରଜନନ କେନ୍ଦ୍ର ଆରମ୍ଭ କରାଯାଇଥିଲା ।

16 animals of 4 species will come to assamnandankanan zooNandankanan zoo news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami