ସ୍କୁଟି ପାଇଁ ବିନା ସୁଧରେ ମିଳୁଛି ୧ ଲକ୍ଷ ଋଣ

ଭୁବନେଶ୍ୱର: ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ଅଣାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ସ୍କୁଟିର ସହାୟତା ଯୋଗାଇ ଦିଆଯାଉଛି । ଏହି ଯୋଜନା ଅଧିନରେ ସ୍କୁଟି କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ୨୦୨୩-୨୪ ଆର୍ôଥକ ବର୍ଷରେ ୫୦କୋଟି ଟଙ୍କା ବଜେଟ୍ ଆବଣ୍ଟନ କରାଯାଇଛି । ରାଜ୍ୟର ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ‘ମୋ ସ୍କୁଟି ଯୋଜନା’ ମାଧ୍ୟମରେ ସାମିଲ କରି ପ୍ରତ୍ୟେକ ଗ୍ରୁପକୁ ଗୋଟିଏ ଲେଖାଏଁ ସ୍କୁଟି ଦିଆଯାଉଛି । ଯଦିଓ ଏହି ଯୋଜନାରେ ମାଗଣାରେ ସ୍କୁଟି ଦିଆଯାଉନାହିଁ କିନ୍ତୁ ଋଣରେ ସ୍କୁଟି ନେବା ପରେ ସମ୍ପୂର୍ଣ୍ଣ ସୂଧ ଅର୍ଥକୁ ଛାଡ କରାଯାଇଛି ।

‘ମୋ ସ୍କୁଟି ଯୋଜନା’ରେ ଉପକୃତ ହେଉଛନ୍ତି ମହିଳା

ଏହି ଯୋଜନା ଆରମ୍ଭ ହେବା ପରେ ଏମବିକେ,ସିଆରପି,ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ର, ବ୍ଲକ ଲେବଲ ଫେଡେରେସନ, ଗ୍ରାମ ପଞ୍ଚାୟତ ଲେବଲ ଫେଡେରେସନ ସଦସ୍ୟାମାନେ ଏହି ସ୍କୁଟି ନେଉଛନ୍ତି । ସେମାନଙ୍କ କାମ ପାଇଁ ଏହି ସ୍କୁଟି ଯୋଜନା ଅନେକ ସହାୟତା କରୁଛି । ନିୟମ ଅନୁଯାୟୀ, ଜଣେ ମହିଳାଙ୍କୁ ସ୍କୁଟି ନେବାଲାଗି ୧ ଲକ୍ଷ ଟଙ୍କା ଋଣ ଦିଆଯିବ । ସେ ସ୍କୁଟି ନେବାଲାଗି ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିବେ । ଏହି ଋଣ ଅର୍ଥକୁ ସମ୍ପୃକ୍ତ ମହିଳାଙ୍କୁ ୪ ବର୍ଷ ମଧ୍ୟରେ ଶୁଝିବାକୁ ପଡ଼ିବ । କିନ୍ତୁ ଏହି ଋଣ ବାବଦରେ ସୁଧ ଦେବାକୁ ପଡିବ ନାହିଁ । କେବଳ ମୂଳ ଋଣ ଅର୍ଥକୁ ସମ୍ପୃକ୍ତ ମହିଳାଙ୍କୁ ଶୁଝିବାକୁ ପଡ଼ିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଏବଂ ବଜାର ସଂଯୋଗୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦେଉଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ମୋ ସ୍କୁଟି ଯୋଜନା କିଛି ମାତ୍ରାରେ ସହାୟକ ହେଉଛି । ଏଥିପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି ।

1 lakh interest free loan for scootymo scooty yojana
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami