କର୍ଣ୍ଣାଟକରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀଙ୍କ ସ୍ମିତହାସ୍ୟ ପଛର ରହସ୍ୟ କଣ ?

681

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କିଏ ହେବେ ସେହି ରହସ୍ୟ ଉପରୁ ରାଜ୍ ହଟି ସାରିଛି। ସିଦ୍ଧରାମେୟା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ହେବେଉଭୟ ମୁଖ୍ୟମନ୍ତ୍ରୀ ପଦର ପ୍ରବଳ ଦାବିଦାର ଥିଲେ। କିନ୍ତୁ ଡିକେଙ୍କୁ ହାଇକମାଣ୍ଡଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି। ଏହା ଭିତରେ ଗୁରୁବାର ଦିନ ଉଭୟ ନେତାଙ୍କର ଏକ ଫଟୋ ଆସିଛି। ଯେଉଁଥିରେ ଡିକେ ଓ ସିଦ୍ଧରାମେୟାଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ।

ଫଟୋ ଜରିଆରେ ହମ୍ ସାଥ୍ ସାଥ୍ ହୈ ମେସେଜ୍ ?

ଏହି ଫଟରୋ ଖଡ଼ଗେ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଝିରେ ଅଛନ୍ତି। ଖଡ଼ଗେଙ୍କ ଡାହଣ ପଟେ ଡିକେ ଥିବା ବେଳେ ବାମ ପଟେ ଅଛନ୍ତି ସିଦ୍ଧରାମେୟା। ଗତ କିଛିଦିନ ଭିତରେ ଉଭୟଙ୍କ ମଧ୍ୟ ସଂପର୍କକୁ ନେଇ ଅନେକ ଖବର ଆସିଛି। କୁହାଯାଉଥିଲା ଯେ, ଡିକେ ସିଦ୍ଧରାମେୟାଙ୍କୁ କୌଣସି ମତେ ମୁଖ୍ୟମନ୍ତ୍ରୀ ନକରେଇଦେବାକୁ ନଛୋଡବନ୍ଧା ଥିଲେ। ଏମିତିରେ କଂଗ୍ରେସ ଏହି ଚିତ୍ର ଦ୍ୱାରା ଦଳ ଭିତରେ ସବୁକିଛି ଠିକଠାକ୍ ଅଛି ବୋଲି ସନ୍ଦେଶ ଦେବାକୁ ଚାହୁଁଛି। ଚିତ୍ରରେ ଶିବକୁମାରଙ୍କ ମୁହଁରେ ହାଲୁକ ହସ ରହିଛି।ସେହିଭଳି ସିଦ୍ଧରାମେୟା ମଧ୍ୟ ମନ୍ଦମନ୍ଦ ହସୁଛନ୍ତିକଂଗ୍ରେସ ପାଇଁ ଏହି ଚିତ୍ର ବହୁତ ମାଇନା ରଖେ। କାରଣ ଦୁଇ ନେତାଙ୍କ ମଧ୍ୟରେ ଯଦି ମନ ମିଳେନାହିଁ ତେବେ ବିପୁଳ ବିଜୟର ଖୁସୀ ଫିକା ପଡ଼ିଯିବକର୍ଣ୍ଣାଟକରେ ମଧ୍ୟ ରାଜସ୍ଥାନ ଭଳି ସ୍ଥିତି ଦେଖିବାକୁ ମିଳିବ। ରାଜସ୍ଥାନରେ ଯେମିତି ପାଇଲଟ୍ ଓ ଗେହଲୋତଙ୍କ ମଧ୍ୟରେ ଭିଡ଼ାଭିଡ଼ି ଚାଲିଛି କର୍ଣ୍ଣାଟକରେ ମଧ୍ୟ ସେହିଭଳି ସ୍ଥିତି ଦେଖିବାକୁ ମିଳିବ2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ୍ ଏଭଳି ସ୍ଥିତି ନିଶ୍ଚିତ ଭାବେ ଚାହିଁବେ ନାହିଁ।

ସୋନିଆଙ୍କ ହସ୍ତକ୍ଷେପ ପରେ ସିଦ୍ଧରାମେୟାଙ୍କ ମିଳିଲା ଚୌକି

ଡିକେ ନିଜ ପାଇଁ ମୁଖ୍ୟମନ୍ତ୍ରୀ ପଦ ଚାହୁଁଥିଲେ। ଦଳ ମା ବୋଲି ଯେତେ କହିଲେ ମଧ୍ୟ ଭିତରେ ସେ ନିଜ ଦାବି ଜୋରଦାର ଢଙ୍ଗରେ ରଖିଥିଲେ। ଡିକେଙ୍କ ଭାଇଙ୍କ ବୟାନରୁ ଏହା ଜଣାପଡୁଛି ମୁଖ୍ୟମନ୍ତ୍ରୀ ପଦପାଇଁ ସିଦ୍ଧରାମେୟାଙ୍କ ନାମ ଘୋଷଣା ପରେ ସେ କହିଥିଲେ ଯେ, ମୁଁ ସେତେ ଅଧିକ ଖୁସୀ ନାହିଁ। ଯାହାର ଅର୍ଥ ହେଉଛି ଡିକେ ଗୋଷ୍ଠୀ ଏବେ ମଧ୍ୟ ମନର ସହିତ ସିଦ୍ଧରାମେୟାଙ୍କୁ ନିଜ ନେତା ଭାବେ ଗ୍ରହଣ କରିନାହିଁ

କଂଗ୍ରେସ ଚିନ୍ତା ପଛରେ ସିନ୍ଧିଆଙ୍କଠାରୁ ପାଇଲଟ୍

କଂଗ୍ରେସ କର୍ଣ୍ଣାଟକ ବିଜୟକୁ ମନଭରି ଉପଭୋଗ କରି ନପାରିବା ପଛରେ ଇତିହାସ ରହିଛି। ନିକଟ ଅତିତର ଇତିହାସରୁ କଂଗ୍ରେସ ଏହା ଶିଖିଛି ଯେ,ରାଜ୍ୟ ସ୍ତରରେ ଦୁଇ ଜଣ ଶକ୍ତିଶାଳୀ ନେତା ରହିବା ଦଳ ପାଇଁ ଭାରି ପଡ଼ୁଛି। ମଧ୍ୟପ୍ରଦେଶକୁ ନିଆଯାଉ। ମଧ୍ୟପ୍ରଦେଶରେ କଂଗ୍ରେସ ଜିତିଥିଲା କିନ୍ତୁ କମଳାନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଲଢେଇ ପାଇଁ ସରକାର ହାତରୁ ଖସିଥିଲା। ସେହିଭଳି ସ୍ଥିତି ରାଜସ୍ଥାନରେ ଅଛିରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଗେହୋଲତ ଓ ସଚିନ ପାଇଲଟଙ୍କ ମଧ୍ୟରେ ବଳ କଶାକଶି ଚାଲିଛି। ପାଇଲଟ ଭାବନ୍ତି ଦଳ ତାଙ୍କ ପାଇଁ କ୍ଷମତାକୁ ଆସିଛି କିନ୍ତୁ ତାଙ୍କ ବଦଳରେ ଗେହଲୋତଙ୍କୁ ମୁଖ୍ୟମନ୍ତ୍ରୀ କରି ତାଙ୍କ ସହିତ ଅନ୍ୟାୟ କରାଯାଇଛି। ସେହିଭଳି କିଛି ଭାବି ସିନ୍ଧିଆ ମଧ୍ୟପ୍ରଦେଶରେ ନିଜ ଅଲଗା ରାସ୍ତା ବାଛି ନେଇଥିଲେ। ଡିକେ ଯଦି କିଛି ଦିନ ପରେ ସିନ୍ଧିଆଙ୍କ ଭଳି ଭାବିବେ କିମ୍ବା ପାଇଲଟଙ୍କ ଭଳି ମଝିରେ ମଝିରେ ବିଦ୍ରୋହ କରିବେ ତେବେ କଂଗ୍ରେସ ପାଇଁ ତାହା ଗମ୍ଭୀର ସମସ୍ୟା ହେବ।

Leave A Reply

Your email address will not be published.

Close Bitnami banner
Bitnami