କଣ ପାଇଁ ପାକିସ୍ତାନକୁ ମାନ୍ୟତା ଦେଉ ନାହିଁ ଇସ୍ରାଏଲ ?

238

ଗୋଟିଏ ଦେଶ ଆଉ ଗୋଟିଏ ରାଷ୍ଟ୍ରକୁ ସ୍ୱିକୃତୀ ପ୍ରଦାନ କରିବାର ଅର୍ଥ ହେଉଛି ଉଭୟଙ୍କ ମଧ୍ୟରେ ବ୍ୟବସାୟୀକ,ବାଣିଜ୍ୟକ ଓ କୂଟନୈତିକ ସମ୍ପର୍କ ସ୍ଥାପନ ହେବା। ଯେତେବେଳେ ଗୋଟିଏ ଦେଶ ଆଉ ଗୋଟିଏ ଦେଶକୁ ସ୍ୱିକୃତୀ ଦିଏନାହିଁ ସେତେବେଳେ ଉଭୟ ରାଷ୍ଟ୍ର ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ପ୍ରତିଷ୍ଠା ହୋଇ ପାରେନା। ଉଭୟ ଦେଶ ନିଜ ନାଗରିକଙ୍କୁ ପ୍ରଦାନ କରୁଥିବା ପାସପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଥାଏ ଯେ, ଏହି ପାସପୋର୍ଟ ନେଇ ଜଣେ ସଂପୃକ୍ତ ରାଷ୍ଟ୍ରକୁ ଯାତ୍ରା କରି ପାରିବେ ନାହିଁ। ପାକିସ୍ତାନୀ ନାଗରିକ ଇସ୍ରାଏଲ ଯାଇ ପାରିବେ ନାହିଁ କି ଇସ୍ରାଏଲ ନାଗରିକ ପାକିସ୍ତାନ ଆସି ପାରିବେ ନାହିଁ। କାରଣ ଉଭୟ ରାଷ୍ଟ୍ର ପରସ୍ପରକୁ ମାନ୍ୟତା ଦିଅନ୍ତି ନାହିଁ। ଅବଶ୍ୟ ଗୁପ୍ତ ଭାବେ ଦୁଇ ଦେଶର ସୁରକ୍ଷା ଏଜେନ୍ସି ସମ୍ପର୍କରେ ଥିବା କୁହାଯାଏ। ତେବେ ପ୍ରଶ୍ନ ଉଠୁଛି ଯେ, ଇସ୍ରାଏଲ କାହିଁକି ପାକିସ୍ତାନକୁ ମାନ୍ୟତା ପ୍ରଦାନ କରି ନାହିଁ

ଇସ୍ରାଏଲ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ

ଇସ୍ରାଏଲର ଗଠନ 1948 ମସିହାରେ ହୋଇଥିଲା। ଏହାର ଗୋଟିଏ ବର୍ଷ ପୂର୍ବରୁ ଭାରତୀୟ ଉପମହାଦେଶର ବିଭାଜନରୁ ସୃଷ୍ଟି ହୋଇଥିଲା ପାକିସ୍ତାନ। ପାକିସ୍ତାନ ଇସଲାମ ନାମରେ ତିଆରି ହୋଇଥିଲାପାକିସ୍ତାନ ତିଆରି ସହିତ ଏହାର ନେତା ନିଜକୁ ଇସଲାମିକ ଦୁନିଆର ନେତା ବୋଲି ଭାବି ନେଇଥିଲେ ଆରବରେ ଇସ୍ରାଏଲ ଗଠନକୁ ଆରବର ସବୁ ରାଷ୍ଟ୍ର ବିରୋଧ କରୁଥିଲେ। ନିଜକୁ ପକ୍କା ମୁସଲିମ୍ ରାଷ୍ଟ୍ର ଦେଖାଇବାକୁ ପାକିସ୍ତାନ ମଧ୍ୟ ଇସ୍ରାଏଲକୁ ମାନ୍ୟତା ଦେବାକୁ ମନା କରିଦେଇଥିଲା। ସେବେଠାରୁ ପାକିସ୍ତାନରେ ଇସ୍ରାଏଲୀ ବିରୋଧୀ ମନୋଭାବ ଦେଖିବାକୁ ମିଳେଫଳରେ ଇସ୍ରାଏଲରେ ମଧ୍ୟ ସମାନ ପାକିସ୍ତାନ ବିରୋଧୀ ମନୋଭାବ ଦେଖିବାକୁ ମିଳେ। ଇସ୍ରାଏଲର ସବୁ ସରକାର ଏହି ଜନଭାବନାକୁ ଡରି ପାକିସ୍ତାନକୁ ମାନ୍ୟତା ଦେଇ ନାହାନ୍ତି।

ପାଲେଷ୍ଟାଇନ୍ କାରଣ

1948ରେ ବିଭାଜନ ଦ୍ୱାରା ଇସ୍ରାଏଲ ଓ ପାଲେଷ୍ଟାଇନ୍ ନାମକ ଦୁଇଟି ରାଷ୍ଟ୍ର ଗଠନ ହୋଇଥିଲା ପାଲେଷ୍ଟାଇନ ମୁସଲିମ୍ ବହୁଳ ହୋଇଥିବା ବେଳେ ଇସ୍ରାଏଲ ଇହୁଦି ରାଷ୍ଟ୍ରଧର୍ମୀୟ ଆଧାରରେ ପାକିସ୍ତାନ ପାଲେଷ୍ଟାଇନକୁ ମାନ୍ୟତା ଦେଇଛି। କିନ୍ତୁ ଇସ୍ରାଏଲକୁ ନୁହେଁ। ଏବେ ମଧ୍ୟ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଗାଜ ଷ୍ଟ୍ରିପକୁ ନେଇ ବିବାଦ ରହିଛି। ଏହି ବିବାଦରେ ଏକ ମୁସଲିମ୍ ରାଷ୍ଟ୍ର ଭାବେ ପାକିସ୍ତାନ ପାଲେଷ୍ଟାଇନକୁ ସମର୍ଥନ କରେ। ତେଣୁ ଇସ୍ରାଏଲ ପାକିସ୍ତାନକୁ ମାନ୍ୟତା ଦେଉନାହିଁ।

ଇସ୍ରାଏଲ 7 ଯୁଦ୍ଧ ଲଢିଛି,ସବୁ ଜିତିଛି

ଇସ୍ରାଏଲ ଗଠନ ସହିତ ଆରବର ସବୁ ଦେଶ ଏକତ୍ର ହୋଇ ଆକ୍ରମଣ କରିଥିଲେ। କିନ୍ତୁ ଇସ୍ରାଏଲ କେବଳ ଯୁଦ୍ଧ ଜିତିନଥିଲା ଓଲଟା ଆରବ ଭୂମି ଉପରେ କବଜା କରିଥିଲା। ସେବେଠାରୁ ସବୁ ମୁସଲିମ୍ ରାଷ୍ଟ୍ର ଇସ୍ରାଏଲକୁ ବିରୋଧ କରି ଆସୁଛନ୍ତିପାକିସ୍ତାନ ଏକ ପରମାଣୁ ଶକ୍ତି ହୋଇଥିବାରୁ ଇସ୍ରାଏଲ ଏହା ନିଜର ଅସ୍ଥିତ୍ୱ ପ୍ରତି ବିପଦ ବୋଲି ମନେ କରେଇସ୍ରାଏଲ ଇରାନ ଭଳି ରାଷ୍ଟ୍ରକୁ ପରମାଣୁ ଶକ୍ତିର ଅଧିକାରୀ ହେବାକୁ ଆଜି ପର୍ଯ୍ୟନ୍ତ ଦେଇନାହିଁ। ଏହା ଇରାନର ପରମାଣୁ ଗବେଷଣା ସହିତ ଜଡିତ ଥିବା ବୈଜ୍ଞାନିକ ମାନଙ୍କ ହତ୍ୟା ମଧ୍ୟ କରିଛି। ଏମିତିକି 1980 ଦଶକରେ ଏହା ଇରାକ ଉପରେ ମଧ୍ୟ ଆକ୍ରମଣ କରିଥିଲାଇସ୍ରାଏଲର ଭୟ ଥିଲା ଯେ,ଇରାକ ପରମାଣୁ ଅସ୍ତ୍ର ତିଆରି କରୁଛି। ଏମିତିର ଇସ୍ରାଏଲର ଆଶଙ୍କା ଯେ, ଯୁଦ୍ଧ ପରିସ୍ଥିତିରେ ପାକିସ୍ତାନ ଅନ୍ୟ ମୁସଲିମ୍ ରାଷ୍ଟ୍ରଙ୍କୁ ପରମାଣୁ ଅସ୍ତ୍ର ଦେଇପାରେ।

Leave A Reply

Your email address will not be published.

Close Bitnami banner
Bitnami