ବ୍ରିଟିଶ ଡାକ୍ତରଙ୍କ ଦାବି,ଆଗୁଆ ଜାଣି ହେବ ମୃତ୍ୟୁ ତାରିଖ !

366

ଜନ୍ମ ସହିତ ଆରମ୍ଭ ହୁଏ ମୃତ୍ୟୁର ଯାତ୍ରାମୃତ୍ୟୁ ହେଉଛି ମହାପ୍ରସ୍ଥାନ ମୃତ୍ୟୁ ଉପରେ ବିଜୟର ଇଛା ସହସ୍ର ସହସ୍ର ବର୍ଷ ପୁରୁଣା ଅମରତ୍ୱ ନହେଲେ ବି ମୃତ୍ୟୁର ସଠିକ ସମୟ ଜାଣିବା ପାଇଁ ବି ମାନବ ମନ ବ୍ୟାକୁଳିତ ହୁଏ । କିନ୍ତୁ ଏହା କେହି ମଧ୍ୟ କହିପାରିବେ ନାହିଁ । କାରଣ ଜନ୍ମର ସମୟ କୁହାଯାଇପାରେ କିନ୍ତୁ ମୃତ୍ୟୁର କାରକ ଅନେକ । ଯେତେବେଳେ କାରକ ଅନେକ ହୁଅନ୍ତି ସେତେବେଳ ସମୟର ଭବିଷ୍ୟତବାଣୀ ଅସମ୍ଭବ ହୋଇ ପଡେ । ଏମିତିରେ ଯଦି କେହି କୁହେ ଯେ, ସେ କାହାରି ମଧ୍ୟ ମୃତ୍ୟୁର ତାରିଖ କହି ଦେଇ ପାରିବେ ତେବେ କ’ଣ ହେବ ? ହୁଏତ ଏଭଳି ଦମ୍ଭୋକ୍ତି ବାଢୁଥିବା ବ୍ୟକ୍ତିଙ୍କୁ ଭଣ୍ଡ କିମ୍ବା ପାଗଳ ବୋଲି କୁହାଯିବ । କିନ୍ତୁ ବ୍ୟକ୍ତିଙ୍କ ନାମ ପୂର୍ବରୁ ଯଦି ଡାକ୍ତର ଶବ୍ଦ ଯୋଡି ହୁଏ ତେବେ ?

ବ୍ରିଟେନ୍ ଡାକ୍ତରଙ୍କ ଆଶ୍ଚର୍ଯ୍ୟଜନକ ଦାବି

ଜଣେ ବ୍ରିଟିଶ ଡାକ୍ତରଙ୍କ ଅନୁସାରେ ଆପଣ ଖୋଦ ନିଜ ମୃତ୍ୟୁର ସମୟ ଆଗୁଆ ଜାଣିପାରିବେଡାକ୍ତର ସିମସ କୋଏଲ ଆପଣଙ୍କୁ ଜଣାଇ ପାରିବେ ମୃତ୍ୟୁର ସମୟ । ଗତ କିଛି ବର୍ଷ ଧରି କ୍ୟାନସର ରୋଗୀଙ୍କ ଉପରେ ଗବେଷଣା କରି କିଛି ଏଭଳି ରିଷ୍କର୍ସ ବାହାର କରିଛନ୍ତି ବିଶେଷଜ୍ଞ । ସେ ଏଭଳି ଏକ ମଡେଲର ବିକାଶ କରିଛନ୍ତି ଯାହା ଜରିଆରେ କ୍ୟାନସର ରୋଗୀଙ୍କ ମୃତ୍ୟୁ ସମୟ ଜାଣିହେବ । ଏକ ରିପୋର୍ଟ ମୁତାବକ ବ୍ରିଟିଶର ୫୩ ବର୍ଷୀୟ ଡାକ୍ତର ସିମସ କୋଇଲ ଦୀର୍ଘ ବର୍ଷର ଅନୁସନ୍ଧାନ କରି ଏଭଳି ଏକ ମଡେଲର ବିକାଶ କରିଛନ୍ତି । ଯାହା ଜରିଆରେ କ୍ୟାନସର ରୋଗୀଙ୍କ ମୃତ୍ୟୁ ସମୟ ଜାଣିହେବ । ଯାହା ଦ୍ବାରା ସମ୍ପର୍କୀୟ ବି ଜାଣିପାରିବେ ନିଜ ପ୍ରିୟଜନଙ୍କୁ କେବେ ଅନ୍ତିମ ବିଦାୟ ଦେବେ ।

ଏହି ପ୍ରକ୍ରିୟା ନିହାତି ରୂପେ କ୍ୟାନ୍ସର ରୋଗୀଙ୍କ ପାଇଁ ସହାୟକ ହେବକ୍ୟାନସର ରୋଗୀଙ୍କ ପାଖରେ ସାଧାରଣତଃ ସମୟ କମ ଥାଏ । ବର୍ତ୍ତମାନ ସୁଦ୍ଧା କେହି ବି ଏହା ଜାଣିପାରିନାହାନ୍ତି ଯେ ରୋଗୀଙ୍କ ମୃତ୍ୟୁ କେଉଁ ସମୟରେ ହେବ । କେବଳ ଚିକିତ୍ସା କରୁଥିବା ଡାକ୍ତର ଆନୁମାନିକ ଭାବେ ମୃତ୍ୟୁର ଭବିଷ୍ୟବାଣୀ କରିଥାନ୍ତି । ଯେଉଁଥିପାଇଁ ଶେଷ ସମୟରେ ପ୍ରିୟଜନଙ୍କ ସହ ସମୟ କାଟିବାକୁ ବଞ୍ଚିତ ହୋଇଥାନ୍ତି କ୍ୟାନସର ରୋଗୀ

କିନ୍ତୁ ବ୍ରିଟିଶ ଡାକ୍ତରଙ୍କ ରିପୋର୍ଟ ମୁତାବକ ରୋଗୀର ପରିସ୍ରାରୁ ତାର ମୃତ୍ୟୁ ସମୟ ଜାଣିହୋଇପାରିବ ।ଏହା ଜାଣିବା ପରେ ହୁଏତ ରୋଗୀ ଘରେ ରହି ପ୍ରିୟଜନଙ୍କ ଗହଣରେ ରହି ଦୁନିଆ ଛାଡିବାକୁ ନିଷ୍ପତ୍ତି ନେବେ ।

Leave A Reply

Your email address will not be published.

Close Bitnami banner
Bitnami