ଘରେ ଅଟା ନାହିଁ,ପାକିସ୍ତାନ ଆମଦାନୀ କରୁଛି ଲଗଜରି କାର

175

ପାକିସ୍ତାନ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁକର୍ମଚାରୀଙ୍କୁ ଦରମା ଦେଇ ପାରୁନାହାନ୍ତି ସରକାର ଦେଶର ଅନେକ ରାଜ୍ୟରେ ବିଜୁଳି ନାହିଁ । ରାସ୍ତାରେ ଲୋକେ ଅଟା ପାଇଁ ପିଟାପିଟି ହେଉଛନ୍ତି । କିନ୍ତୁ ପାକିସ୍ତାନୀଙ୍କ ସୌକ କମିନିସୌକ ଏତେ ଯେ, ଲୋନ୍ ପାଇଁ ଦେଶ ଦେଶ ବୁଲୁଥିବା ପାକିସ୍ତାନୀ ସରକାର ଲଗଜରି କାର ଆମଦାନୀକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ଯାହାକୁ ଦେଶ ଭିତରେ ସମାଲୋଚନା ହେଉଛି

ଅଟା ନାହିଁ,କାର ଆମଦାନୀ

ପାକିସ୍ତାନୀ ଖବର କାଗଜ ଦ ଡନ୍ ରିପୋର୍ଟ ଅନୁସାରେ ଦେଶରେ ଖାଦ୍ୟ ସଂକଟ ଜାରି ଥିବା ବେଳେ ସରକାର ଲଗଜରି କାର ଆମଦାନୀ କରୁଛନ୍ତି । ରିପୋର୍ଟ ଅନୁସାରେ ସରକାର ୨ ହଜାର ଦାମୀ ଲଗଜରି କାର ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି । ଯେତେବେଳେ କି ପାକିସ୍ତାନର ବିଭିନ୍ନ ବନ୍ଦରରେ ଖାଦ୍ୟ ସାମଗ୍ରୀ ଟଙ୍କା ଅଭାବରୁ ଅଟକି ରହିଛି । ବର୍ତ୍ତମାନ ପାକିସ୍ତାନ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ସବୁ ପ୍ରକାରର ଆମଦାନୀକୁ ରୋକି ଦିଆଯାଇଛି । ତା’ରି ଭିତରେ କେମିତି ଓ କେଉଁ ପରିସ୍ଥିତିରେ ୨ ହଜାର ଲଗଜରି କାର ଆମଦାନୀ କରିବାକୁ ପାକ୍ ସରକାର ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନ ଉଠୁଛି ।

ବନ୍ଦରରେ ଅଟକି ରହିଛି ଜରୁରୀ ସାମଗ୍ରୀ

ଡନ୍ ରିପୋର୍ଟ ଅନୁସାରେ ପାକିସ୍ତାନ ଜୁଲାଇରୁ ଡିସେମ୍ବର ୨୦୨୨ ମଧ୍ୟରେ ୧୬୪ ଲଗଜରି କାର ଆମଦାନୀ କରିଛି । ପୁରୁଣା ଲଗଜରି କାର ଆମଦାନୀ ମଧ୍ୟ ବଢିଛି ।ରିପୋର୍ଟ୍ ଅନୁସାରେ ଗତ ୬ ମାସ ମଧ୍ୟରେ ପାକିସ୍ତାନ ୧୯୯୦ ଲଗଜରି କାର ଆମଦାନୀ କରିଛି । ଜୈନକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଅଧିକାଂଶ ଆମଦାନୀ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଇଛିଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ବହୁତ କମ କାର ଆମଦାନୀ ହୋଇଥିଲା । ଅନ୍ୟପକ୍ଷରେ ବନ୍ଦରରେ ଉପଭୋକ୍ତା ଓ ଶିଳ୍ପ ସାମଗ୍ରୀ ଆଣିଥିବା ୫ ହଜାରରୁ ଅଧିକ କ୍ୟାଣ୍ଟେନର ଏବେ ବି ଅନଲୋଡିଂ ପାଇଁ ସରକାରଙ୍କ ଅନୁମତି ଅପେକ୍ଷାରେ ଅଛନ୍ତି

ପାକିସ୍ତାନ ପାଖରେ ଆଉ କେଇଦିନ ପାଇଁ ସାମଗ୍ରୀ ବଂଚିଛି

ପାକିସ୍ତାନର ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ପାଇ ମାତ୍ର ୩.୭ ଶହ କୋଟି ଟଙ୍କା ରହିଛି ଦେଶରେ ଦରଦାମ ବୃଦ୍ଧି ପାଇଛି ୨୦୨୨ରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ଆର୍ଥିକ ସଂକଟ ଅଧିକ ବୃଦ୍ଧି ପାଇଛି । ଏହା ସହିତ ରାଜନୈତିକ ଅସ୍ଥିରତା କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଛି ପାକିସ୍ତାନ ପାଖରେ ମାତ୍ର କେଇଦିନର ଫଣ୍ଡ୍ ରହିଛି । ଯଦି ଆଇଏମଏଫ୍ କିମ୍ବା ସାଉଦି ଆରବ ଭଳି ଦେଶ ଅଧିକ ଲୋନ୍ ନଦିଅନ୍ତି ତେବେ ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହେବ ବୋଲି ଭବିଷ୍ୟବାଣୀ ହେଉଛି ।

Leave A Reply

Your email address will not be published.

Close Bitnami banner
Bitnami